ଟି-ଟ୍ୱେଣ୍ଟିରେ ରାଇନାଙ୍କ ୧୦୦୦ ରନ୍

ଆଡିଲେଡ୍:ଅନ୍ତର୍ଜାତୀୟ ଟି଼-ଟ୍ୱେଣ୍ଟିରେ ୧,୦୦୦ ରନ୍ ପୂରଣ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ସୁରେଶ ରାଇନା। ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ଟି଼-ଟ୍ୱେଣ୍ଟି ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଟି-ଟ୍ୱେଣ୍ଟିରେ ୧,୦୦୦ ରନ୍ ପୂରଣ କରିବାକୁ ୧୭ ରନ୍ ଆବଶ୍ୟକ କରୁଥିଲେ। ଆଜି ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୪ଟି ବଲରୁ ୪୧ ରନ୍ କରିଥିଲେ। ଏହା ସହିତ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସେ ୧,୦୨୪ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେ ରନ୍ ସଂଗ୍ରହ କରିବାରେ ରାଇନା ଦ୍ୱିତୀୟ ଭାରତୀୟ। ତାଙ୍କ ପୂର୍ବରୁ ଏହି ମାଇଲ ଖୁଣ୍ଟ ଅତିକ୍ରମ କରିଥିଲେ ବିରାଟ କୋହଲି। ଆଜିର ମ୍ୟାଚକୁ ମିଶାଇ କୋହଲି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୧,୧୦୬ ରନ୍ କରିଛନ୍ତି। ୨୦୦୬ରୁ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ଆରମ୍ଭ ହେବା ପର ଠାରୁ ରାଇନା ୪୭ଟି ମ୍ୟାଚ ଓ ୪୧ଟି ଇନିଂସ ଖେଳି ସାରିଲେଣି।

ଅନ୍ୟପକ୍ଷରେ ୨୦୧୦ରୁ ଏହି ଫର୍ମାଟରେ ୩୧ ମ୍ୟାଚ୍ ଓ ୨୯ଟି ଇନିଂସ ଖେଳି ୧୧୦୯ ରନ୍ କରିଛନ୍ତି କୋହଲି। ଆଜିର ମ୍ୟାଚରେ କୋହଲି ୫୫ ବଲରୁ ଅପରାଜିତ ଭାବେ ୯୦ ରନ୍ ସଂଗ୍ରହ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।