ଟି-ଟ୍ୱେଣ୍ଟିରେ ରୋହିତଙ୍କ ୧୦୦୦ ରନ୍

ସିଡନୀ: ଅନ୍ତର୍ଜାତୀୟ ଟି଼-ଟ୍ୱେଣ୍ଟିରେ ୧,୦୦୦ ରନ୍ ପୂରଣ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ରୋହିତ। ଖେଳ ଆରମ୍ଭ ପୂର୍ବରୁ ଟି-ଟ୍ୱେଣ୍ଟିରେ ଏହି ଲକ୍ଷ୍ୟ ପୂରଣ କରିବାକୁ ୪୮ ରନ୍ ଆବଶ୍ୟକ କରୁଥିଲେ। ଆଜିର ମ୍ୟାଚରେ ସେ ୩୮ ବଲରୁ ୫୨ ରନ ସଂଗ୍ରହ କରି ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୧୦୧୦ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୧୦୦୦ ରନ ସଂଗ୍ରହ କରିବାରେ ସେ ହେଉଛନ୍ତି ଭାରତର ତୃତୀୟ ବ୍ୟାଟ୍ସମ୍ୟାନ। ୨୦୦୭ରୁ ଟି-୨୦ରେ କ୍ୟାରିଅର ଆରମ୍ଭ କରିଥିବା ରୋହିତ ୪୭ଟି ମ୍ୟାଚରେ ୪୦ଟି ଇନିଂସ ଖେଳି ଏହା ସଂଗ୍ରହ କରିଛନ୍ତି।

ତାଙ୍କ ପୂର୍ବରୁ ସୁରେଶ ରାଇନା ଓ ବିରାଟ କୋହିଲା ଏହି ମାଇଲଷ୍ଟୋନ୍ ଅତିକ୍ରମ କରି ସାରିଛନ୍ତି। ସୁରେଶ ରାଇନା ୧୦୭୩ ରନ କରିଥିବା ବେଳେ କୋହଲି ୧୨୧୫ ରନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।