୨୦୨୨କୁ ଘୁଞ୍ଚିବ ଟି-୨୦ ବିଶ୍ୱକପ, ଅକ୍ଟୋବର-ନଭେମ୍ବରରେ ଆଇପିଏଲ!

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟ ଚାଲିଯାଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ ଏବେ ଏହା ୨୦୨୨କୁ ଘୁଞ୍ଚିଯିବ ବୋଲି ଏକ ପ୍ରକାରର ନିଶ୍ଚିତ ହୋଇଛି। ଆସନ୍ତାକାଲି ଆଇସିସି ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। କାରଣ ଆସନ୍ତାକାଲି ଆଇସିସି ସବୁ ସହଯୋଗୀ କ୍ରିକେଟ ବୋର୍ଡର ସଦସ୍ୟଙ୍କ ସହ ଆଲୋଚନା କରିବ। ଏହି ସମୟରେ ଟି-୨୦ ବିଶ୍ୱକପକୁ […]

t

t

Hemant Lenka
  • Published: Wednesday, 27 May 2020
  • Updated: 27 May 2020, 04:35 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଙ୍କଟ ଯୋଗୁ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପର ଭବିଷ୍ୟତ ଅନିଶ୍ଚିତତା ମଧ୍ୟ ଚାଲିଯାଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-୨୦ ବିଶ୍ୱକପ ହେବାର ଥିଲା। କିନ୍ତୁ ଏବେ ଏହା ୨୦୨୨କୁ ଘୁଞ୍ଚିଯିବ ବୋଲି ଏକ ପ୍ରକାରର ନିଶ୍ଚିତ ହୋଇଛି।

ଆସନ୍ତାକାଲି ଆଇସିସି ଏ ସମ୍ପର୍କରେ ଘୋଷଣା କରିବାର ସମ୍ଭାବନା ରହିଛି। କାରଣ ଆସନ୍ତାକାଲି ଆଇସିସି ସବୁ ସହଯୋଗୀ କ୍ରିକେଟ ବୋର୍ଡର ସଦସ୍ୟଙ୍କ ସହ ଆଲୋଚନା କରିବ। ଏହି ସମୟରେ ଟି-୨୦ ବିଶ୍ୱକପକୁ ୨୦୨୨କୁ ଘୁଞ୍ଚାଇବା ସମ୍ପର୍କରେ ଘୋଷଣା କରାଯିବ।

୨୦୨୧ରେ ଟି-୨୦ ବିଶ୍ୱକପ ଭାରତରେ ଖେଳାଯିବାକୁ ପୂର୍ବରୁ ହିଁ ନିଷ୍ପତ୍ତି ହୋଇ ସାରିଛି। ୨୦୨୧ ଅକ୍ଟୋବର ମାସରୁ ଏହା ଆରମ୍ଭ ହେବ। ତେଣୁ ୨୦୨୦ ଟି-୨୦ ବିଶ୍ୱକପକୁ ୨୦୨୧ରେ ଆୟୋଜନ କରିବା ଅସମ୍ଭବ। ତେଣୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨କୁ ଘୁଞ୍ଚିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଯଦି ଟି-୨୦ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ନ ହେବ, ତା’ହେଲେ ଆଇପିଏଲର ୧୩ତମ ସଂସ୍କରଣ ଏହି ସମୟରେ ଅନୁଷ୍ଠିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ୬ ମାସ ମଧ୍ୟରେ ଦୁଇଟି ଆଇପିଏଲ ଓ ୨୦୨୧ରେ ଦୁଇଟି ବିଶ୍ୱକପର ପ୍ରସାରଣ ଏବଂ ଆୟୋଜନ ଅସମ୍ଭବ।

ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ସବୁ କମ୍ପାନୀ ଗତି କରୁଛନ୍ତି। ଏଭଳି ସ୍ଥିତିରେ ଲଗାତର ବଡ଼ବଡ଼ ଟୁର୍ଣ୍ଣାମେଣ୍ଟର ପ୍ରସାରଣ ପାଇଁ ଅର୍ଥ ନିବେଶ କରିବା କମ୍ପାନୀଗୁଡ଼ିକ ପକ୍ଷେ ସହଜ ହେବନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଇସିସି ୨୦୨୨ରେ ଟି-୨୦ ବିଶ୍ୱକପ କରିବାକୁ ଲକ୍ଷ୍ୟ ରଖିଛି।

ଏହାର ଅର୍ଥ ୨୦୨୦ ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖାଯିବ। ଏହା ବାତିଲ ହେବନାହିଁ। ୨୦୨୨ରେ ବି ଅନ୍ୟ କୌଣସି ବିଶ୍ୱକପ ନାହିଁ, ତେଣୁ ପ୍ରସାରଣ ସଂସ୍ଥା କୌଣସି କ୍ଷତି ସହିବେ ନାହିଁ।

୨୦୨୧ରେ ଭାରତ ଟି-୨୦ ବିଶ୍ୱକପ ଆୟୋଜନ କରିବ। ୨୦୨୨ରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ଏହାପରେ ୨୦୨୩ରେ ପୁଣିଥରେ ଭାରତରେ ୫୦ ଓଭର ବିଶିଷ୍ଟ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ।

ଆଇସିସିର ଏହି ରଣନୀତି ଯୋଗୁ ଆଇପିଏଲର ୧୩ ତମ ସଂସ୍କରଣ ଅନୁଷ୍ଠିତ ହେବା ନେଇ ବାଟ ଫିଟିଛି। ଚଳିତ ବର୍ଷ ମାର୍ଚ୍ଚ ୨୯ରୁ ଆଇପିଏଲ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ସଙ୍କଟ ଯୋଗୁ ଏହା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। ବିସିସିଆଇ ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି।

ଯଦି ଟି-୨୦ ବିଶ୍ୱକପକୁ ଆଇସିସି ୨୦୨୨କୁ ଘୁଞ୍ଚାଇ ଦିଏ, ତା’ହେଲେ ଆଇପିଏଲ ଅକ୍ଟୋବର-ନଭେମ୍ବର ମାସରେ ଅନୁଷ୍ଠିତ ହୋଇପାରିବ। କିନ୍ତୁ ଏହା ପୂର୍ବରୁ କରୋନା ସ୍ଥିତିର ସମୀକ୍ଷା କରାଯିବ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ମାସରେ ହିଁ ଆଇପିଏଲ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story