ତାହିରଙ୍କୁ ପର୍ପଲ୍, ୱାର୍ଣ୍ଣରଙ୍କୁ ଅରେଞ୍ଜ୍ କ୍ୟାପ୍

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ଦ୍ୱାଦଶ ସଂସ୍କରଣ ଶେଷ ହୋଇଛି। ଏଥର ଆଇପିଏଲର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାସଲ କରିଥିବା ବେଳେ ଇମ୍ରାନ୍ ତାହିର୍ ସର୍ବାଧିକ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଅର୍ଜନ କରିଛନ୍ତି। ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷେ ବାସନ୍ଦାଦେଶ କାଟିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ୱାର୍ଣ୍ଣରଙ୍କ ବ୍ୟାଟ୍ ଏଥର ଖୁବ୍ ଚାଲିଥିଲା। ସେ ମାତ୍ର ୧୨ ମ୍ୟାଚ୍ ଖେଳି ୬୯.୨୦ ହାରରେ ୬୯୨ ରନ୍ କରି ଶୀର୍ଷ […]

tahir

tahir

Hemant Lenka
  • Published: Sunday, 12 May 2019
  • Updated: 13 May 2019, 08:16 AM IST

Sports

Latest News

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗର ଦ୍ୱାଦଶ ସଂସ୍କରଣ ଶେଷ ହୋଇଛି। ଏଥର ଆଇପିଏଲର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାସଲ କରିଥିବା ବେଳେ ଇମ୍ରାନ୍ ତାହିର୍ ସର୍ବାଧିକ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଅର୍ଜନ କରିଛନ୍ତି।

ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷେ ବାସନ୍ଦାଦେଶ କାଟିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ୱାର୍ଣ୍ଣରଙ୍କ ବ୍ୟାଟ୍ ଏଥର ଖୁବ୍ ଚାଲିଥିଲା। ସେ ମାତ୍ର ୧୨ ମ୍ୟାଚ୍ ଖେଳି ୬୯.୨୦ ହାରରେ ୬୯୨ ରନ୍ କରି ଶୀର୍ଷ ସ୍ଥାନରେ ରହିଛନ୍ତି। ଲିଗ୍ ପର୍ଯ୍ୟାୟରେ ଆଉ ଦୁଇ ମ୍ୟାଚ୍ ଖେଳିବା ପୂର୍ବରୁ ୱାର୍ଣ୍ଣର୍ ସ୍ୱଦେଶ ଫେରିଯାଇଥିଲେ। ଚଳିତ ସିଜନରେ ସେ ଗୋଟିଏ ଶତକ ଓ ୮ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ସର୍ବାଧିକ ରନ୍ ମାମଲାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଲୋକେଶ ରାହୁଲ୍ ୧୪ ମ୍ୟାଚ୍ ଖେଳି ୫୩.୯୦ ହାରରେ ୫୯୩ ରନ୍ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର କ୍ୱିଣ୍ଟନ୍ ଡି'କକ୍ ୧୬ ମ୍ୟାଚରେ ୫୨୯ ରନ୍ ସହ ତୃତୀୟ, ଦିଲ୍ଲୀ କ୍ୟାପିଟାଲ୍ସର ଶିଖର ଧୱନ୍ ୧୬ ମ୍ୟାଚରେ ୫୨୧ ରନ୍ ସହ ଚତୁର୍ଥ ଏବଂ ଆନ୍ଦ୍ରେ ରସେଲ୍ ୧୪ ମ୍ୟାଚରେ ୫୧୦ ରନ୍ କରି ପଞ୍ଚମ ସ୍ଥାନରେ ରହିଛନ୍ତି।

ଚେନ୍ନାଇ ସୁପର କିଙ୍ଗସ୍ ଦଳର ଭେଟେରାନ୍ ସ୍ପିନର ତାହିର୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲ୍ ପୂର୍ବରୁ ୨୪ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଥିଲେ। କିନ୍ତୁ ଆଜି ସେ ଦୁଇ ୱିକେଟ୍ ନେଇ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର କାଗିସୋ ରବାଡାଙ୍କୁ ପଛରେ ପକାଇ ଦେଇଛନ୍ତି।

ରବାଡା ୧୨ ମ୍ୟାଚରେ ୧୪.୭୨ ହାରରେ ୨୫ ୱିକେଟ୍ ନେଇଛନ୍ତି। ଏବେ ତାହିର୍ ୧୭ ମ୍ୟାଚରେ ୧୬.୫୭ ହାରରେ ୨୬ ୱିକେଟ୍ ନେଇ ଶୀର୍ଷରେ ପହଞ୍ଚିଛନ୍ତି। ମୁମ୍ବାଇ ବିପକ୍ଷ ଫାଇନାଲରେ  ତାହିର୍ ୩ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ହାସଲ କରିଛନ୍ତି।

ବୋଲିଂ ତାଲିକାରେ ଚେନ୍ନାଇ ସୁପର କିଙ୍ଗସର ଦୀପକ ଚହର୍ ୧୭ ମ୍ୟାଚରେ ୨୨ ୱିକେଟ୍ ନେଇ ତୃତୀୟ ସ୍ଥାନରେ ଥିବା ବେଳେ ରାଜସ୍ଥାନ ରୟାଲ୍ସର ଶ୍ରେୟସ ଗୋପାଳ ୧୪ ମ୍ୟାଚରେ ୨୦ ୱିକେଟ୍ ସହ ଚତୁର୍ଥ ଏବଂ ସନରାଇଜର୍ସ ହାଇଦ୍ରାବାଦର ଖଲୀଲ ଅହମ୍ମଦ ୯ ମ୍ୟାଚରେ ୧୯ ୱିକେଟ୍ ନେଇ ପଞ୍ଚମ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story