ଏହି କାରଣ ପାଇଁ ଭାରତ ଗସ୍ତରୁ ଓହରିଲେ ତାମିମ ଇକବାଲ

ଢାକା: ବାଂଲାଦେଶର ଓପନର ତାମିମ ଇକବାଲ ଭାରତ ଗସ୍ତରୁ ଆଜି ଓହରି ଯାଇଛନ୍ତି। ସେ ଭାରତ ଗସ୍ତରେ ଆସିବେ ନାହିଁ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡକୁ ଜଣାଇଛନ୍ତି। ତାଙ୍କ ପତ୍ନୀ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବାରୁ ତାମିମ ତାଙ୍କ ସମୟ କଟାଇବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ନିଷ୍ପତ୍ତି ପରେ ବାଂଲାଦେଶ କ୍ରିକେଟ ବୋର୍ଡ ତାମିମଙ୍କ ବଦଳରେ ଅନ୍ୟତମ ବାମହାତୀ ବ୍ୟାଟସମ୍ୟାନ ଇମରୁଲ କେୟିସଙ୍କୁ ଭାରତ ବିପକ୍ଷ ସ୍କ୍ୱାଡ୍‌ରେ ସାମିଲ କରିଛି। ଉଭୟ […]

dc

dc

Hemant Lenka
  • Published: Saturday, 26 October 2019
  • Updated: 26 October 2019, 05:01 PM IST

ଢାକା: ବାଂଲାଦେଶର ଓପନର ତାମିମ ଇକବାଲ ଭାରତ ଗସ୍ତରୁ ଆଜି ଓହରି ଯାଇଛନ୍ତି। ସେ ଭାରତ ଗସ୍ତରେ ଆସିବେ ନାହିଁ ବୋଲି ବାଂଲାଦେଶ କ୍ରିକେଟ ବୋର୍ଡକୁ ଜଣାଇଛନ୍ତି। ତାଙ୍କ ପତ୍ନୀ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବାରୁ ତାମିମ ତାଙ୍କ ସମୟ କଟାଇବାକୁ ଚାହୁଁଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

ଏହି ନିଷ୍ପତ୍ତି ପରେ ବାଂଲାଦେଶ କ୍ରିକେଟ ବୋର୍ଡ ତାମିମଙ୍କ ବଦଳରେ ଅନ୍ୟତମ ବାମହାତୀ ବ୍ୟାଟସମ୍ୟାନ ଇମରୁଲ କେୟିସଙ୍କୁ ଭାରତ ବିପକ୍ଷ ସ୍କ୍ୱାଡ୍‌ରେ ସାମିଲ କରିଛି।

ଉଭୟ ଟି-୨୦ ଓ ଟେଷ୍ଟ ସ୍କ୍ୱାଡ୍‌ରେ ତାମିମ ରହିଥିଲେ। ତାଙ୍କ ନାଁ ଘୋଷଣା ହେବା ମାତ୍ର ସେ ପ୍ରଥମେ ଭାରତ ବିପକ୍ଷ ନଭେମ୍ବର ୨୨ରୁ କୋଲକାତାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ବୋଲି କହିଥିଲେ। କିନ୍ତୁ ବର୍ତ୍ତମାନ ସେ ଟି-୨୦ ସିରିଜ୍‌ ମଧ୍ୟ ଖେଳିବେ ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos