ତାମିମ ଇକବାଲ ହେଲେ ବାଂଲାଦେଶର ପୂର୍ଣ୍ଣକାଳୀନ ଅଧିନାୟକ

ଢାକା: ବାଂଲାଦେଶର ଦିନିକିଆ ଟିମର ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି ବାମହାତୀ ଷ୍ଟାର ବ୍ୟାଟସମ୍ୟାନ ତାମିମ ଇକବାଲ। ଆଜି ବାଂଲାଦେଶ କ୍ରିକେଟ ବୋର୍ଡ ସଭାପତି ନଜମୁଲ ହାସନ ଏହା ଘୋଷଣା କରିଛନ୍ତି।

ସେ କହିଛନ୍ତି, “ମଶରଫି ମୋର୍ତାଜା ଅଧିନାୟକ ପଦ ଛାଡ଼ିଥିବାରୁ ଏବେ ବାଂଲାଦେଶ ଟିମ୍‌ର ନେତୃତ୍ୱ କାହାକୁ ଦିଆଯିବ, ତା’ ଉପରେ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ତାମିମଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ସେ ବର୍ତ୍ତମାନ ଦଳର ନେତୃତ୍ୱ ନେବେ। ସେ ଦୀର୍ଘ ସମୟ ଧରି ଏହି ପଦବୀରେ ରହିବେ।”

ନିକଟରେ ବାଂଲାଦେଶ ଓ ଜିମ୍ବାୱେ ମଧ୍ୟରେ ଦିନିକିଆ ସିରିଜ୍‌ ଚାଲିଥିଲା। ଏହି ସିରିଜ୍‌କୁ ବାଂଲାଦେଶ ୩-୦ରେ ଜିତି ନେଇଛି। ବାଂଲାଦେଶ ମଶରଫି ମୋର୍ତାଜାଙ୍କ ଅଧିନାୟିକତ୍ୱରେ ଏହି ସିରିଜ ଖେଳିଥିଲା। ସିରିଜ ଶେଷ ହେବା ପରେ ମୋର୍ତାଜା ଅଧିନାୟକ ପଦକୁ ବାଏବାଏ କହିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।