ନ୍ୟୁଜିଲ୍ୟାଣ୍ଡର ରେକର୍ଡ ବୁକ୍‌ରେ ଟେଲର୍‌

ନ୍ୟାପିଅର: ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ରସ୍‌ ଟେଲର ଦେଶ ପାଇଁ ଆଜି ରେକର୍ଡ ସୃଷ୍ଟି କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ସମସ୍ତ ଖେଳାଳିଙ୍କ ତୁଳନାରେ ଦିନିକିଆରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ଟେଲର ଆଜି ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ୬୯ ରନ୍‌ର ଇନିଂସ ଖେଳିଛନ୍ତି। ଏହା ତାଙ୍କ କ୍ୟାରିୟରର ୪୭ତମ ଅର୍ଦ୍ଧଶତକ। ଆଜିର ଇନିଂସ୍‌ ପରେ ଟେଲର ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ହାସଲ କରିଥିବା ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ଅତିକ୍ରମ କରିଯାଇଛନ୍ତି। ଫ୍ଲେମିଂ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ […]

ro

ro

Hemant Lenka
  • Published: Wednesday, 20 February 2019
  • Updated: 20 February 2019, 05:44 PM IST

Sports

Latest News

ନ୍ୟାପିଅର: ନ୍ୟୁଜିଲ୍ୟାଣ୍ଡର ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ରସ୍‌ ଟେଲର ଦେଶ ପାଇଁ ଆଜି ରେକର୍ଡ ସୃଷ୍ଟି କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡର ସମସ୍ତ ଖେଳାଳିଙ୍କ ତୁଳନାରେ ଦିନିକିଆରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହୋଇଯାଇଛନ୍ତି।

ଟେଲର ଆଜି ବାଂଲାଦେଶ ବିପକ୍ଷ ଶେଷ ଦିନିକିଆରେ ୬୯ ରନ୍‌ର ଇନିଂସ ଖେଳିଛନ୍ତି। ଏହା ତାଙ୍କ କ୍ୟାରିୟରର ୪୭ତମ ଅର୍ଦ୍ଧଶତକ। ଆଜିର ଇନିଂସ୍‌ ପରେ ଟେଲର ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ସର୍ବାଧିକ ରନ୍‌ ହାସଲ କରିଥିବା ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ଅତିକ୍ରମ କରିଯାଇଛନ୍ତି।

ଫ୍ଲେମିଂ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ୮୦୦୭ ରନ୍‌ କରିଥିବା ବେଳେ ଟେଲର ଆଜିର ଇନିଂସ୍‌ ପରେ ୮୦୨୬ରେ ପହଞ୍ଚି ଯାଇଛନ୍ତି।

୩୪ ବର୍ଷୀୟ ଟେଲର ୨୦୦୬ରେ ଡେବ୍ୟୁ କରିଥିଲେ। ସେ ୨୦୩ଟି ଇନିଂସ୍‌ରେ ୪୮.୩୪ ହାରରେ ଏହି ରନ୍‌ ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos