ସିରିଜ ହାରିବା ପରେ ସମାଲୋଚନା: ତୃତୀୟ ଟେଷ୍ଟ ପାଇଁ ଭାରତରୁ ଯିବ ପିଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଟେଷ୍ଟରେ ବି ଭାରତର ଲଜ୍ଜ୍ୟାଜନକ ପରାଜୟ। ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ୍ ଠାରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରାକ ନିକଟରୁ ଭାରତ ୧୩୫ ରନରେ ପରାସ୍ତ ହୋଇଛି। ସେଞ୍ଚୁରିଅନରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିବା ବେଳେ ଭାରତ ୩୦୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍‌ ୨୫୮ ରନ୍ କରିଥିଲା। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୭ ରନ୍ […]

12_1516199633 (1)

12_1516199633 (1)

Rakesh Mallick
  • Published: Thursday, 18 January 2018
  • Updated: 18 January 2018, 11:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ଟେଷ୍ଟରେ ବି ଭାରତର ଲଜ୍ଜ୍ୟାଜନକ ପରାଜୟ। ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ୍ ଠାରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରାକ ନିକଟରୁ ଭାରତ ୧୩୫ ରନରେ ପରାସ୍ତ ହୋଇଛି। ସେଞ୍ଚୁରିଅନରେ ଅନୁଷ୍ଠିତ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୩୩୫ ରନ୍ କରିଥିବା ବେଳେ ଭାରତ ୩୦୭ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଘରୋଇ ଟିମ୍‌ ୨୫୮ ରନ୍ କରିଥିଲା। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୮୭ ରନ୍ କରିବାର ଥିଲା। କିନ୍ତୁ ଦଳ ୧୫୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପ୍ରଥମ ଇନିଂସ୍‌ରେ ସବୁ ଖେଳାଳି ବିଫଳ ହୋଇଥିବା ବେଳେ ଅଧିନାୟକ ବିରାଟଙ୍କ ବ୍ୟାଟ୍ ଚାଲିଥିଲା। ସେ ୧୫୩ ରନ୍‌ କରିଥିଲେ। କିନ୍ତୁ ଦ୍ୱିତୀୟ ପାଳିରେ ସେ ମାତ୍ର ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ରୋହିତ ଶର୍ମା ସର୍ବାଧିକ ୪୭ ରନ୍ କରିଥିବା ବେଳେ ୬ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ମୁରଲୀ ବିଜୟ ୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଲୋକେଶ ରାହୁଲ ୪, ହାର୍ଦ୍ଦିକ ପାଣ୍ଡ୍ୟା ୬, ରବିଚନ୍ଦ୍ରନ ଅଶ୍ୱିନ ୩ ଓ ଯଶପ୍ରୀତ ବୁମ୍‌ରା ୨ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ଓ ୱିକେଟ୍ କିପର ପାର୍ଥିବ ପଟେଲ ୧୯ ରନ୍ ଲେଖାଏଁ କରିଥିଲେ। ଇଶାନ୍ତ ଶର୍ମା ୪ ରନ୍ କରି ଅପରାଜିତ ରହିଥିଲେ।

ଏହି ପରାଜୟ ପରେ ସୋସିଆଲ୍‌ ମିଡିଆରେ ଟିମ୍‌ ଇଣ୍ଡିଆ ସମାଲୋଚନାର ଶିକାର ହୋଇଛି। ଜଣେ ୟୁଜର୍ସ କହିଛନ୍ତି ଭାରତ ଖୁସି ମନେଇବା ପାଇଁ ଶ୍ରୀଲଙ୍କା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ୍‌ ହିଁ ଠିକ୍‌। ଆଉଜଣେ ୟୁଜର୍ସ ଫଟୋ ସହ ପୋଷ୍ଟ କରିଛନ୍ତି ଯେ ବିରାଟ ଭାରତୀୟ ପିଚ୍‌କୁ ଟେକିକି ଦକ୍ଷିଣ ଆଫ୍ରିକା ନେଇଯାଉଛନ୍ତି। କାରଣ ଆଗାମୀ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିପାରିବେ। ଅନ୍ୟଜଣେ ୟୁଜର୍ସ କହିଛନ୍ତି ବିରାଟ ବାହିନୀଙ୍କୁ ସିରିଜ ପରାଜୟ ପରେ ହୋଟେଲ୍‌ରେ ନୁହେଁ ଆଫ୍ରିକାର ଜଙ୍ଗଲରେ ରଖିବା ଦରକାର। ଆଉ କିଏ କହିଛନ୍ତି ଭାରତ ସବୁବେଳେ ଏସିଆରେ ହିଁ ଖେଳିବା ଦରକାର। ଏସିଆ ବାହାରେ ଭାରତତୀୟ ଖେଳାଳିଙ୍କ ବ୍ୟାଟ୍‌ ଚାଲେନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos