ଭୁବନେଶ୍ୱରରେ ମେନ୍ ଇନ୍ ବ୍ଲୁ ତିଆରି କରୁଛି ନୂଆ ଷ୍ଟ୍ରାଟେଜି: ଟିମ୍‌ରେ ସମନ୍ୱୟ ରକ୍ଷା ପାଇଁ ଦିଆଯାଉଛି ଗୁରୁତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଲାଗି ରଣନୀତି ପ୍ରସ୍ତୁତ କରୁଛି ମେନ୍ ଇନ୍ ବ୍ଲୁ। ଫାଷ୍ଟ ଏବଂ ଆଟାକିଂ ଗେମ୍ ପରେ ଜୁନିଅର ଓ ସିନିଅର ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛି ଟିମ୍। ଏ ନେଇ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍। ୧୮ ଜଣିଆ ଦଳରେ ରୁପିନ୍ଦର ପାଲ ସିଂହ, ବୀରେନ୍ଦ୍ର ଲାକ୍ରା, ଏସ.ଭି.ସୁନୀଲ, ଏସ.କେ ଉଥାପ୍ପା, କ୍ୟାପଟେନ୍  ମନପ୍ରିତ ସିଂହ, ଆକାଶଦୀପ ସିଂଙ୍କ ପରି ସିନିଅର ଖେଳାଳି ଅଛନ୍ତି। କିଏ […]

india-hockey-kalinga-stadium

india-hockey-kalinga-stadium

Rakesh Mallick
  • Published: Friday, 24 November 2017
  • Updated: 24 November 2017, 08:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶ୍ୱ ହକି ଲିଗ୍ ଲାଗି ରଣନୀତି ପ୍ରସ୍ତୁତ କରୁଛି ମେନ୍ ଇନ୍ ବ୍ଲୁ। ଫାଷ୍ଟ ଏବଂ ଆଟାକିଂ ଗେମ୍ ପରେ ଜୁନିଅର ଓ ସିନିଅର ଖେଳାଳିଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ଦେଉଛି ଟିମ୍। ଏ ନେଇ ଗୁରୁମନ୍ତ୍ର ଦେଇଛନ୍ତି କୋଚ୍। ୧୮ ଜଣିଆ ଦଳରେ ରୁପିନ୍ଦର ପାଲ ସିଂହ, ବୀରେନ୍ଦ୍ର ଲାକ୍ରା, ଏସ.ଭି.ସୁନୀଲ, ଏସ.କେ ଉଥାପ୍ପା, କ୍ୟାପଟେନ୍  ମନପ୍ରିତ ସିଂହ, ଆକାଶଦୀପ ସିଂଙ୍କ ପରି ସିନିଅର ଖେଳାଳି ଅଛନ୍ତି। କିଏ ଶହେରୁ ଅଧିକ ମ୍ୟାଚ ଖେଳିଛି ତ କିଏ ୨ ଶହରୁ ଅଧିକ ମ୍ୟାଚ। ଟିମରେ ଅଛନ୍ତି ୧୦ ଜଣ ଜୁନିଅର ଖେଳାଳି। ଟୁର୍ଣ୍ଣାମେଣ୍ଟ ପୂର୍ବରୁ  ଉଭୟ ସିନିୟର ଏବଂ ଜୁନିୟର ଖେଳାଳିଙ୍କ ମଧ୍ୟରେ ଯେମିତି ଠିକ୍ ସମନ୍ୱୟ ଓ ଉଚିତ କମ୍ବିନେସନ ରହିବ, ତା ଉପରେ ଫୋକସ୍ କରୁଛନ୍ତି କୋଚ୍। ସେପଟେ ଦକ୍ଷିଣ କୋରିଆ ଟିମ୍ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଦଳ ଲିଗ୍ ଫାଇନାଲ୍ ନ ଖେଳିଲେ ମଧ୍ୟ ରେଳେଓ୍ୱ ଓ ଆର୍ଜେଣ୍ଟିନା ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos