ଆସନ୍ତାକାଲି ଭାରତ-ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଟେଷ୍ଟ

ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ):ଆସନ୍ତାକାଲିଠାରୁ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବ ଭାରତ। ଏହି ମ୍ୟାଚ୍‌ ତ୍ରିନିଦାଦର ସ୍ଥିତ ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବ। ପ୍ରଥମ ଟେଷ୍ଟର ଗୋଟିଏ ଇନିଂସ ଓ ୯୨ ରନ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ତୃତୀୟ ଟେଷ୍ଟ ମ୍ୟାଚ୍‌କୁ ୨୩୭ ରନ୍‌ରେ ଜିତିଛି ଭାରତ। ଭାରତ ଏହି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଭାରତ ଚତୁର୍ଥ ଟେଷ୍ଟ ଜିତି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ […]

team india

team india

Rakesh Mallick
  • Published: Wednesday, 17 August 2016
  • Updated: 18 August 2016, 07:51 AM IST

Sports

Latest News

ପୋର୍ଟ ଅଫ୍‌ ସ୍ପେନ୍‌ (ତ୍ରିନିଦାଦ):ଆସନ୍ତାକାଲିଠାରୁ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳିବ ଭାରତ। ଏହି ମ୍ୟାଚ୍‌ ତ୍ରିନିଦାଦର ସ୍ଥିତ ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯିବ।

ପ୍ରଥମ ଟେଷ୍ଟର ଗୋଟିଏ ଇନିଂସ ଓ ୯୨ ରନ୍‌ରେ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଡ୍ର ରହିଥିଲା। ତୃତୀୟ ଟେଷ୍ଟ ମ୍ୟାଚ୍‌କୁ ୨୩୭ ରନ୍‌ରେ ଜିତିଛି ଭାରତ। ଭାରତ ଏହି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି।

ଭାରତ ଚତୁର୍ଥ ଟେଷ୍ଟ ଜିତି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ବଡ ବ୍ୟବଧାନରେ ୱେଷ୍ଟଇଣ୍ଡିଜ୍‌କୁ ପରାଜିତ କରିବାକୁ ଚେଷ୍ଟା କରିବ। ୧୧୨ ରେଟିଂ ସହ ଭାରତ ଏବେ ଆଇସିସି ମାନ୍ୟତାର ଶ୍ରେଷ୍ଠ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୧୧୧ ରେଟିଂ ସହ ତୃତୀୟ ସ୍ଥାନରେ ରହିଛି।

ଚତୁର୍ଥ ଟେଷ୍ଟ ପାଇଁ ଭାରତ ସମସ୍ତ ପ୍ରସ୍ତୁତି କରିସାରିଛି। ଗତକାଲି ଦୀର୍ଘ ସମୟ ଧରି ଅଭ୍ୟାସ କରିଛି ଦଳ। ଭାରତ ଗତ ମ୍ୟାଚରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏହାକୁ ଏଡେଇବାକୁ ବ୍ୟାଟିଂରେ କିଛି ପରିବର୍ତ୍ତନ କରିବା ଆଶା କରାଯାଉଛି। ଏହା ସହ ବୋଲିଂରେ ମଧ୍ୟ ଉନ୍ନତି ଆଣିବାକୁ ପ୍ରୟାସ କରିବ ଦଳ।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ମଧ୍ୟ ପଛରେ ପଡିନାହିଁ। ଦଳ ଆତ୍ମସମୀକ୍ଷା କରି ଗତ ମ୍ୟାଚ୍‌ରେ କରିଥିବା ତ୍ରୁଟିକୁ ସୁଧାରି ଚତୁର୍ଥ ତଥା ଅନ୍ତିମ ଟେଷ୍ଟକୁ ଜିତିବାକୁ ପ୍ରୟାସ କରିବ।

ସମ୍ଭାବ୍ୟ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ଆର.ଅଶ୍ୱିନ, ଷ୍ଟୁଆର୍ଡ ବିନ୍ନି, ଶିଖର ଧୱନ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଅମିତ ମିଶ୍ରା, ମହମ୍ମଦ ସାମ୍ମୀ, ଚେତ୍ତେଶ୍ୱର ପୂଜାରା, ଲୋକେଶ ରାହୁଲ, ରିଦ୍ଧିମାନ୍‌ ଶାହା (ୱିକେଟ ରକ୍ଷକ),ଇଶାନ୍ତ ଶର୍ମା, ରୋହିତ ଶର୍ମା, ଶାର୍ଦ୍ଦୁଲ ଠାକୁର, ମୂରଲୀ ବିଜୟ ଓ ଉମେଶ ଯାଦବ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଦଳ: ଜସନ୍‌ ହୋଲ୍ଡର (ଅଧିନାୟକ), କେ.ବ୍ରାଥ୍‌ୱେଟ୍‌, ଦେବେନ୍ଦ୍ର ବିଶୁ, ଜେ. ବ୍ଲାକ୍‌ଉଡ୍‌, ସି.ବ୍ରେଥ୍‌ୱେଟ୍‌, ଡ୍ୟାରେନ୍‌ ବ୍ରାଭୋ, ରୋଷ୍ଟନ୍‌ ଚେଜ୍‌, ରାଜେନ୍ଦ୍ର ଚନ୍ଦ୍ରିକା, ଏମ୍‌.କୁମ୍ମିନ୍ସ, ଶେନ୍‌ ଡାଓରିଚ୍‌ (ୱିକେଟ ରକ୍ଷକ), ଶାନନ୍ ଗାବ୍ରିଏଲ, ଏଲ୍.ଜନ୍‌ସନ୍‌, ମାର୍ଲୋନ୍‌ ସାମୁଏଲ୍‌ ଓ ଅଲ୍‌ଜାରି ଜୋସେଫ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos