କାଲି ୫ମ ଦିନିକିଆ: କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଶ୍ରୀଲଙ୍କା ଓ ଇଣ୍ଡିଆ ମଧ୍ୟରେ ଖେଳାଯିବ ଶେଷ ତଥା ୫ମ ଦିନିକିଆ ମ୍ୟାଚ୍‌। ୫ ଟିକିଆ ସିରିଜରେ ଭାରତ ଏପର୍ଯ୍ୟନ୍ତ ୪ଟି ଦିନିକିଆ ମ୍ୟାଚ୍‌ ଖେଳି ୪ଟିରେ ବିଜୟ ହୋସଲ କରି ସିରିଜ ହାତେଇ ସାରିଛି। ଏହା ପୂର୍ବରୁ ଟେଷ୍ଟ ସିରିଜରେ ମଧ୍ୟ ଭାରତ ୩-୦ରେ ସିରିଜ ବିଜୟୀ ହୋଇଥିଲା। ଫଳରେ ଶେଷ ତାଥା ୫ମ ମ୍ୟାଚ୍ ଜିତି କ୍ଲିନ୍‌ ସୁଇପ୍ ଲକ୍ଷ୍ୟରେ ଏବେ ଟିମ୍‌ ଇଣ୍ଡିଆ। ଅନ୍ୟପଟେ କିନ୍ତୁ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 10:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ଶ୍ରୀଲଙ୍କା ଓ ଇଣ୍ଡିଆ ମଧ୍ୟରେ ଖେଳାଯିବ ଶେଷ ତଥା ୫ମ ଦିନିକିଆ ମ୍ୟାଚ୍‌। ୫ ଟିକିଆ ସିରିଜରେ ଭାରତ ଏପର୍ଯ୍ୟନ୍ତ ୪ଟି ଦିନିକିଆ ମ୍ୟାଚ୍‌ ଖେଳି ୪ଟିରେ ବିଜୟ ହୋସଲ କରି ସିରିଜ ହାତେଇ ସାରିଛି। ଏହା ପୂର୍ବରୁ ଟେଷ୍ଟ ସିରିଜରେ ମଧ୍ୟ ଭାରତ ୩-୦ରେ ସିରିଜ ବିଜୟୀ ହୋଇଥିଲା। ଫଳରେ ଶେଷ ତାଥା ୫ମ ମ୍ୟାଚ୍ ଜିତି କ୍ଲିନ୍‌ ସୁଇପ୍ ଲକ୍ଷ୍ୟରେ ଏବେ ଟିମ୍‌ ଇଣ୍ଡିଆ। ଅନ୍ୟପଟେ କିନ୍ତୁ ଘରୋଇ ପରିସ୍ଥିତିରେ ସିରିଜ ହାରିସାରିବା ପରେ ଶେଷ ମ୍ୟାଚ୍‌ରେ ବିଜୟ ହାସଲ କରି ଅତି କମରେ ସମ୍ମାନ ବଞ୍ଚାଇବାକୁ ଚେଷ୍ଟ କରିବ ଶ୍ରୀଲଙ୍କ।

ଏପରିସ୍ଥିତିରେ ଟିମ୍ ଇଣ୍ଡିଆକୁ ଏକ ଝଟ୍‌କା ଲାଗିଛି। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ ଖେଳିବେ ନାହିଁ। ତାଙ୍କ ମାଁ’ଙ୍କ ଦେହ ଖରାପ ଥିବାରୁ ସେ ଇଣ୍ଡିଆକୁ ଫେରିଆସିଛନ୍ତି ବୋଲି ଜଣାପଡିଛି। ଧାୱନଙ୍କ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଖରାପ ରହିଥିବାରୁ ସେ ତାଙ୍କୁ ଦେଖିବାକୁ ନିଜ ଦେଶକୁ ଫେରିଆସିଛନ୍ତି। ଫଳରେ ଧାୱନ ଶ୍ରୀଲଙ୍କା ସହିତ ଖେଳାଯିବାକୁ ଥିବା ଶେଷ ଦିନିକିଆ ସହ ଏକମାତ୍ର ଟି-ଟୋଣ୍ଟି ମ୍ୟାଚ୍‌ ମଧ୍ୟ ଖେଳି ନ ପାରନ୍ତି ବୋଲି ଜଣାପଡିଛି। ଧାୱନ ଯଦି ନ ଖେଳିବେ ତେବେ ତାଙ୍କ ସ୍ଥାନ ନେବେ ରାହାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos