ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଟିମ୍‌ ଇଣ୍ଡିଆ ଦେଖିଲା ‘ସଚିନ୍‌:ଏ ବିଲିୟନ ଡ୍ରିମ୍ସର ପ୍ରିମିୟର-ଶୋ’

ମୁମ୍ବାଇ: ଆସନ୍ତା ୨୬ତାରିଖରେ ବାୟୋପିକ୍ ଫିଲ୍ମ ସଚିନ୍-ଏ ବିଲିୟନ ଡ୍ରିମ୍ସ୍‌ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ କ୍ରିକେଟ୍‌ପ୍ରେମୀ ଓ ସିନେପ୍ରେମୀଙ୍କ ମହଲରେ ଏବେ ଚର୍ଚ୍ଚା ଜୋର। ହେଲେ ଫିଲ୍ମର ରିଲଜ୍‌ ପୂର୍ବରୁ ଏକ ସ୍ୱତନ୍ତ୍ର ସ୍କ୍ରିଂନି ମାଧ୍ୟମରେ ଆଜି ଭାରତୀୟ କ୍ରିକେଟ୍‌ ଟିମ୍ ଏହାକୁ ଦେଖିବା ପାଇଁ ସୁଯୋଗ ପାଇଛନ୍ତି। ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ନିଜେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନିମନ୍ତ୍ରଣ କରିଥିଲେ ଏହି ସ୍ୱତନ୍ତ୍ର ପ୍ରିମିୟର-ଶୋକୁ। ଆସନ୍ତା ୧ତାରିଖ ଠାରୁ ଆରମ୍ଭ ହେବାକୁ […]

sachi a bilian deams

sachi a bilian deams

Rakesh Mallick
  • Published: Wednesday, 24 May 2017
  • Updated: 24 May 2017, 08:59 PM IST

ମୁମ୍ବାଇ: ଆସନ୍ତା ୨୬ତାରିଖରେ ବାୟୋପିକ୍ ଫିଲ୍ମ ସଚିନ୍-ଏ ବିଲିୟନ ଡ୍ରିମ୍ସ୍‌ ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ନେଇ କ୍ରିକେଟ୍‌ପ୍ରେମୀ ଓ ସିନେପ୍ରେମୀଙ୍କ ମହଲରେ ଏବେ ଚର୍ଚ୍ଚା ଜୋର। ହେଲେ ଫିଲ୍ମର ରିଲଜ୍‌ ପୂର୍ବରୁ ଏକ ସ୍ୱତନ୍ତ୍ର ସ୍କ୍ରିଂନି ମାଧ୍ୟମରେ ଆଜି ଭାରତୀୟ କ୍ରିକେଟ୍‌ ଟିମ୍ ଏହାକୁ ଦେଖିବା ପାଇଁ ସୁଯୋଗ ପାଇଛନ୍ତି। ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର ନିଜେ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ନିମନ୍ତ୍ରଣ କରିଥିଲେ ଏହି ସ୍ୱତନ୍ତ୍ର ପ୍ରିମିୟର-ଶୋକୁ। ଆସନ୍ତା ୧ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଖେଳାଳି ଆଜି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବେ। ଏହାର ଗୋଟିଏ ଦିନ ପୂର୍ବରୁ ସ୍ୱତନ୍ତ୍ର ଭାବେ ସଚିନ୍-ଏ ବିଲିୟନ୍‌ ଡ୍ରିମ୍ସ୍‌ର ପ୍ରିମିୟର ଶୋକୁ ଭାରତୀୟ କ୍ରିକେଟ୍‌ ଟିମର ସମସ୍ତ ସଦସ୍ୟ ଦେଖିଛନ୍ତି। ସଚିନ୍‌ଙ୍କ ଉପସ୍ଥିତିରେ ବିରାଟ୍‌ କୋହଲି, ଧୋନୀ ଓ ଯୁବରାଜଙ୍କ ଭଳି ଅନେକ ଖେଳାଳି ଏହାର ଭରପୁର ମଜା ଉଠାଇଛନ୍ତି। ଏହି ଅବସରରେ ଯୁବରାଜ ସିଂହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଏବେ ଭାଇରାଲ୍ ହୋଇଛି। ଯୁବରାଜ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଲେଖିଛନ୍ତି ଯେ ‘ମାଷ୍ଟର ପ୍ରିମିୟର ଏ-ବିଲିୟନ୍‌ ଡ୍ରିମ୍ସକୁ ଅଲ୍‌ ଦି ବେଷ୍ଟ୍‌’।

କିଛିଦିନ ପୂର୍ବରୁ ମଧ୍ୟ ସଚିନ୍‌  ଭାରତୀୟ ସେନାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିଂନିର ବ୍ୟବସ୍ଥା କରିଥିଲେ। ଏହି ଫିଲ୍ମ ରିଲଜ୍ ହେବା ପୂର୍ବରୁ ଦେଶର ଅନେକ ରାଜ୍ୟ ଏହି ଫିଲ୍ମ ପାଇଁ କର ମୁକ୍ତ କରିଥିବା ନେଇ ଘୋଷଣା କରିସାରିଛନ୍ତି। ଓଡ଼ିଶା ମଧ୍ୟ ଏହା ଉପରେ ମନୋରଂଜନ କର ମୁକ୍ତ କରିବାକୁ ଘୋଷଣା କରିସାରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos