ଲଗାତର ୧୧ଟି ମ୍ୟାଚ୍‌ରେ ବିଜୟୀ ଟିମ୍‌ ଇଣ୍ଡିଆ: ତଥାପି ଦିନିକିଆରେ ଦ୍ୱିତୀୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆ ପରେ କୋଲକାତାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆକୁ ବି ଟିମ୍‌ ଇଣ୍ଡିଆ କବ୍‌ଜା କଲାପରେ ଟିମ୍‌ର ମନୋବଳ ଦୃଢ ହୋଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଲଗାତର ୧୧ଟି ଆନ୍ତର୍ଜାତିକ ମ୍ୟାଚ୍‌ ଜିତିବାର ଗୌରବ ଅର୍ଜନ କରିଛି। ଏହାପୂର୍ବରୁ ଇଣ୍ଡିଆ ଶ୍ରୀଲଲଙ୍କା ବିପକ୍ଷରେ ୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏହି ବଜୟ ମଧ୍ୟରେ ୭ଟି ଦିନିକିଆ, ୩ଟି ଟେଷ୍ଟ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ସାମିଲ। ଲଗାତର ୭ଟି […]

1506015125-IND_vs_AUS

1506015125-IND_vs_AUS

Rakesh Mallick
  • Published: Friday, 22 September 2017
  • Updated: 23 September 2017, 01:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଦିନିକିଆ ପରେ କୋଲକାତାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆକୁ ବି ଟିମ୍‌ ଇଣ୍ଡିଆ କବ୍‌ଜା କଲାପରେ ଟିମ୍‌ର ମନୋବଳ ଦୃଢ ହୋଇଛି। ଏହି ବିଜୟ ସହ ଟିମ୍‌ ଇଣ୍ଡିଆ ଲଗାତର ୧୧ଟି ଆନ୍ତର୍ଜାତିକ ମ୍ୟାଚ୍‌ ଜିତିବାର ଗୌରବ ଅର୍ଜନ କରିଛି। ଏହାପୂର୍ବରୁ ଇଣ୍ଡିଆ ଶ୍ରୀଲଲଙ୍କା ବିପକ୍ଷରେ ୯ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିଲା। ଏହି ବଜୟ ମଧ୍ୟରେ ୭ଟି ଦିନିକିଆ, ୩ଟି ଟେଷ୍ଟ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ସାମିଲ। ଲଗାତର ୭ଟି ଦିନିକିଆ ମ୍ୟାଚ୍‌ ଜିତିବା ପରେ ମଧ୍ୟ ଟିମ୍‌ ଇଣ୍ଡିଆ ଆଇସିସି ଦିନିକିଆ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଅଛି। ଆଗାମୀ ମ୍ୟାଚ୍‌ ରବିବାର ଦିନ ଇନ୍ଦୋର ଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ଯଦି ଟିମ୍‌ ଇଣ୍ଡିଆ ଜିତିବ ତେବେ ଦିନିକିଆରେ ଏକ ନମ୍ବର ସ୍ଥାନରେ ପହଞ୍ଚିବ। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଟେଷ୍ଟରେ ଏକ ନମ୍ବର ଥିବା ବେଳେ ଟି-୨୦ରେ ୫ମ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos