ଆଇସିସି ଟେଷ୍ଟ ମାନ୍ୟତା: ଅଷ୍ଟ୍ରେଲିଆକୁ ହଟାଇ ଶୀର୍ଷରେ ଭାରତ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ (୧୦୮ ରେଟିଂ)କୁ ତୃତୀୟ ସ୍ଥାନକୁ ଖସାଇ ପ୍ରଥମ ସ୍ଥାନ ଅଧିକାର କରିଛି ଟିମ୍‌ ଇଣ୍ଡିଆ (୧୧୨ ରେଟିଂ)। ଦ୍ୱିତୀୟ ସ୍ଥାନ ଅଧିକାର କରିଛି ପାକିସ୍ତାନ (୧୧୧ ରେଟିଂ)।

ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ରେ ଭାରତ ବୃହତ ବିଜୟ ହାସଲ କଲେ ପ୍ରଥମ ସ୍ଥାନରେ ବେଶୀ ଦିନ ରହି ପାରିବ। ଭାରତ ୩-୦ରେ ଏହି ସିରିଜ୍‌ ଜିତିଲେ ଦୀର୍ଘ ଦିନ ଧରି ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନରେ ରହିବା ଆଶା କରାଯାଉଛି। ଯଦି ଭାରତ ଏହି ମ୍ୟାଚ୍‌ ଡ୍ର ରଖେ ତେବେ ୧୧୦ ରେଟିଂ ସହ ଦ୍ୱିତୀୟ ସ୍ଥାନକୁ ଖସିବାକୁ ଥିବା ବେଳେ ପରାଜିତ ହେଲେ ୧୦୮ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନକୁ ଖସିଆସିବାର ଆଶଙ୍କା ରହିଛି।

୧୦୮ ରେଟିଂ ସହ ଇଂଲଣ୍ଡ ଚତୁର୍ଥ ସ୍ଥାନରେ, ୯୯ ରେଟିଂ ସହ ନ୍ୟୁଜିଲାଣ୍ଡ ୫ମ ସ୍ଥାନରେ, ୯୫ ରେଟିଂ ସହ ଶ୍ରୀଲଙ୍କା ୬ଷ୍ଠ ସ୍ଥାନରେ, ୯୨ ରେଟିଂ ସହ ଦକ୍ଷିଣ ଆଫ୍ରିକା ସପ୍ତମ ସ୍ଥାନରେ, ୬୫ ରେଟିଂ ସହ ଅଷ୍ଟମ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌, ୫୭ ରେଟିଂ ସହ ବାଂଲାଦେଶ ନବମ ସ୍ଥାନରେ ଓ ୮ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି ଜିମ୍ବାୱେ।

ଆହୁରି ପଢ଼ନ୍ତୁ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା