ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

ମୁମ୍ବାଇ: କ୍ରିକେଟର ଜଗତର ଦୁଇ ମହାନ ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି। ଉଭୟ ଟିମ୍‌ ଇଣ୍ଡିଆ ପାଇଁ ୧୭୬ ଥର ଇନିଂସ୍‌ ଆରମ୍ଭ କରିଛନ୍ତି। ତେବେ ସଚିନ ସର୍ବଦା ଗାଙ୍ଗୁଲିଙ୍କ ସହ ଓପନ କରୁଥିଲେ ହେଁ କାହିଁକି ଇନିଂସ୍‌ର ପ୍ରଥମ ବଲ ଷ୍ଟ୍ରାଇକ କରନ୍ତି ନାହିଁ? ଆପଣ ଏ ବିଷୟରେ ଜାଣିଛନ୍ତି କି? ଯଦି ନା, ତା’ହେଲେ ଏବେ ସୌରଭ ଗାଙ୍ଗୁଲି ଏହାର ଖୁଲାସା କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ ଦୁଇଟି ଆଳ […]

ty

ty

Hemant Lenka
  • Published: Monday, 06 July 2020
  • Updated: 06 July 2020, 01:33 PM IST

Sports

Latest News

ମୁମ୍ବାଇ: କ୍ରିକେଟର ଜଗତର ଦୁଇ ମହାନ ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି। ଉଭୟ ଟିମ୍‌ ଇଣ୍ଡିଆ ପାଇଁ ୧୭୬ ଥର ଇନିଂସ୍‌ ଆରମ୍ଭ କରିଛନ୍ତି। ତେବେ ସଚିନ ସର୍ବଦା ଗାଙ୍ଗୁଲିଙ୍କ ସହ ଓପନ କରୁଥିଲେ ହେଁ କାହିଁକି ଇନିଂସ୍‌ର ପ୍ରଥମ ବଲ ଷ୍ଟ୍ରାଇକ କରନ୍ତି ନାହିଁ? ଆପଣ ଏ ବିଷୟରେ ଜାଣିଛନ୍ତି କି? ଯଦି ନା, ତା’ହେଲେ ଏବେ ସୌରଭ ଗାଙ୍ଗୁଲି ଏହାର ଖୁଲାସା କରିଛନ୍ତି।

ଗାଙ୍ଗୁଲି କହିଛନ୍ତି ଯେ ଦୁଇଟି ଆଳ ଦେଖାଇ ସଚିନ ଷ୍ଟ୍ରାଇକ କରିବା ପାଇଁ ସର୍ବଦା ମନା କରନ୍ତି। ତାଙ୍କ ପାଖରେ ଫର୍ମକୁ ନେଇ ସବୁବେଳେ ଦୁଇଟି ଉତ୍ତର ରହିଥାଏ।

ବର୍ତ୍ତମାନର ଟିମ୍‌ ଇଣ୍ଡିଆ ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ଆଲୋନା କଲା ବେଳେ ସେ ଗାଙ୍ଗୁଲିଙ୍କୁ ଏ ବିଷୟରେ ପଚାରିଥିଲେ। ସେ ପଚାରିଥିଲେ ଯେ “ଦାଦା ଶୁଣିବାକୁ ମିଳିଥାଏ ଯେ ସଚିନ ପାଜୀ ଆପଣଙ୍କୁ ଷ୍ଟ୍ରାଇକ କରିବାକୁ ବାଧ୍ୟ କରିଥାଆନ୍ତି। ଏହା କ’ଣ ସତ?”

ଏହାର ଉତ୍ତରରେ ଗାଙ୍ଗୁଲି କହିଛନ୍ତି ଯେ “ସର୍ବଦା ସଚିନ ସେଭଳି କରନ୍ତି। ମୁଁ ତାଙ୍କୁ କୁହେ ବେଳେ ବେଳେ ତୁମେ ବି ପ୍ରଥମ ବଲ ଷ୍ଟ୍ରାଇକ କର। ମୁଁ କ’ଣ ସବୁ ବେଳେ ଷ୍ଟ୍ରାଇକ କରୁଥିବି? ହେଲେ ସେ ମୋତେ ଦୁଇଟି ଉତ୍ତର ଦିଅନ୍ତି।
https://twitter.com/i/status/1279995991459061763

ପ୍ରଥମେ ସଚିନ ମୋତେ କୁହନ୍ତି ଯେ ‘ମୋର ବିଶ୍ୱାସ ମୁଁ ଏବେ ଭଲ ଫର୍ମରେ ରହିଛି। ତେଣୁ ଏହି ଫର୍ମକୁ ଜାରି ରଖିବା ମୋତେ ନନ୍‌ ଷ୍ଟ୍ରାଇକରେ ରହିବା ଜରୁରୀ।’ ଦ୍ୱିତୀୟରେ ସେ ଖରାପ ଫର୍ମରେ ଥିବା ବେଳେ ମଧ୍ୟ ଷ୍ଟ୍ରାଇକ ନ କରିବାକୁ ଉତ୍ତର ଦେଇ କୁହନ୍ତି, ‘ମୁଁ ଏବେ ଖରାପ ଫର୍ମରେ ଅଛି। ତେଣୁ ତୁମ ଉପରୁ ଚାପ ହଟାଇବାକୁ ମୁଁ ନନ୍‌ ଷ୍ଟ୍ରାଇକ୍‌ରେ ରହୁଛି।’ ତେଣୁ ମୁଁ ହିଁ ଅଧିକାଂଶ ସମୟ ଷ୍ଟ୍ରାଇକ କରିଥାଏ।

ତେବେ ଯଦି କେହି ତାଙ୍କୁ(ସଚିନ) ଅତିକ୍ରମ କରି ଆଗୁଆ ନନ୍‌ ଷ୍ଟ୍ରାଇକରେ ପହଞ୍ଚି ଯାଏ, ସେତେବେଳେ ସେ ଆଉ କିଛି କରିପାରନ୍ତି ନାହିଁ। କାରଣ ଟିଭ କ୍ୟାମେରା ତାଙ୍କ ଉପରେ ପଡ଼ୁଥିବା ସେ ଜାଣିବାକୁ ପାଆନ୍ତି ଓ ବାଧ୍ୟ ହୋଇ ଷ୍ଟ୍ରାଇକ କରନ୍ତି। ଥରେ କି ଦୁଇ ଥର ମୁଁ ତାଙ୍କ ସହ ସେମିତି କରିଛି। ମୁଁ ଆଗୁଆ ତାଙ୍କୁ ଅତିକ୍ରମ କରି ନନ୍‌ ଷ୍ଟ୍ରାଇକରେ ଛିଡ଼ା ହୋଇଯାଇଛି। ଫଳରେ ସେ ବାଧ୍ୟ ହୋଇ ପ୍ରଥମ ବଲ ଷ୍ଟ୍ରାଇକ କରିଛନ୍ତି।”

ଦିନିକିଆ ମ୍ୟାଚ୍‌ରେ ସଚିନ-ଗାଙ୍ଗୁଲି ଯୋଡ଼ି ବେଶ ସଫଳ ହୋଇଛି। ଉଭୟ ୧୭୬ଟି ଇନିଂସରେ ୪୭.୫୫ ହାରରେ ୮୨୨୭ ରନ ସଂଗ୍ରହ କରିଛନ୍ତି। ଉଭୟ ପ୍ରଥମ ୱିକେଟ ପାଇଁ ୨୬ଥର ଶତକୀୟ ଭାଗିଦାରୀ କରିଥିବା ବେଳେ ୨୯ ଥର ୫୦ରୁ ଅଧିକ ରନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story