ଗମ୍ଭୀରଙ୍କ ଜନ୍ମଦିନରେ ସଚିନ୍ କଲେ ଏମିତି ଟ୍ଵିଟ୍
ମୁମ୍ବାଇ (ଓଡ଼ିଶା ରିପୋର୍ଟର): ଭାରତୀୟ ବ୍ୟାଟିଂ ତାରକା ଗୌତମ ଗମ୍ଭୀରଙ୍କ ଜନ୍ମଦିନରେ କ୍ରିକେଟ୍ର ‘ଗଡ୍’ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ବାର୍ତ୍ତା କ୍ରିକେଟ୍ ପ୍ରେମୀଙ୍କୁ ଯୋଗାଇଦେଇଛି ଚର୍ଚ୍ଚାର ଖୋରାକ୍। ସମସ୍ତଙ୍କର ପ୍ରିୟ ତଥା ବିଭିନ୍ନ ଗମ୍ଭୀର ପ୍ରସଙ୍ଗରେ ମତ ଦେଇ ଆସିଥିବା ଗୌତମଙ୍କୁ ଆଜି ୩୭ ବର୍ଷ ପୂରିବା ଉପଲକ୍ଷେ ସବୁ ଆଡ଼ୁ ଶୁଭେଚ୍ଛା ବାର୍ତ୍ତା ଆସୁଥିଲେ ହଁ ସଚିନ୍ଙ୍କ ବାର୍ତ୍ତା ଥିଲା ଟିକେ ଖାସ୍।
ସଚିନ୍ ୨୦୧୧ ୱାର୍ଲ୍ଡ କପ୍ ଫାଇନାଲ୍ରେ ବିଜୟ ପରବର୍ତ୍ତୀ ସେଲେବ୍ରେସନ ବେଳେ ଗମ୍ଭୀରଙ୍କ ସହ ସେ ଉଠାଇଥିବା ଫଟୋ ସହିତ ନିଜର ଅଫିସିଆଲ୍ ଆକାଉଣ୍ଟରେ ଲେଖିଛନ୍ତି, ‘ଗୌତମ ଗମ୍ଭୀର, ସମଗ୍ର ବର୍ଷଟି (ତୁମର) ଭଲରେ କଟୁ।’
Fondly remember your innings from the World Cup final, @GautamGambhir! Have a great year ahead. pic.twitter.com/Jcymp9acN4
— Sachin Tendulkar (@sachin_rt) October 14, 2018
ସଚିନ୍ଙ୍କ ସମଗ୍ର କ୍ରିକେଟ୍ ଜୀବନର ରେକର୍ଡ ସମୂହ ତାଙ୍କୁ ଯେତିକି ଖୁସି ଦେଇନଥିବ ବ୍ଲୁଜର୍ସିରେ ବିଶ୍ୱକପ୍ ଧରିବାର ମୁହୂର୍ତ୍ତ ତାଙ୍କ ପାଇଁ ଅଧିକ ସ୍ମରଣୀୟ ହୋଇଥିବ ନିଶ୍ଚୟ। ଆଉ ଏହା ସମ୍ଭବ ହୋଇପାରିଥିଲା ଫାଇନାଲ୍ ମ୍ୟାଚ୍ରେ ଗୌତମ ଗମ୍ଭୀରଙ୍କ ଦମଦାର ଇନିଂସ୍ ପାଇଁ। ୨୦୦୭ ଟି୨୦ ଫାଇନାଲ୍ ଏବଂ ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ସେ ଯଥାକ୍ରମେ ୫୭ ରନ୍ ଏବଂ ୯୭ ରନ୍ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଆଉ ସଚିନ୍ଙ୍କ ପାଇଁ ଶେଷ ବିଶ୍ୱକପ୍ ଥିବା ଏହି ବିଶ୍ୱକପ୍ରେ ଭାରତର ବିଜୟ ପରେ ଗମ୍ଭୀର ଖୁସି ବ୍ୟକ୍ତ କରିବା ଅବସରରେ ଭାବବିହ୍ୱଳ ହୋଇ କହିଥିଲେ, ‘ଆମେ ଏହି ବିଶ୍ୱକପ୍ ସଚିନ୍ଙ୍କ ପାଇଁ ଜିତିବାକୁ ଚାହୁଁଥିଲୁ। ଏହି ବିଶ୍ୱକପ୍ ବିଜୟ ତାଙ୍କ ପ୍ରତି ଉତ୍ସର୍ଗ କଲୁ।’
@GautamGambhir You are truly a man with a golden heart, Gauti Bhai have a great birthday and keep being awesome. 🙂 ?? #HappyBirthdayGautamGambhir
— Shikhar Dhawan (@SDhawan25) October 14, 2018
Here's wishing @GautamGambhir a very happy birthday ??
Here's a fine knock from GG against Sri Lanka at Kolkata #HappyBirthdayGG pic.twitter.com/d4t77Yd4iU
— BCCI (@BCCI) October 14, 2018
10,324 international runs for ??
75 in the @WorldT20 2007 final ?
97 in the @cricketworldcup 2011 final ?Happy 37th birthday @GautamGambhir! pic.twitter.com/3wlnzOAs8B
— ICC (@ICC) October 14, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।