ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍‌ ପାଇଁ ଆସନ୍ତାକାଲି ଟିମ୍ ଚୟନ

ମୁମ୍ବାଇ: ନଭେମ୍ବର ୯ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ଖେଳିବ ଭାରତ। ଏଥିପାଇଁ ଆସନ୍ତାକାଲି ଟିମ୍ ଚୟନ କରାଯିବ। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପେସର ଇଶାନ୍ତ ଶର୍ମା ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଛି। ଗୌତମ ଗମ୍ଭୀରଙ୍କୁ ଚୟନ କମିଟି ଟିମ୍‌ରେ ସାମିଲ କରିବ କି ନାହିଁ ତାହା ଆସନ୍ତାକାଲି ଜଣାପଡ଼ିଯିବ। ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ରାଜକୋଟ୍‌ରେ ୯ ତାରିଖରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ୍ ବିଶାଖାପାଟଣାରେ ନଭେମ୍ବର ୧୭ରୁ […]

kohli

kohli

Rakesh Mallick
  • Published: Tuesday, 01 November 2016
  • Updated: 02 November 2016, 03:37 PM IST

Sports

Latest News

ମୁମ୍ବାଇ: ନଭେମ୍ବର ୯ ତାରିଖରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ଖେଳିବ ଭାରତ। ଏଥିପାଇଁ ଆସନ୍ତାକାଲି ଟିମ୍ ଚୟନ କରାଯିବ। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ପେସର ଇଶାନ୍ତ ଶର୍ମା ସ୍ଥାନ ପାଇପାରନ୍ତି ବୋଲି ଆଶା କରାଯାଉଛି। ଗୌତମ ଗମ୍ଭୀରଙ୍କୁ ଚୟନ କମିଟି ଟିମ୍‌ରେ ସାମିଲ କରିବ କି ନାହିଁ ତାହା ଆସନ୍ତାକାଲି ଜଣାପଡ଼ିଯିବ।

ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ ରାଜକୋଟ୍‌ରେ ୯ ତାରିଖରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ୍ ବିଶାଖାପାଟଣାରେ ନଭେମ୍ବର ୧୭ରୁ ଖେଳାଯିବ। ତୃତୀୟ ଟେଷ୍ଟ ମୋହାଲିରେ ନଭେମ୍ବର ୨୬ରୁ ଖେଳାଯିବ। ଚତୁର୍ଥ ଟେଷ୍ଟ ମ୍ୟାଚ୍ ମୁମ୍ବାଇରେ ଡିସେମ୍ବର ୮ରୁ ପଞ୍ଚମ ମ୍ୟାଚ୍ ଡିସେମ୍ବର ୧୬ରୁ ଚେନ୍ନାଇରେ ଖେଳାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌କୁ ଟିମ୍ ଇଣ୍ଡିଆ ୩-୦ରେ ଜିତି ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos