୨୦୨୩ ବିଶ୍ୱକପରେ ଦେଖିବାକୁ ମିଳିବେନି ଏଇ ୭ କିମ୍ବଦନ୍ତୀ କ୍ରିକେଟର୍

ଲଣ୍ଡନ: ୨୦୧୯ ବିଶ୍ୱକପ୍‌ ଏବେ ଅନ୍ତିମ ଚରଣରେ ଆସି ପହଞ୍ଚି ଯାଇଛି। ଆସନ୍ତାକାଲି ବିଶ୍ୱକପ୍‌ ଫାଇନାଲ୍‌। ତେବେ ୨୦୧୯ରେ ୭ ଜଣ ଏମିତି ଖେଳାଳି ରହିଥିଲେ, ଯେଉଁମାନେ ହୁଏତ ଆଗାମୀ ବିଶ୍ୱକପ୍‌ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏହି ୭ ଖେଳାଳିଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନି ରହିଛନ୍ତି। ଧୋନିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କ୍ରିସ ଗେଲ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ଦକ୍ଷିଣ ଆଫ୍ରିକାର ଜେପି ଡୁମିନି, ଇମ୍ରାନ ତାହିର, ପାକିସ୍ତାନର ସୋଏବ ମାଲିକ ଓ […]

q

q

Hemant Lenka
  • Published: Saturday, 13 July 2019
  • Updated: 13 July 2019, 04:42 PM IST

ଲଣ୍ଡନ: ୨୦୧୯ ବିଶ୍ୱକପ୍‌ ଏବେ ଅନ୍ତିମ ଚରଣରେ ଆସି ପହଞ୍ଚି ଯାଇଛି। ଆସନ୍ତାକାଲି ବିଶ୍ୱକପ୍‌ ଫାଇନାଲ୍‌। ତେବେ ୨୦୧୯ରେ ୭ ଜଣ ଏମିତି ଖେଳାଳି ରହିଥିଲେ, ଯେଉଁମାନେ ହୁଏତ ଆଗାମୀ ବିଶ୍ୱକପ୍‌ରେ ଖେଳୁଥିବା ଦେଖିବାକୁ ମିଳିବ ନାହିଁ। ଏହି ୭ ଖେଳାଳିଙ୍କ ମଧ୍ୟରେ ଟିମ୍‌ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନି ରହିଛନ୍ତି।

ଧୋନିଙ୍କ ବ୍ୟତୀତ ୱେଷ୍ଟଇଣ୍ଡିଜର କ୍ରିସ ଗେଲ, ଶ୍ରୀଲଙ୍କାର ଲସିଥ ମାଲିଙ୍ଗା, ଦକ୍ଷିଣ ଆଫ୍ରିକାର ଜେପି ଡୁମିନି, ଇମ୍ରାନ ତାହିର, ପାକିସ୍ତାନର ସୋଏବ ମାଲିକ ଓ ବାଂଲାଦେଶର ମୁର୍ଶଫି ମୁର୍ତାଜା ପ୍ରମୁଖ ରହିଛନ୍ତି। ଚଳିତ ବିଶ୍ୱକପ୍‌ରେ ଗେଲ, ତାହିର ଓ ମାଲିଙ୍ଗାଙ୍କ ପ୍ରଦର୍ଶନ ଠିକଠାକ ରହିଛି। ହେଲେ ଡୁମିନି, ମାଲିକ ଓ ମୁର୍ତାଜାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ସେହିପରି ଏହି ଖେଳାଳିଙ୍କ ମଧ୍ୟରେ ଧୋନି ହିଁ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି।

୧: ମହେନ୍ଦ୍ର ସିଂହ ଧୋନି- ଚଳିତ ବିଶ୍ୱକପ୍‌ର ୯ଟି ମ୍ୟାଚ୍‌ରେ ଧୋନି ୨୭୩ ରନ୍‌ କରିଛନ୍ତି। ରନ୍‌କୁ ଦେଖିଲେ ଧୋନି ଖେଳିଥିବା ୪ଟି ଯାକ ବିଶ୍ୱକପ୍‌ରୁ ଏଥର ସର୍ବାଧିକ ରନ୍‌ ସ୍କୋର କରିଛନ୍ତି। ଧୋନି ୨୦୧୧ ବିଶ୍ୱକପର ୯ଟି ମ୍ୟାଚ୍‌ରୁ ୨୪୧, ୨୦୧୫ରେ ୮ଟି ମ୍ୟାଚ୍‌ରୁ ୨୩୭ ଓ ୨୦୦୭ ବିଶ୍ୱକପରେ ୩ଟି ମ୍ୟାଚ୍‌ରୁ ୨୯ ରନ୍‌ କରିଥିଲେ।

୨: କ୍ରିସ ଗେଲ-ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ଓପନର ଗେଲ ଚଳିତ ବିଶ୍ୱକପ୍‌ରେ ନିଜର କ୍ଷମତା ଅନୁସାରେ ପ୍ରଦର୍ଶନ କରିପାରିନାହାନ୍ତି। ୩୯ ବର୍ଷୀୟ ଗେଲ ୮ଟି ମ୍ୟାଚ୍‌ରୁ ମାତ୍ର ୨୪୨ ରନ୍‌ ହିଁ କରିପାରିଛନ୍ତି। ତାଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଦେଖିବାକୁ ମିଳିନାହିଁ। ସେ ଆଫଗାନିସ୍ତାନ ବିପକ୍ଷ ବିଶ୍ୱକପ୍‌ର ଶେଷ ମ୍ୟାଚରେ କେବଳ ୭ ରନ୍‌ କରିପାରିଥିଲେ।

୩: ସୋଏବ ମାଲିକ- ଚଳିତ ବିଶ୍ୱକପ୍‌ରେ ସୋଏବ ମାଲିକ କେବଳ ୩ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇଥିଲେ। ଏହି ୩ ମ୍ୟାଚ୍‌ରେ ସେ ୮ ରନ୍‌ ହିଁ କରିଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ରେ ସୋଏବ ଶୂନରେ ଆଉଟ୍‌ ହେବା ପରେ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା। ବିଶ୍ୱକପ୍‌ରେ ସେ କ୍ରିକେଟକୁ ଅଲବିଦା କହିଛନ୍ତି।

୪: ଲସିଥ ମାଲିଙ୍ଗା- ଭାରତ ବିପକ୍ଷରେ ମାଲିଙ୍ଗା ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ମାଲିଙ୍ଗା ୧୦ ଓଭର୍‌ରେ ୮୨ ରନ୍‌ ବ୍ୟୟ କରିଥିଲେ। ତାଙ୍କୁ ମାତ୍ର ଗୋଟିଏ ୱିକେଟ୍‌ ମିଳିଥିଲା। ଚଳିତ ବିଶ୍ୱକପ୍‌ରେ ମାଲିଙ୍ଗା ୭ଟି ମ୍ୟାଚ୍‌ରୁ ୧୩ଟି ୱିକେଟ୍‌ ଦଖଲ କରିଥିଲେ।

୫: ଇମ୍ରାନ ତାହିର- ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ଲିଗ୍‌ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଜିତିଥିଲା। କିନ୍ତୁ ଦଳ ସେମିଫାଇନାଲ୍‌ରେ ପହଞ୍ଚି ପାରି ନଥିଲା। ଏହି ମ୍ୟାଚ୍‌ରେ ତାହିର ମାତ୍ର ଗୋଟିଏ ୱିକେଟ ନେଇଥିଲେ। ଚଳିତ ବିଶ୍ୱକପ୍‌ରେ ତାହିର ୯ଟି ମ୍ୟାଚ୍‌ ଖେଳି ୧୧ଟି ୱିକେଟ ନେଇଛନ୍ତି।

୬: ମର୍ଶଫି ମୁର୍ତାଜା- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ତା’ର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ମନ ଜିଣିଛି। ହେଲେ ଦଳ ସେମିରେ ପହଞ୍ଚି ପାରି ନଥିଲା। ବିଶ୍ୱକପରେ ବାଂଲାଦେଶର ଭଲ ପ୍ରଦର୍ଶନ ପଛରେ ଅଧିନାୟକ ମୁର୍ତାଜାଙ୍କ ହାତ ରହିଥିଲା। ଚଳିତ ବିଶ୍ୱକପ୍‌ରେ ମୁର୍ତାଜା କେବଳ ଗୋଟିଏ ୱିକେଟ୍‌ ନେବାକୁ ସକ୍ଷମ ହୋଇଛନ୍ତି।

୭: ଜେପି ଡୁମିନି- ୩୫ ବର୍ଷୀୟ ଡୁମିନି ୨୦୦୪ରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରିଥିଲେ। ଚଳିତ ବିଶ୍ୱକପରେ ଡୁମିନି ୪ଟି ଇନିଂସ୍‌ରେ ମାତ୍ର ୭୦ ରନ୍‌ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚ୍‌ରେ ଡୁମିନି ୧୪ ରନ୍‌ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story