୨୦୨୩ ବିଶ୍ୱକପରେ ଟିମ ଇଣ୍ଡିଆରେ ରହିବେ ଏହି ୬ ଯୁବ ଖେଳାଳି!

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୨୦୧୯ ବିଶ୍ୱକପ ଅଭିଯାନ ସେମିଫାଇନାଲ୍‌ରେ ହିଁ ଶେଷ ହୋଇଯାଇଛି। ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତରେ ହେବ। ତେବେ ଆଗକୁ ଟିମ୍‌ ଇଣ୍ଡିଆରେ ଅନେକ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହି ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଯୁବ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିପାରେ। ଯେହେତୁ ୨୦୨୩ ବିଶ୍ୱକପ ଭାରତରେ ହେବ, ତେଣୁ ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱ ବିଜେତା ହେବାର ସୁଯୋଗ ରହିବ। ଟିମ୍‌ ଇଣ୍ଡିଆର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ଏବେ […]

aa

aa

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 07:27 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ୨୦୧୯ ବିଶ୍ୱକପ ଅଭିଯାନ ସେମିଫାଇନାଲ୍‌ରେ ହିଁ ଶେଷ ହୋଇଯାଇଛି। ୨୦୨୩ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତରେ ହେବ। ତେବେ ଆଗକୁ ଟିମ୍‌ ଇଣ୍ଡିଆରେ ଅନେକ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହି ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଯୁବ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିପାରେ।

ଯେହେତୁ ୨୦୨୩ ବିଶ୍ୱକପ ଭାରତରେ ହେବ, ତେଣୁ ଟିମ୍‌ ଇଣ୍ଡିଆ ପାଖରେ ବିଶ୍ୱ ବିଜେତା ହେବାର ସୁଯୋଗ ରହିବ। ଟିମ୍‌ ଇଣ୍ଡିଆର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇ ଏବେ ଠାରୁ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି। ଭାରତ ପାଖରେ ଏମିତି ୬ ଜଣ ପ୍ରତିଭାବାନ ଯୁବ ଖେଳାଳି ଅଛନ୍ତି, ଯେଉଁମାନେ ପରବର୍ତ୍ତୀ ସମୟରେ ଟିମ୍‌ ଇଣ୍ଡିଆରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

୧: ଶୁଭମାନ ଗିଲ- ପଞ୍ଜାବ ପକ୍ଷରୁ ରଣଜୀ ଖେଳୁଥିବା ଶୁଭମନ ଗିଲ ଭାରତୀୟ କ୍ରିକେଟର ଚମକୁ ଥିବା ତାରା। ମାତ୍ର ୧୯ ବର୍ଷର ଏହି ଖେଳାଳି ଜଣଙ୍କ ଅନେକ କିଛି ସଫଳତା ହାସଲ କରି ସାରିଛନ୍ତି। ୨୦୧୮ ଅଣ୍ଡର-୧୯ ବିଶ୍ୱକପରେ ଶୁଭମାନ ମ୍ୟାନ୍‌ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ଘରୋଇ କ୍ରିକେଟରେ ଶୁଭମାନ ଲଗାତର ଭଲ ପ୍ରଦର୍ଶନ କରି ଆସୁଛନ୍ତି। ଆଇପିଏଲ୍‌ରେ ମଧ୍ୟ ସେ କୋଲକାତା ପକ୍ଷରୁ ଖେଳି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

୨: ପୃଥ୍ୱୀ ଶ’- ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଅଣ୍ଡର-୧୯ରେ ଭାରତୀୟ ଦଳର ମଙ୍ଗ ସମ୍ଭାଳିଥିଲେ। ନିଜର ବ୍ୟକ୍ତିଗତ ପ୍ରଦର୍ଶନରେ ସେ ସମସ୍ତଙ୍କୁ ଚକିତ ମଧ୍ୟ କରିଥିଲେ। ନୂଆ ବଲ୍‌ରେ କେମିତି ବ୍ୟାଟିଂ କରିବାକୁ ହୁଏ, ସେକଥା ଶ’ଙ୍କ ଠାରୁ ଶିଖିବା କଥା। ଆଇପିଏଲ୍‌ରେ ଦିଲ୍ଲୀ ପକ୍ଷରୁ ଖେଳୁଥିବା ଶ’ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ ଡେବ୍ୟୁରେ ଶ’ ଶତକ ହାସଲ କରିଥିଲେ।

୩: ଶ୍ରେୟସ ଆୟର-ଆଇପିଏଲ୍‌ର ସର୍ବକନିଷ୍ଠ ଅଧିନାୟକ ଶ୍ରେୟସ ଆୟର ଦିଲ୍ଲୀକୁ ଗତ ଆଇପିଏଲରେ ପ୍ଲେ-ଅଫ୍‌କୁ ଷ୍ଟେଜକୁ ନେଇପାରି ଥିଲେ। ଭାରତୀୟ ଟିମ୍‌ ୪ ନଂ ସ୍ଥାନକୁ ନେଇ ସର୍ବଦା ଦ୍ୱନ୍ଦ୍ୱରେ ରହୁଛି। ସେ କ୍ଷେତ୍ରରେ ଶ୍ରେୟସ ଗ୍ରହଣୀୟ ବିକଳ୍ପ ହୋଇପାରନ୍ତି। ୨୦୧୫-୧୬ରେ ଶ୍ରେୟସ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ଅପରାଜିତ ୨୦୫ ରନ୍‌ର ଇନିଂସ ଖେଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ।

୪: ଦୀପକ ଚହର: ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ଖେଳୁଥିବା ଦୀପକ ଚହର ଆଗାମୀ ଦିନରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କ ସହ ମିଶି ଭାରତୀୟ ଦଳର ବୋଲିଂ ବାହିନୀକୁ ସଶକ୍ତ କରିବାର କ୍ଷମତା ରଖିଛନ୍ତି। ଚଳିତ ଆଇପିଏଲ୍‌ରେ ସେ ୨୨ଟି ୱିକେଟ୍‌ ନେଇଥିଲେ। ବୁମ୍ରାଙ୍କ ଭଳି ସେ ମଧ୍ୟ ନୂଆ ଓ ପୁରୁଣା ବଲରେ ୟର୍କର ପକାଇବାରେ ମାହିର।

୫: ଖଲୀଲ ଅହମ୍ମଦ- ବାମହାତୀ ଦ୍ରୁତ ବୋଲର ଖଲୀଲ ଅହମ୍ମଦ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଏବଂ ତାଙ୍କୁ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସାମିଲ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଭାରତ ପାଇଁ ଏସିଆ କପରେ ଡେବ୍ୟୁ କରିଥିବା ଖଲୀଲ ଅହମ୍ମଦ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

୬: ନଭଦୀପ ସାଇନି: ଆଇପିଏଲ୍‌ରେ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ନଭଦୀପ ସାଇନି ବିଶ୍ୱକପ୍‌ ଟିମ୍‌ର ଷ୍ଟାଣ୍ଡବାଏରେ ଥିଲେ। ସେ ଇଣ୍ଡିଆ ଏ ପକ୍ଷରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫ ୱିକେଟ୍‌ ନେଇ ତାଙ୍କ ପ୍ରତିଭାର ଝଲକ ଦେଖାଇଥିଲେ। ଦ୍ରୁତ ବୋଲିଂ ଓ ସୁଇଂରେ ନଭଦୀପ ପ୍ରତିପକ୍ଷ ବ୍ୟାଟସ୍‌ମ୍ୟାନଙ୍କୁ ଘାଇଲା କରିବାର କ୍ଷମତା ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story