ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟିରେ ଭାରତର କ୍ଲିନ୍ ସୁଇପ୍

during the International Twenty20 match between Australia and India at Sydney Cricket Ground on January 31, 2016 in Sydney, Australia.ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜକୁ ୩-୦ରେ ପୋଛି ନେଇଛି ଭାରତ। ରବିବାର ସିଡନୀରେ ୩ଟିକିଆ ସିରିଜର ଶେଷ ମ୍ୟାଚକୁ ୭ ୱିକେଟରେ ଜିତିଛି ଭାରତ। ଶେଷ ଓଭରରେ ୧୭ ରନର ଆବଶ୍ୟକ ଥିବା ବେଳେ ୧୯ ରନ କରି ଅଷ୍ଟ୍ରେଲିଆକୁ ହରାଇଛି। ସିରିଜରେ ଉନ୍ନତ ପ୍ରଦର୍ଶନ କରିଥିବା ବିରାଟ କୋହଲିଙ୍କୁ ‘ମ୍ୟାନ ଅଫ ଦ ସିରିଜ’ ଓ ଅଷ୍ଟ୍ରେଲିଆର ଶେନ୍ ୱାଟସନଙ୍କୁ ‘ମ୍ୟାନ ଅଫ୍ ଦି ମ୍ୟାଚ’ ଭାବେ ପୁରସ୍କୃତ କରାଯାଇଛି।

ଅନ୍ୟପକ୍ଷରେ ଏହି ସିରିଜ ବିଜୟ ପରେ ୧୨୦ ପଏଣ୍ଟ ପାଇଁ ଏକ ନମ୍ବର ସ୍ଥାନକୁ ଉଠିଛି ଟିମ ଇଣ୍ଡିଆ। ଦ୍ୱିତୀୟ ସ୍ଥାନରେ ୱେଷ୍ଟ ଇଣ୍ଡିଜ୍ (୧୧୮), ତୃତୀୟ ସ୍ଥାନରେ ଶ୍ରୀଲଙ୍କା (୧୧୮), ଚତୁର୍ଥସ୍ଥାନରେ ଇଂଲଣ୍ଡ (୧୧୭) ଓ ପଞ୍ଚମ ସ୍ଥାନରେ ନ୍ୟୁଜିଲାଣ୍ଡ (୧୧୬) ରହିଛି।

୧୯୭ ରନକୁ ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରାରମ୍ଭରୁ ହିଁ ଅଷ୍ଟ୍ରେଲିଆରର ବୋଲରଙ୍କ ଉପରେ ଭାରି ପଡିଥିଲେ ଓପନର ରୋହିତ ଶର୍ମା ଓ ଶିଖର ଧୱାନ। ଦଳୀୟ ସ୍କୋର ୩.୨ ଓଭରରେ ୪୨ ଥିବା ବେଳେ ପ୍ରଥମ ୱିକେଟ ଭାବେ ଧୱାନ (୯ ବଲରୁ ୨୬ରନ)ଙ୍କୁ କ୍ୟାମରନ ବାନକ୍ରୋଫ୍ଟଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ପଠାଇଥିଲେ ଶେନ ୱାଟସନ। ଏହାପରେ ରୋହିତଙ୍କ ସହ ଯୋଗ ଦେଇଥିଲେ ବିରାଟ କୋହଲି। ଦୁହେଁ ଅର୍ଦ୍ଧଶତକ କରି ଭାରତ ବିଜୟୀର ମୂଳଦୁଆ ପକାଇଥିଲେ। ଉଭୟ କ୍ୟାମରନ୍ ବୋଏସଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥଲେ। ବିରାଟ ୩୬ ବଲରୁ ୫୦ କରିଥିବା ବେଳେ ରୋହିତ ୩୮ ବଲରୁ ୫୨ ରନ କରିଥିଲେ।

ଏମାନେ ଆଉଟ ହେବା ପରେ ପଡିଆକୁ ଆସିଥିବା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁରେଶ ରାଇନା (୨୫ ବଲରୁ ୪୯ରନ) ଓ ଯୁବରାଜ ସିଂହ(୧୨ ବଲରୁ ୧୫ ରନ) ଭାରତ ବିଜୟର ମୁଣ୍ଡି ମାରିଥିଲେ। ଭାରତ ଏହି ମ୍ୟାଚକୁ ଜିତିବାକୁ ଶେଷ ଓଭରରେ ୧୭ ରନ ଆବଶ୍ୟକ କରୁଥିଲା। ଶେଷ ଓଭରରେ ଅଣ୍ଡ୍ରୁ ଟୋଇଙ୍କ ପ୍ରଥମ ଦୁଇଟି ବଲରେ ଚୌକା ଓ ଛକା ମାରି କ୍ରିକେଟ ପ୍ରେମୀଙ୍କୁ ଆଶ୍ୱସ୍ତ କରିଥିଲେ ଯୁବରାଜ। ଟୋଇଙ୍କ ତୃତୀୟ ବଲରେ ଏକ ବାଇ ନେଇଥିଲେ ଯୁବରାଜ। ଚତୁର୍ଥ ଓ ପଞ୍ଚମ ବଲରେ ରାଇନା ୪ ରନ ସଂଗ୍ରହ କରିଥିଲେ। ଶେଷ ବଲରେ ଦଳକୁ ଜିତିବାକୁ ୨ ରନ ଆବଶ୍ୟକ ଥିବା ବେଳେ ରାଇନା ଚୌକା ମାରି ଦଳକୁ ବିଜୟୀ କରିଥିଲେ।

ଘରୋଇ ଦଳ ଟସ୍ ଜିତିବା ପରେ ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ଉସମାନ୍ ଖାୱାଜା ୧୪ ରନ୍ କରି ସହଳ ଆଉଟ୍ ହୋଇଯାଇଥିଲେ। ସନ୍ ମାର୍ଶ ଓ ଗ୍ଲେନ୍ ମାକ୍ସୱେଲ୍ ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି କରି ପାରି ନ ଥିଲେ। ସନ୍ ଓ ଗ୍ଲେନ୍ ଯଥାକ୍ରମେ ୯ ଓ ୩ ରନ୍ କରିଛନ୍ତି। ତେବେ ସେନ୍ ୱାଟସନ୍ ଅପରାଜିତ ରହି ୭୧ଟି ବଲରୁ ୧୦ଟି ଚୌକା ଓ ୬ଟି ଛକା ସହାୟତାରେ ୧୨୪ ରନ୍ କରିଥିଲେ। ଟ୍ରାଭିସ୍ ହେଡ୍ ୨୬ ଓ କ୍ରୀସ୍ ଲିନ୍ ୧୩ ରନ୍ କରିଥିଲେ।

ଭାରତ ପକ୍ଷରୁ ଆଶିଷ ନେହରା, ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା ଓ ଯୁବରାଜ ସିଂ ଯଥାକ୍ରମେ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

୩ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ଓ ଏହାକୁ ଜିତି ସାରିଛି। ତେବେ ଆଜିର ମ୍ୟାଚକୁ ଜିତି ଦଳ କ୍ଲିନସୁଇପ୍ ଲକ୍ଷ୍ୟ ରଖିଛି।