ଏହି ମହିଳା ଦିନିକିଆ କ୍ରିକେଟ୍‌ରେ ରଚିଥିଲେ ଇତିହାସ

ମେଲବର୍ଣ୍ଣ: ମହିଳା କ୍ରିକେଟ୍‌ରେ ଦ୍ୱିଶତକ ହାସଲ କରିବା ଏକ ବିରଳ ଘଟଣା। ତେବେ ମହିଳା କ୍ରିକେଟ୍‌ର ଇତିହାସରେ ପ୍ରଥମଥର ଦ୍ୱିଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବେଲିଣ୍ଡା କ୍ଲାର୍କଙ୍କ ନାଁରେ ରହିଛି। ଆଜି ଏହି ମହାନ୍‌ କ୍ରିକେଟର୍‌ ୪୮ ବର୍ଷରେ ପର୍ଦାପଣ କରିଛନ୍ତି। ସେ ବିଶ୍ୱର ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ପ୍ରଥମ ଖେଳାଳି ଯିଏ, ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି। ୧୯୯୭ରେ ଡେନମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ […]

as1

as1

Hemant Lenka
  • Published: Monday, 10 September 2018
  • Updated: 10 September 2018, 10:15 AM IST

Sports

Latest News

ମେଲବର୍ଣ୍ଣ: ମହିଳା କ୍ରିକେଟ୍‌ରେ ଦ୍ୱିଶତକ ହାସଲ କରିବା ଏକ ବିରଳ ଘଟଣା। ତେବେ ମହିଳା କ୍ରିକେଟ୍‌ର ଇତିହାସରେ ପ୍ରଥମଥର ଦ୍ୱିଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ବେଲିଣ୍ଡା କ୍ଲାର୍କଙ୍କ ନାଁରେ ରହିଛି। ଆଜି ଏହି ମହାନ୍‌ କ୍ରିକେଟର୍‌ ୪୮ ବର୍ଷରେ ପର୍ଦାପଣ କରିଛନ୍ତି। ସେ ବିଶ୍ୱର ଉଭୟ ପୁରୁଷ ଓ ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ପ୍ରଥମ ଖେଳାଳି ଯିଏ, ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି।

୧୯୯୭ରେ ଡେନମାର୍କ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ  କ୍ଲାର୍କ  ଏହି ରେକର୍ଡ ହାସଲ କରିଥିଲେ।  କ୍ଲାର୍କ ମାତ୍ର ୧୫୫ଟି ବଲ୍‌ରେ ଅପରାଜିତ ୨୨୯ କରିଥିଲେ। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୩ ୱିକେଟ୍‌ ହରାଇ ୪୧୨ ରନ୍‌ କରିଥିଲା।

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୪୦୦ରୁ ଅଧିକ ରନ୍‌ କରିବା କ୍ରିକେଟ୍‌ ଇତିହାସରେ ଏହା ଦ୍ୱିତୀୟ ଘଟଣା।

ମହିଳା କ୍ରିକେଟ୍‌ରେ ଦ୍ୱିଶତକ ସ୍କୋର୍ କରିଥିବା ଦୁଇ ଜଣ ଖେଳାଳିଙ୍କ ମଧ୍ୟରୁ  କ୍ଲାର୍କ ହେଉଛନ୍ତି ଜଣେ। ସେ ୧୯୯୧ରୁ ୨୦୦୫ ଯାଏ ଅଷ୍ଟ୍ରେଲିଆର ପ୍ରତିନିଧିତ୍ୱ କରିଥିଲେ। କ୍ଲାର୍କଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ୧୭ ବର୍ଷୀୟ ବ୍ୟାଟସ୍‌ମ୍ୟାନ୍‌ ଆମେଲିଆ କେର୍‌ ମହିଳା କ୍ରିକେଟର ଦିନିକିଆ ମ୍ୟାଚ୍‌ରେ ଅପରାଜିତ ୨୩୨ ରନ୍‌ କରିଥିଲେ। ସେ ମାତ୍ର ୧୪୫ଟି ବଲ୍‌ରେ କ୍ଲାର୍କଙ୍କ ରେକର୍ଡକୁ ଅତିକ୍ରମ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos