ଭିଟୋରୀଙ୍କୁ ଅତିକ୍ରମ କଲେ ସାଉଦି

ୱେଲିଂଟନ: ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଦ୍ରୁତ ବୋଲର ଟିମ ସାଉଦିଙ୍କ ସୁଇଂରେ ଭାରତୀୟ ବ୍ୟାଟସମ୍ୟାନମାନେ ଘାଇଲା ହୋଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସାଉଦି ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ କରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସାଉଦିଙ୍କ ସହ ଜାମିସନ ମଧ୍ୟ ୪ଟି ୱିକେଟ ନେଇଛନ୍ତି। ସାଉଦି ଆଜି ୪ଟି ୱିକେଟ ନେବା ପରେ ଭାରତ ୧୬୫ ରନ୍‌ର ଅଲଆଉଟ ହୋଇଯାଇଥିଲା। ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ୨୦୦୨ରେ ୯୯ ଓ ୧୬୧ ରନ୍‌ରେ ଅଲଆଉଟ ହୋଇଥିଲା। ଅର୍ଥାତ ଏହା […]

eb

eb

Hemant Lenka
  • Published: Saturday, 22 February 2020
  • Updated: 22 February 2020, 06:33 PM IST

ୱେଲିଂଟନ: ନ୍ୟୁଜିଲ୍ୟାଣ୍ଡର ଷ୍ଟାର ଦ୍ରୁତ ବୋଲର ଟିମ ସାଉଦିଙ୍କ ସୁଇଂରେ ଭାରତୀୟ ବ୍ୟାଟସମ୍ୟାନମାନେ ଘାଇଲା ହୋଇଛନ୍ତି। ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ସାଉଦି ୪ ଜଣ ବ୍ୟାଟସ୍‌ମ୍ୟାନଙ୍କୁ ଆଉଟ କରି ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ସାଉଦିଙ୍କ ସହ ଜାମିସନ ମଧ୍ୟ ୪ଟି ୱିକେଟ ନେଇଛନ୍ତି।

ସାଉଦି ଆଜି ୪ଟି ୱିକେଟ ନେବା ପରେ ଭାରତ ୧୬୫ ରନ୍‌ର ଅଲଆଉଟ ହୋଇଯାଇଥିଲା। ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ୨୦୦୨ରେ ୯୯ ଓ ୧୬୧ ରନ୍‌ରେ ଅଲଆଉଟ ହୋଇଥିଲା। ଅର୍ଥାତ ଏହା ଦଳର ତୃତୀୟ ସର୍ବନିମ୍ନ ସ୍କୋର।

ଅନ୍ୟପକ୍ଷରେ ଟିମ ସାଉଦି ଆଜି ୪ ୱିକେଟର ସଫଳତା ପରେ ଟେଷ୍ଟ କ୍ରିକେଟରେ ୨୭୪ଟି ୱିକେଟ ଦଖଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ପାଇଁ ସେ ତୃତୀୟ ସର୍ବାଧିକ ୱିକେଟ ଦଖଲକାରୀ ହୋଇଛନ୍ତି। ୩୧ ବର୍ଷୀୟ ସାଉଦି ଆଜିର ସଫଳତା ପରେ ପୂର୍ବତନ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ ଡାନିଏଲ ଭିଟୋରୀଙ୍କୁ ଅତିକ୍ରମ କରିଯାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ମାଟିରେ ସର୍ବାଧିକ ୱିକେଟ ଦଖଲ କରିବା ତାଲିକାରେ ସାଉଦି ପ୍ରଥମ ଟେଷ୍ଟ ପୂର୍ବରୁ ୩ନଂ ସ୍ଥାନରେ ଥିଲେ। ତାଙ୍କ ଉପରେ ଭିଟୋରୀ(୧୫୯) ଓ ରିଚାର୍ଡ ହାଡଲେ(୨୦୧) ରହିଥିଲେ। କିନ୍ତୁ ଆଜି ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ ଅଜିଙ୍କ୍ୟ ରାହଣେଙ୍କୁ ସାଉଦି ଆଉଟ କରିବା କ୍ଷଣି ଭିଟୋରୀଙ୍କୁ ଅତିକ୍ରମ କରିଯାଇଥିଲେ।

ଏବେ ସାଉଦି ନ୍ୟୁଜିଲ୍ୟାଣ୍ତ ମାଟିରେ ୧୬୧ଟି ୱିକେଟ ନେବାର ରେକର୍ଡ କରିଛନ୍ତି। ଭିଟୋରୀ ନ୍ୟୁଜିଲ୍ୟାଣ୍ଡ ମାଟିରେ ୫୭ଟି ମ୍ୟାଚ୍‌ରେ ୧୫୯ଟି ୱିକେଟ ନେଇଥିବା ବେଳେ ସାଉଦି ମାତ୍ର ୩୯ଟି ମ୍ୟାଚ୍‌ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ସେହିପରି ରାଚାର୍ଡ ମାତ୍ର ୪୩ଟି ମ୍ୟାଚ୍‌ରେ ୨୦୧ଟି ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos