ଟୋକିଓ ଟିକେଟ ପାଇଥିବା ଭାରତର ଅମିତ ଓ ଲଭଲୀନା ବ୍ରୋଞ୍ଜରେ ସନ୍ତୁଷ୍ଟ

ଅମ୍ମାନ(ଜୋର୍ଡାନ): ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଥିବା ତଥା ବିଶ୍ୱର ଏକ ନମ୍ବର ବକ୍ସର ଭାରତର ଅମିତ ପଙ୍ଘାଲ ଏସିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ସମସ୍ତଙ୍କୁ ନିରାଶ କରିଛନ୍ତି। ଗତକାଲି ସେମି ଫାଇନାଲରେ ପ୍ରବେଶ କରି ଟୋକିଓ ଟିକେଟ ପାଇଥିବା ଅମିତ ଆଜି ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଷ୍ଟାର ମହିଳା ବକ୍ସର ଲଭଲୀନା ମଧ୍ୟ ଟୋକିଓ ଟିକେଟ ପାଇଥିଲେ ହେଁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି। ଆଜି ୫୨ […]

ecv

ecv

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 05:13 PM IST

ଅମ୍ମାନ(ଜୋର୍ଡାନ): ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରିଥିବା ତଥା ବିଶ୍ୱର ଏକ ନମ୍ବର ବକ୍ସର ଭାରତର ଅମିତ ପଙ୍ଘାଲ ଏସିଆନ ଅଲିମ୍ପିକ୍ସ କ୍ୱାଲିଫାୟର୍ସରେ ସମସ୍ତଙ୍କୁ ନିରାଶ କରିଛନ୍ତି। ଗତକାଲି ସେମି ଫାଇନାଲରେ ପ୍ରବେଶ କରି ଟୋକିଓ ଟିକେଟ ପାଇଥିବା ଅମିତ ଆଜି ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେହିପରି ଭାରତର ଅନ୍ୟତମ ଷ୍ଟାର ମହିଳା ବକ୍ସର ଲଭଲୀନା ମଧ୍ୟ ଟୋକିଓ ଟିକେଟ ପାଇଥିଲେ ହେଁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି।

ଆଜି ୫୨ କେଜି ବର୍ଗରେ ଅମିତଙ୍କ ମୁକାବିଲା ଚାଇନାର ଜିଆନଗୁଆନ ହୁଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଅମିତ ଜୋରଦାର ଲଢ଼େଇ କରିଥିଲେ। ହେଲେ ଶେଷରେ ଜିଆନଗୁଆନ ୩-୨ରେ ବାଜିତମାତ କରି ନେଇଥିଲେ। ଏଥିସହ ଗତବର୍ଷ ଏସିଆନ ଚାମ୍ପିୟନଶିପ ସେମି ଫାଇନାରେ ଅମିତଙ୍କ ଠାରୁ ହାରିଥିବାର ପ୍ରତିଶୋଧ ନେବାକୁ ଜିଆନଗୁଆନ ସମର୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଦୁଇ ଥର ବିଶ୍ୱ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଲଭଲୀନା ୬୯ କେଜି ବର୍ଗରେ ଚାଇନାର ହଙ୍ଗ ଗୁଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ତୃତୀୟ ସିଡ୍‌ ତଥା ୨୦୧୮ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ପଦକ ଜିତିଥିବା ହଙ୍ଗ ଏକାପଖିଆ ଭାବେ ଲଭଲୀନାଙ୍କୁ ୫-୦ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରୁ ବିଦା କରିଛନ୍ତି। ସେମି ଫାଇନାଲରେ ହାରିଥିବାରୁ ଲଭଲୀନାଙ୍କୁ ବ୍ରୋଞ୍ଜ ପଦକ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos