ହାଇଦ୍ରାବାଦର ପୂର୍ବତନ କୋଚଙ୍କ ଫେଭରାଇଟ ଟିମ ଚେନ୍ନାଇ ସୁପର କିଙ୍ଗସ

ହାଇଦ୍ରାବାଦ: ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର, ଭାଷ୍ୟକାର ତଥା ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର କୋଚ ଟମ ମୁଡି ଏକ ବଡ଼ ବୟାନ ଦେଇଛନ୍ତି। ସେ ହାଇଦ୍ରାବାଦର ପୂର୍ବତନ କୋଚ ହୋଇଥିଲେ ହେଁ ଆଇପିଏଲରେ ତାଙ୍କ ଫେଭରାଇଟ ଟିମ୍ ହେଉଛି ଚେନ୍ନାଇ ସୁପରକିଙ୍ଗସ। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ୩ଥର ଆପିଏଲରେ ଚାମ୍ପିୟନ ହୋଇଥିବା ବେଳେ ଏକାଧିକଥର ଫାଇନାଲ ଖେଳିଛି। ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଚାମ୍ପିୟନ ହୋଇଥିଲେ ହେଁ ଚେନ୍ନାଇକୁ ସବୁଠାରୁ ସଫଳ ଟିମ ଭାବେ ଗଣାଯାଏ। ତେଣୁ […]

rt

rt

Hemant Lenka
  • Published: Saturday, 04 April 2020
  • Updated: 04 April 2020, 07:05 PM IST

Sports

Latest News

ହାଇଦ୍ରାବାଦ: ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର, ଭାଷ୍ୟକାର ତଥା ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର କୋଚ ଟମ ମୁଡି ଏକ ବଡ଼ ବୟାନ ଦେଇଛନ୍ତି। ସେ ହାଇଦ୍ରାବାଦର ପୂର୍ବତନ କୋଚ ହୋଇଥିଲେ ହେଁ ଆଇପିଏଲରେ ତାଙ୍କ ଫେଭରାଇଟ ଟିମ୍ ହେଉଛି ଚେନ୍ନାଇ ସୁପରକିଙ୍ଗସ।

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ ୩ଥର ଆପିଏଲରେ ଚାମ୍ପିୟନ ହୋଇଥିବା ବେଳେ ଏକାଧିକଥର ଫାଇନାଲ ଖେଳିଛି। ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଚାମ୍ପିୟନ ହୋଇଥିଲେ ହେଁ ଚେନ୍ନାଇକୁ ସବୁଠାରୁ ସଫଳ ଟିମ ଭାବେ ଗଣାଯାଏ। ତେଣୁ ଟମ ମୁଡି ଚେନ୍ନାଇ ଟିମକୁ ପସନ୍ଦ କରିଛନ୍ତି। ସେହିପରି ଆଇପିଏଲରେ ତାଙ୍କର ପସନ୍ଦାର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଧୋନିଙ୍କ କ୍ୟାପ୍ଟେନଶିପ ତାଙ୍କୁ ପ୍ରଭାବିତ କରିପାରିଛି ବୋଲି ମୁଡି କହିଛନ୍ତି।

୫୪ ବର୍ଷୀୟ ମୁଡିଙ୍କୁ ଟି-୨୦ର ଦୁଇ ଜଣ ବେଷ୍ଟ ଓପନର କିଏ ବୋଲି ମଧ୍ୟ ଅନେକ ଲୋକ ଟ୍ୱିଟରରେ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ଟମ କହିଛନ୍ତି, “ଏହା ନିଶ୍ଚିତ ଏକ କଠିନ ପ୍ରଶ୍ନ। ତଥାପି ମୁଁ ଟି-୨୦ର ବେଷ୍ଟ ଓପନର ଭାବେ ଡାଭିଡ ୱାର୍ଣ୍ଣର ଓ ରୋହିତ ଶର୍ମାଙ୍କୁ ବାଛିବି।” ମୁଡି ଆହୁରି କହିଛନ୍ତି, ଭାରତ ପାଖରେ ଶୁବମନ ଗିଲଙ୍କ ଭଳି ଦକ୍ଷତା ସମ୍ପନ୍ନ କ୍ରିକେଟର ରହିଛନ୍ତି।

କ୍ରିକେଟିଂ ବ୍ରେନ ଥିବା ଖେଳାଳି ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ। ମୁଡି ଭାରତର ଫେଭରାଇଟ ଫିଲ୍ଡର ଭାବେ ରବୀନ୍ଦ୍ର ଜାଡେଜାଙ୍କୁ ବାଛିଛନ୍ତି। ଫେଭରାଇଟ ଇଣ୍ଡିଆ ପ୍ଲେୟାର କିଏ ବୋଲି ପ୍ରଶ୍ନରେ ଟମ ମୁଡି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାଁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos