କାହିଁକି ଭାରତ ଚାମ୍ପିୟାନ୍ସ ଟ୍ରଫି ଫେବରିଟ୍‌: ଜାଣନ୍ତୁ ୭ଟି ମୁଖ୍ୟ କାରଣ

ମୁମ୍ବାଇ: ଆଉ ୩ଦିନ ପରେ ପରେ ଆରମ୍ଭ ହେବ ଆଇସିସିର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରତିଯୋଗିତା ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ବିଶ୍ୱର ଶ୍ରେଷ୍ଠ ୮ଟି ଟିମ୍‌କୁ ନେଇ ଏହି ପ୍ରତିଯୋଗିତା ଖେଳାଯିବ। ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଚାମ୍ପିୟାନ୍ସ ଟ୍ରଫି ଅଷ୍ଟମ ସଂସ୍କରଣ ଆୟୋଜନର ଦାୟିତ୍ୱ ଦିଆଯାଇଛି। ଏହା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ସର୍ବାଧିକ ୨ ଥର ଲେଖାଁଏ ଚାମ୍ପିୟାନ୍ସ ଟ୍ରଫି ହାତେଇ ଥିବା ବେଳେ ନ୍ୟୁଜିଲାଣ୍ଡ, […]

team india

team india

Rakesh Mallick
  • Published: Sunday, 28 May 2017
  • Updated: 28 May 2017, 10:49 PM IST

Sports

Latest News

ମୁମ୍ବାଇ: ଆଉ ୩ଦିନ ପରେ ପରେ ଆରମ୍ଭ ହେବ ଆଇସିସିର ଦ୍ୱିତୀୟ ସର୍ବଶ୍ରେଷ୍ଠ ପ୍ରତିଯୋଗିତା ମିନି ବିଶ୍ୱକପ ବା ଚାମ୍ପିୟନ୍ସ ଟ୍ରଫି। ଏଥିପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ବିଶ୍ୱର ଶ୍ରେଷ୍ଠ ୮ଟି ଟିମ୍‌କୁ ନେଇ ଏହି ପ୍ରତିଯୋଗିତା ଖେଳାଯିବ। ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଚାମ୍ପିୟାନ୍ସ ଟ୍ରଫି ଅଷ୍ଟମ ସଂସ୍କରଣ ଆୟୋଜନର ଦାୟିତ୍ୱ ଦିଆଯାଇଛି।

ଏହା ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ସର୍ବାଧିକ ୨ ଥର ଲେଖାଁଏ ଚାମ୍ପିୟାନ୍ସ ଟ୍ରଫି ହାତେଇ ଥିବା ବେଳେ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଥରେ ଲେଖାଏଁ ଚାମ୍ପିୟନ ହୋଇଛନ୍ତି। ତେବେ କିଏ ଜିତିବ ଏହି ମିନି ବିଶ୍ୱକପ୍, ସେ ନେଇ ଆରମ୍ଭ ହୋଇଛି ନାନା କଳ୍ପନା ଜଳ୍ପନା। ତେବେ ଡିଫେଡିଂ ଚାମ୍ପିୟନ ଭାରତ ଉପରେ ସମସ୍ତଙ୍କ ନଜର ରହିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ପ୍ରଥମ ଥର ଭାରତ କୌଣସି ଆଇସିସି ଇଭେଣ୍ଟରେ ଭାଗ ନେଉଛି। ତେବେ ଆସନ୍ତୁ ଜାଣିବା ଭାରତ ଚାମ୍ପିୟାନ୍ସ ଟ୍ରଫି ଜିତିବାର ୭ ଟି ମୁଖ୍ୟ କାରଣ..

୧-କୋହଲିଙ୍କ ନେତୃତ୍ୱ

ବିରାଟ କୋହଲିଙ୍କ ନେତୃତ୍ୱ ଏଥର ଭାରତକୁ ଜିତାଇବାବରେ ବଡ ଭୂମିକା ନେଇପାରେ। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ୨୦ ଟି ମ୍ୟାଚ ଖେଳି ୧୬ ଟିରେ ବିଜୟୀ ହୋଇଛି।  ଚଳିତ ବର୍ଷ ଆରମ୍ଭରୁ ଘରୋଇ ମାଟିରେ ଖେଳାଯାଇଥିବା ସିରିଜ୍‌ରେ ଇଂଲଣ୍ଡକୁ ମାତ୍ ଦେଇ ଦୃଢ ନେତୃତ୍ୱର ପରିଚୟ ଦେଇଥିଲେ ବିରାଟ।  ବିରାଟ ତାଙ୍କ ଅଧିନାୟକତ୍ୱରେ ୨୦ଟି ମ୍ୟାଚ ରୁ ୭୦.୮୩ ଆଭରେଜରେ ବ୍ୟକ୍ତିଗତ ୧୦୩୫ ସଂଗ୍ରହ କରିଛନ୍ତି।  ଯାହାକି ପ୍ରମାଣିତ କରୁଛି ଟିମ୍  ଇଣ୍ଡିଆର ଏହି ହଟ୍ କ୍ୟାପ୍ଟେନ୍‌ ଯେକୌଣସି ପରିସ୍ଥିତିରେ ଦଳକୁ  ଜିତାଇବାରେ ସିଦ୍ଧହସ୍ତ।

୨-ଦମଦାର୍ ପେସ୍ ବାହିନୀ

ପେସ୍ ବୋଲିଂ ଭାରତ ପାଇଁ ଅନେକ ଦିନରୁ ମୁଣ୍ଡ ବ୍ୟଥାର କାରଣ ହେଇଆସିଛି। କିନ୍ତୁ ଏବେ ସମୟ ବଦଳିଛି। ଭୁବନେଶ୍ୱର କୁମାର, ଜସପ୍ରୀତ ବୁମ୍ରାହ, ଉମେଶ ଯାଦବ ଓ ମହମ୍ମଦ ସାମି ଭାରତର ପେସ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲ୍ ପ୍ରଦର୍ଶନକୁ ଦେଖିଲେ ଭାରତୀୟ ବୋଲିଂ ବିଭାଗ କେତେ ଶକ୍ତିଶାଳୀ ତାହା ଜଣାପଡେ। ଭୁବନେଶ୍ୱର କୁମାର ୧୪ ଟି ମ୍ୟାଚରୁ ୧୪.୧୯ ଆଭରେଜ୍‌ରେ ୨୬ ଟି ୱିକେଟ୍‌ ନେଇଥିବା ବେଳେ, ବୁମ୍ରାହ ୧୬ଟି ମ୍ୟାଚରୁ ୨୬ ଆଭରେଜରେ ୨୦ ଟି, ଉମେଶ ଯାଦବ ୧୪ ଟି ମ୍ୟାଚରୁ ୨୪.୧୧ ଆଭରେଜରେ ୧୭ ଟି ୱିକେଟ ହାସଲ କରିଛନ୍ତି। ତେଣୁ ଇଂଲଣ୍ଡର ସିମିଂ କଣ୍ଡିସନ୍‌ରେ ଭାରତୀୟ ପେସ୍ ବାହିନୀ କିଛି କମାଲ ଦେଖାଇବେ ବୋଲି ସମସ୍ତେ ଆଶା ରଖିଛନ୍ତି।

୩-ହେଭି ହେବେ ହାର୍ଦ୍ଧିକ

ଇଂଲଣ୍ଡ ପରିବେଶରେ ଭାରତର ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ହାର୍ଦ୍ଧିକ ପାଣ୍ଡ୍ୟା। ନିଜର ଅଲରାଉଣ୍ଡର ଦକ୍ଷତା ବଳରେ ଦଳରେ ସ୍ଥାନ ପାଇଥିବା ପାଣ୍ଡ୍ୟା ତଳ ଅର୍ଡର ବ୍ୟାଟିଂ ସାଙ୍ଗକୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ।

ଅନ୍ୟପଟେ ଜୁନ୍ ପହିଲାରୁ ଇଂଲଣ୍ଡ ପରିବେଶରେ ପରିବର୍ତ୍ତନ ଆସିଥାଏ। ଥଣ୍ଡା ପାଣିପାଗ ଆରମ୍ଭ ହେଉଥିବାରୁ ସିମ୍ ବୋଲରଙ୍କୁ ବେଶ ସୁହାଇଥାଏ। ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଏହି ପରିବେଶରୁ ବହୁତ ଲାଭ ମିଳିବା ନେଇ ଆଶା କରାଯାଉଛି। ଏବେ ଏବେ ଶେଷ ହୋଇଥିବା ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରି ନିଜ ଫ୍ରାଞ୍ଚାଇଜ୍‌କୁ ଚାମ୍ପିୟାନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି ଅଲରାଉଣ୍ଡର। ତେଣୁ ଆଇପିଏଲର ସଫଳତା ଦୋହରାଇବା ପାଇଁ ଚେଷ୍ଟା କରିବେ ହାର୍ଦ୍ଦିକ।

୪-ସମାନ ଦଳ

ଇଂଲଣ୍ଡରେ ଖେଳାଯାଇଥିବା ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି  ଚାମ୍ପିୟନ ହୋଇଥିଲା। ପାଖାପାଖି ସମାନ୍‌ ଖେଳାଳି ମଧ୍ୟ ଚଳିତ ଚାମ୍ପିୟନ୍ସ ଟ୍ରଫି ଟିମ୍‌ ସ୍ୱାଡ୍‌ରେ ସ୍ଥାନ ପାଇଛନ୍ତି। ମହେନ୍ଦ୍ର ସିଂ ଧୋନି, ରୋହିତ ଶର୍ମା, ବିରାଟ କୋହଲି, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଉମେଶ ଯାଦବ, ଶିଖର ଧାୱାନ ଓ ଦିନେଶ କାର୍ତ୍ତିକ୍ ଗତ ଚାମ୍ପିୟାନ୍ସ ଟ୍ରଫି ବିଜୟୀ ଦଳର ସଦସ୍ୟ ଥିଲେ।  ସମସ୍ତେ  ଇଂଲଣ୍ଡ ପରିବେଶ ସହ ବେଶ୍ ପରିଚିତ। ତେଣୁ ଏମାନଙ୍କ ପୂର୍ବ ଅଭିଜ୍ଞତାର ଫାଇଦା ମଧ୍ୟ ଟିମ୍ ଇଣ୍ଡିଆ ଉଠାଇବାକୁ ଚେଷ୍ଟା କରିବା।

 ୫-ଅଲରାଉଣ୍ଡ ଯୋଡି

ଭାରତର ପ୍ରଦର୍ଶନ ନିର୍ଭର କରିବ ଦଳର ଅଲରାଉଣ୍ଡରଙ୍କ ଉପରେ। ରବୀନ୍ଦ୍ର ଜୋଡେଜା, ରବିଚନ୍ଦ୍ରନ୍ ଅଶ୍ୱୀନ ଓ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଉପରେ ଉଭୟ ବ୍ୟାଟିଂ ଓ ବୋଲିଂ ଭାର ନ୍ୟସ୍ତ ରହିବ। ତେବେ ଗତ ଚାମ୍ପିୟନ୍ସ ଟ୍ରଫିରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଜାଡେଜା ୧୨ଟି ୱିକେଟ ନେବା ସହ ଗୋଟିଏ ପାଳିରେ ବ୍ୟାଟିଂ ସୁଯୋଗ ପାଇ ୪୭ ରନ କରିଥିଲେ। ସେ ଶେଷ ୧୨ଟି ମ୍ୟଚରୁ ୮୮ ଆଭରେଜରେ ୨୬୬ ରନ୍‌ କରିଥିବାବେଳେ ୨୩ ୱିକେଟ୍‌ ମଧ୍ୟ ନେଇଛନ୍ତି। ସେହିପରି ଗତ ୧୦ ମାସ ହେବ ହାର୍ଦ୍ଧିକ ପାଣ୍ଡ୍ୟା ଓ ରବିଚନ୍ଦ୍ରନ୍ ଅଶ୍ୱୀନ ଲଗାତାର ଭଲ ପ୍ରଦର୍ଶନ କରୁଛନ୍ତି।

୬- ଓପନିଂ ଯୋଡି

ଗତ ଚାମ୍ପିୟାନ୍ସ ଟ୍ରଫିର ସର୍ବାଧିକ ରନ ସ୍କୋରର ଶିଖର ଧାୱନ ବର୍ତ୍ତମାନ ଫର୍ମରେ ଅଛନ୍ତି। ସେ ୨୦୧୩ ମିନି ବିଶ୍ୱକପରେ ୫ ଟି ମ୍ୟାଚରୁ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୩୬୩ ରନ କରିଥିଲେ। ରୋହିତ ଶର୍ମା ୫ ଟି ମ୍ୟାଚରୁ ୧୭୭ ରନ କରିଥିଲେ। ଚଳିତ ବର୍ଷ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜୟୀ କରାଇଥିବା ରୋହିତ ଦଳ ପାଇଁ ମ୍ୟାଚ ୱିନର ସାବ୍ୟସ୍ତ  ହୋଇପାରନ୍ତି।

୭- ବିଶ୍ୱର ଶ୍ରେଷ୍ଠ ସ୍ପିନ ଯୋଡି-

ଭାରତୀୟ ସ୍ପିନ ଯୋଡି ରବୀନ୍ଦ୍ର ଜୋଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱୀନ କୌଣସି ଦଳର ଶ୍ରେଷ୍ଠ ବ୍ୟାଟିଂ ଲାଇନକୁ ଧୂଳି ଚଟାଇବାର କ୍ଷମତା ରଖିଛନ୍ତି। ଘରୋଇ ସିରିଜରେ ଇଂଲଣ୍ଡକୁ ପାଣି ପିଆଇଥିବା ଏହି ଯୋଡି ଏବେ ଭଲ ଫର୍ମରେ ଅଛନ୍ତି। ଗତ ଚାମ୍ପିୟାନ୍ସ ଟ୍ରଫିରେ ଅଶ୍ୱିନ ୨୨.୧୩ ଆଭରେଜେରେ ୮ଟି ୱିକେଟ୍‌ ଓ ଜାଡେଜା ୧୨.୧୩ ଆଭରେଜରେ ୧୨ଟି ୱିକେଟ୍‌ ହାସଲ କରିଥିଲେ।

ଉପସ୍ଥାପକ-ଯଜ୍ଞଦତ୍ତ ଜ୍ୟୋତିଷ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos