କ୍ରିକେଟ୍‌ରେ ଏହି ଟସ୍ ଉଡାଇଲା ସମସ୍ତଙ୍କ ହୋଶ୍

ନୂଆଦିଲ୍ଲୀ: କ୍ରିକେଟ୍ ଅନିଶ୍ଚିତତାର ଖେଳ। କ୍ରିକେଟରେ କିଛି ବି ଘଟିପାରେ, ଯାହାର କଳ୍ପନା କରିବା ବହୁତ କଷ୍ଟ। କ୍ରିକେଟରେ ମ୍ୟାଚର ଶୁଭାରମ୍ଭ ଟସ୍ ଦ୍ୱାରା ହୋଇଥାଏ, ଯଦ୍ଦ୍ୱାରା ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂର ନିଷ୍ପତ୍ତି ନିଆଯାଇଥାଏ। କୌଣସି ମ୍ୟାଚ୍ ପାଇଁ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ନେପାଳ ଓ ହଂକଂ ମଧ୍ୟରେ ଏସିସି ଅଣ୍ଡର୍-୧୯ ଇଷ୍ଟର୍ଣ୍ଣ ରିଜନ୍ ୨୦୧୯ର ଫାଇନାଲ୍ ମୁକାବିଲାରେ ଏଜ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ଟିମର କ୍ୟାପଟେନ୍ ଟସ୍ ହେବା ସତ୍ତେ୍ୱ […]

toss

toss

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 04:50 PM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟ୍ ଅନିଶ୍ଚିତତାର ଖେଳ। କ୍ରିକେଟରେ କିଛି ବି ଘଟିପାରେ, ଯାହାର କଳ୍ପନା କରିବା ବହୁତ କଷ୍ଟ। କ୍ରିକେଟରେ ମ୍ୟାଚର ଶୁଭାରମ୍ଭ ଟସ୍ ଦ୍ୱାରା ହୋଇଥାଏ, ଯଦ୍ଦ୍ୱାରା ପ୍ରଥମେ ବ୍ୟାଟିଂ କିମ୍ବା ବୋଲିଂର ନିଷ୍ପତ୍ତି ନିଆଯାଇଥାଏ। କୌଣସି ମ୍ୟାଚ୍ ପାଇଁ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ନେପାଳ ଓ ହଂକଂ ମଧ୍ୟରେ ଏସିସି ଅଣ୍ଡର୍-୧୯ ଇଷ୍ଟର୍ଣ୍ଣ ରିଜନ୍ ୨୦୧୯ର ଫାଇନାଲ୍ ମୁକାବିଲାରେ ଏଜ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଦୁଇ ଟିମର କ୍ୟାପଟେନ୍ ଟସ୍ ହେବା ସତ୍ତେ୍ୱ ପ୍ରଥମେ ବୋଲିଂ କିମ୍ବା ବ୍ୟାଟିଂ କରିବାର ନିଷ୍ପତ୍ତି ନେଇପାରି ନଥିଲେ। ଶୁଣିଲେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ।

ଟସ୍ ପାଇଁ ନେପାଳ କ୍ୟାପଟେନ୍ କଏନ୍ ହାତରେ ଧରି ଉପରକୁ ପକାଇଲେ। କିନ୍ତୁ ଯେତେବେଳେ କଏନ୍ ତଳକୁ ଖସିଲା, ସେହି ସମୟରେ କଏନ୍ ଗୋଟିଏ ପଟକୁ ପଡ଼ିବା ବଳଦରେ ସିଧା ରହିଥିଲା। ଏହାକୁ ଦେଖି ଦୁଇ ଟିମ୍ କ୍ୟାପଟେନ୍, ଅମ୍ପାୟାର ଓ ରେଫରୀ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ପିଚରେ କଏନ୍ ସିଧା ରହିଥିଲା।

ଏସିଆନ୍ କ୍ରିକେଟ୍ କାଉନସିଲ୍ ଏହି ସୁଯୋଗ ହାତଛଡ଼ା ନକରି ତା'ର ସୋଶାଲ ମିଡିଆ ଆକାଉଣ୍ଟରେ ଏହାର ଫଟୋ ଶେୟାର କରିଥିଲା। କଏନ୍ ଏମିତି ସିଧା ରହିବା ପରେ ଅମ୍ପାୟାର ପୁଣିଥରେ ଟସ୍ କରାଇଥିଲେ। ଦ୍ୱିତୀୟ ପ୍ରୟାସରେ ନେପାଳ ଟିମ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ହଂକଂ ଟିମ୍ ପ୍ରଥମେ ବ୍ୟାଟିଂ କରି ୪୩.୧ ଓଭରରେ ୯୫ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ନେପାଳ ୧୬.୧ ଓଭରରେ ୪ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ନେପାଳ ଏହି ମ୍ୟାଚକୁ ୬ ୱିକେଟରେ ଜିତି ଟାଇଟଲ୍ କବଜା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos