ଡ୍ରିମ-୧୧ର ଚାଇନା ଲିଙ୍କ୍‌! ଉଠିଲା ପ୍ରତିବାଦର ସ୍ୱର

ନୂଆଦିଲ୍ଲୀ: ଚଳିତ ବର୍ଷ ବ୍ୟୟ ବହୁଳ ଆଇପିଏଲର ଟାଇଟଲ ପ୍ରାୟୋଜକ ହୋଇଛି ଗେମିଂ ଆପ୍‌ ଡ୍ରିମ -୧୧। ଆଇପିଏଲର ୧୩ତମ ସଂସ୍କରଣ ମୁଖ୍ୟ ପ୍ରାୟୋଜକ ହେବା ପାଇଁ ଡ୍ରିମ-୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ଦେବ। ସୀମା ବିବାଦ କାରଣରୁ ଭିଭୋ ଚଳିତ ବର୍ଷ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପଦରୁ ହଟିବା ପରେ ଡ୍ରିମ-୧୧କୁ ଏହି ଦାୟିତ୍ୱ ମିଳିଛି। ତେବେ ଡ୍ରିମ-୧୧ର ମଧ୍ୟ ଚାଇନା ଲିଙ୍କ ଥିବା ଅଭିଯୋଗ ହୋଇଛି। ଡ୍ରିମ-୧୧ ମୁମ୍ବାଇ ବେସଡ୍‌ କମ୍ପାନୀ ହୋଇଥିଲେ […]

du

du

Hemant Lenka
  • Published: Wednesday, 19 August 2020
  • Updated: 19 August 2020, 06:22 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ବ୍ୟୟ ବହୁଳ ଆଇପିଏଲର ଟାଇଟଲ ପ୍ରାୟୋଜକ ହୋଇଛି ଗେମିଂ ଆପ୍‌ ଡ୍ରିମ -୧୧। ଆଇପିଏଲର ୧୩ତମ ସଂସ୍କରଣ ମୁଖ୍ୟ ପ୍ରାୟୋଜକ ହେବା ପାଇଁ ଡ୍ରିମ-୧୧ ବିସିସିଆଇକୁ ୨୨୨ କୋଟି ଟଙ୍କା ଦେବ। ସୀମା ବିବାଦ କାରଣରୁ ଭିଭୋ ଚଳିତ ବର୍ଷ ଆଇପିଏଲର ମୁଖ୍ୟ ପ୍ରାୟୋଜକ ପଦରୁ ହଟିବା ପରେ ଡ୍ରିମ-୧୧କୁ ଏହି ଦାୟିତ୍ୱ ମିଳିଛି। ତେବେ ଡ୍ରିମ-୧୧ର ମଧ୍ୟ ଚାଇନା ଲିଙ୍କ ଥିବା ଅଭିଯୋଗ ହୋଇଛି।

ଡ୍ରିମ-୧୧ ମୁମ୍ବାଇ ବେସଡ୍‌ କମ୍ପାନୀ ହୋଇଥିଲେ ହେଁ ଏହାର ଅଧିକାଂଶ ଶେୟାର ଚାଇନିଜ୍‌ କମ୍ପାନୀ ଟେନସେଣ୍ଟ ଗ୍ଲୋବାଲ କିଣିଥିବା ଜଣାପଡ଼ିଛି। ଏନେଇ ସିଏଆଇଟି ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଚିଠି ଲେଖି ପ୍ରତିବାଦ କରାଯାଇଛି।

ଗୋଟିଏ ପଟେ ସୀମା ବିବାଦକୁ ନେଇ ଚାଇନା ପ୍ରତି ଭାରତରେ ଆନ୍ଦୋଳନ କରାଯାଉଥିବା ବେଳେ ବିସିସିଆଇ ଚାଇନା ଲିଙ୍କ ଥିବା କମ୍ପାନୀକୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ କରିଥିବାରୁ ସେମାନେ ଏହାକୁ ବିରୋଧ କରିଛନ୍ତି।

ସିଏଆଇଟି ପକ୍ଷରୁ କୁହାଯାଇଛି ଯେ ବିସିସିଆଇ ଡ୍ରିମ-୧୧କୁ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ଚୟନ କରିଥିବା ଖବର ପାଇ ଆମେ ଗଭୀର ଭାବେ ମର୍ମାହତ। କାରଣ ଡ୍ରିମ-୧୧ର ମେଜର ଅଂଶଧୋନ ଚାଇନିଜ୍‌ କମ୍ପାନୀ ଟେନସେଣ୍ଟ ଗ୍ଲୋବାଲ ପାଖରେ ରହିଛି। ଡ୍ରିମ-୧୧କୁ ମୁଖ୍ୟ ପ୍ରୟୋଜକ କରିବାର ଅର୍ଥ ଭାରତୀୟଙ୍କ ଭାବନାକୁ କୁଠାରଘାତ କରିବା। କାରଣ ଭାରତୀୟମାନେ ଚାଇନା କମ୍ପାନୀ ସହ ସମ୍ପର୍କଚ୍ଛିନ୍ନ କରିବାକୁ ଦାବି କରୁଛନ୍ତି।

ଭାରତୀୟମାନେ ଚାଇନିଜ୍‌ ଦ୍ରବ୍ୟକୁ ବୟକଟ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ବାଇପାସ୍‌ କରି ବିସିସିଆଇ ଚାଇନା ସହ ହିଁ ସମ୍ପର୍କ ସ୍ଥାପନ କରିଛି। ତେଣୁ ବିସିସିଆଇ ଏହା ଉପରେ ପୁଣିଥରେ ବିଚାର କରିବାକୁ ସିଏଆଇଟି ନିବେଦନ କରିଛି।

ଆସନ୍ତା ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ ହେବ। ଏହାପୂର୍ବରୁ ହିଁ ଡ୍ରିମ-୧୧ ଏହାର ମୁଖ୍ୟ ପ୍ରାୟୋଜକ ହାତେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos