ଟି-୨୦ ବିଶ୍ୱକପ ଆଶା ଆହୁରି ମଉଳିଲା

ମେଲବର୍ଣ୍ଣ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ କରୋନାର କଳା ବାଦଲ ଅଧିକ ଘନେଇବାରେ ଲାଗିଛି। ଧୀରେଧୀରେ କରୋନା ପାଇଁ ବିଶ୍ୱକପ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଉଛି।

ଏସବୁ ଭିତରେ ବିଶ୍ୱକପ ଆୟୋଜନ କରୁଥିବା ଅଷ୍ଟ୍ରେଲିଆର କ୍ରିକେଟ ମୁଖ୍ୟ ବଡ଼ ବୟାନ ଦେଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆର ଅଧ୍ୟକ୍ଷ ଇରଲ ଇଡିଙ୍ଗସ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଚଳିତ ବର୍ଷ ଯେ ଟି-୨୦ ବିଶ୍ୱକପ ଧାର୍ଯ୍ୟ ସୂଚୀ ଅନୁସାରେ ହୋଇପାରିବ, ତାହା ଆକଳନ କରିବା ବେଶ କଷ୍ଟକର।

କରୋନା ମହାମାରୀ ଭିତରେ ୧୬ଟି ଟିମର ସଦସ୍ୟଙ୍କୁ ଆଣିବା ଏକ ଅବାସ୍ତବ କଳ୍ପନା ଭଳି ଲାଗୁଛି। ଚଳିତ ବର୍ଷ ବଶ୍ୱକପ ନ ହେବା ଭଳି ଲାଗୁଛି। ପ୍ରାୟ ଅଧିକାଂଶ ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ୧୬ ଟିମକୁ ଅଷ୍ଟ୍ରେଲିଆ ଆଣି ମ୍ୟାଚ୍‌ ଖେଳାଇବା କଷ୍ଟକର। ଏହା କଷ୍ଟଦାୟକ ଓ ଅବସ୍ତାବ। କରୋନା ଯୋଗୁ କ୍ରିକେଟ ସହ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ତେଣୁ ଭବିଷ୍ୟତ କଥା ଚିନ୍ତା କରି ଆମକୁ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି

୭ ଅଗଷ୍ଟ, ଶୁକ୍ରବାର: ଅଧିକ ପରିଶ୍ରମ କରିବେ

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା