ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌: ପୁରୁଷ ଯୁଗଳ କ୍ୱାର୍ଟରରେ ଶରତ-ସାଥିଆନ୍‌, ଅମଲରାଜ-ମାନବ

କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାରେ ଦୁଇ ଶୀର୍ଷ ଭାରତୀୟ ଯୋଡ଼ି ଶରତ କମଲ-ଜି.ସାଥିଆନ୍‌ ଓ ଆଣ୍ଟୋନୀ ଅମଲରାଜ-ମାନବ ଠାକ୍କରଙ୍କ ଯୋଡ଼ି ରବିବାର କ୍ୱାର୍ଟର ଫାଇନାଲ୍‌ରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ପ୍ରି-କ୍ୱାର୍ଟରରେ ଶରତ-ସାଥିଆନ୍‌ ଯୋଡ଼ି ମ୍ୟାଲେସିଆର ଜାଭେନ୍‌ ଚୁଙ୍ଗ-ସେନ୍‌ ଵଙ୍ଗକୁ ୩-୨ରେ ଓ ଅମଲରାଜ-ମାନବଙ୍କ ଯୋଡ଼ି ସିଙ୍ଗାପୁରର ଝିଉ କ୍ଲାରେନ୍ସ ଚିଉ-କୁନ୍‌ ଟିଙ୍ଗ ବେହଙ୍କୁ ୩-୧ରେ ହରାଇଥିଲେ।

ଅନ୍ୟପକ୍ଷରେ ହରମୀତ ଦେଶାଇ-ସନୀଲ ସେଟ୍ଟୀଙ୍କ ଯୋଡ଼ି ଦ୍ୱିତୀୟ ରାଉଣ୍ତରେ ସିଙ୍ଗାପୁରର କେଓନ ପାଙ୍ଗ-ସାଓ ଜୋସ ଚୁଆଙ୍କଠୁ ୧-୩ରେ ଓ ମାନୁଷ ଶାହ-ଅର୍ଜୁନ ଘୋଷ ଦ୍ୱିତୀୟ ରାଉଣ୍ତରେ ଇଂଲଣ୍ଡର ସାମୁଏଲ୍‌ ଵାକର-ଥୋମାସ ଜାର୍ଭିସ୍‌ଙ୍କଠୁ ୦-୩ରେ ପରାସ୍ତ ହୋଇ ଟ୍ରଫି ଦୌଡ଼ରୁ ବାଦ୍‌ ପଡିଛନ୍ତି।