U-17 କୋଚ୍‌ଙ୍କ ବହିଷ୍କାର ପ୍ରସଙ୍ଗ: ଏଆଇଏଫଏଫକୁ ରିପୋର୍ଟ ମାଗିଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ: U-17 ଫୁଟ୍‌ବଲ୍‌ କୋଚ୍‌ ନିକୋଲାଇ ଆଦମଙ୍କ ବହିଷ୍କାର ପ୍ରସଙ୍ଗରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ବିଜୟ ଗୋଏଲ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେସନ (ଏଆଇଏଫଏଫ)କୁ ରିପୋର୍ଟ ମାଗିଛନ୍ତି। ଏହାସହ ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କୁ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୋଏଲ କହିଛନ୍ତି,“U-17 ଫିଫା ୱାଲ୍ଡ କପ୍‌ ଭାରତୀୟ ଟିମ୍‌ର କୋଚ୍‌ ଆଦମଙ୍କୁ ବହିଷ୍କାର କରାଯାଇଥିବା ନେଇ ମୁଁ ଗଣମାଧ୍ୟମରୁ ସୂଚନା ପାଇଛି। ଏନେଇ ମୁଁ ଏଆଇଏଫଏଫ ଓ ମୋ କାର୍ଯ୍ୟାଳୟର ଅଫିସରଙ୍କୁ ରିପୋର୍ଟ ମାଗିଛି। ରିପୋର୍ଟ ଆସିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ।”

ଆଦମଙ୍କୁ ବହିଷ୍କାର କରାଯିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଆଇଏଫଏଫ ଏପରି ଅଭିଯୋଗକୁ ଖଣ୍ଡନ କରି ସାରିଛି।