ଟି-୨୦ କ୍ରିକେଟ୍‌ରେ ସର୍ବାଧିକ ସ୍କୋର କରି ବିଶ୍ୱ ରେକର୍ଡ କଲା ଏହି ଟିମ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ଏବେ ଉଗାଣ୍ଡା ମହିଳା ଟିମ୍ ନାମରେ ହୋଇଛି। ଉଗାଣ୍ଡା ୨୦ ଓଭରରେ ୨ ୱିକେଟ୍ ହରାଇ ୩୧୪ ରନ୍ କରିଛି। ମାଲି ମହିଳା ଟିମ୍ ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି। ତେବେ ଉଭୟ ମହିଳା ଓ ପୁରୁଷ ଟି-୨୦ କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର। ଗୁରୁବାର କିଗାଲି ସିଟିରେ କ୍ୱିବୁକା ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉଗାଣ୍ଡା ଓ ମାଲି ମୁହାଁମୁହିଁ ହୋଇଥିଲେ। ଉଗାଣ୍ଡା ଟସ୍ […]

UGANDA

UGANDA

Hemant Lenka
  • Published: Thursday, 20 June 2019
  • Updated: 20 June 2019, 09:39 PM IST

Sports

Latest News

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ଏବେ ଉଗାଣ୍ଡା ମହିଳା ଟିମ୍ ନାମରେ ହୋଇଛି। ଉଗାଣ୍ଡା ୨୦ ଓଭରରେ ୨ ୱିକେଟ୍ ହରାଇ ୩୧୪ ରନ୍ କରିଛି। ମାଲି ମହିଳା ଟିମ୍ ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି। ତେବେ ଉଭୟ ମହିଳା ଓ ପୁରୁଷ ଟି-୨୦ କ୍ରିକେଟରେ ଏହା ସର୍ବୋଚ୍ଚ ସ୍କୋର।

ଗୁରୁବାର କିଗାଲି ସିଟିରେ କ୍ୱିବୁକା ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟରେ ଉଗାଣ୍ଡା ଓ ମାଲି ମୁହାଁମୁହିଁ ହୋଇଥିଲେ। ଉଗାଣ୍ଡା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମର ଦୁଇ ଓପ୍ନର ପ୍ରସ୍କୋଭିଆ ଆଲାକୋ ଓ ଇମ୍ମାକୁଲେଟ୍ ନାକିସୁୟି ପ୍ରଥମ ୱିକେଟ୍ ପାଇଁ ୫.୧ ଓଭରରେ ୮୨ ରନ୍ ଯୋଡ଼ିଥିଲେ। ନାକିସୁୟୀ ୧୮ ବଲରେ ୩୪ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପରେ ଉଗାଣ୍ଡା ଟିମର କ୍ୟାପଟେନ୍ ରିତା ମୁସାମାଲି ଓପ୍ନର ଆଲାକୋଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୨୦୭ ରନର ଦ୍ୱିଶତକୀୟ ଭାଗୀଦାରୀ କରିଥିଲେ। ଆଲାକୋ ୭୧ ବଲରେ ୧୫ ଚୌକା ସହ ୧୧୬ ରନ୍ କରି ଆଉଟ୍ ହୋଇଥିବା ବେଳେ ମୁସାମାଲି ୬୧ ବଲରେ ୧୫ ଚୌକା ସହ ୧୦୩ ରନ୍ କରି ଅପରାଜିତ ଥିଲେ।

ଏହି ମ୍ୟାଚରେ ମାଲି ଟିମ୍ ଅତିରିକ୍ତ ଭାବେ ୬୦ ରନ୍ ବ୍ୟୟ କରିଛି, ଯେଉଁଥିରେ ୩୦ ନୋ'ବଲ୍ ଏବଂ ୨୮ ୱାଇଡ୍ ସାମିଲ୍ ଅଛି। ଏହି ବିଶାଳ ସ୍କୋର ଜବାବରେ ମାଲି ଟିମ୍ ୧୧.୧ ଓଭରରେ ମାତ୍ର ୧୦ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମର ୬ଜଣ ବ୍ୟାଟ୍ସୱିମେନ୍ ଖାତା ଖୋଲିପାରି ନଥିଲେ। ଏଥିସହ ଉଗାଣ୍ଡା ମ୍ୟାଚକୁ ୩୦୪ ରନରେ ଜିତି ଟି-୨୦ରେ ସବୁଠାରୁ ବଡ଼ ବିଜୟ ହାସଲ କରିଥିଲା। ଦିନକ ପୂର୍ବରୁ ରୱାଣ୍ଡା ବିପକ୍ଷରେ ମାଲି ଟିମ୍ ମାତ୍ର ୬ ରନରେ ଅଲଆଉଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos