ମ୍ୟାଚ୍‌ ବେଳେ ଅମ୍ପାୟାରଙ୍କ ଦେହରେ ବାଜିଲା ବଲ, ଆସିଲେ ନୂଆ ଅମ୍ପାୟାର କିନ୍ତୁ...

ରାଜକୋଟ: ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ପ୍ରଥମ ଦିନରେ ଏକ ବଡ଼ ଅଘଟଣ ଘଟିଥିଲା। ହେଲେ ଆଜିର ମ୍ୟାଚ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ଦିନ ପଡ଼ିଆରେ ଅମ୍ପାୟାରିଂ କରୁଥିବା ସି ସାମସୁଦ୍ଦିନ ବଲ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ବଲ ମାଡ଼ରେ ସେ ଆହତ ସତ୍ତ୍ୱେ ପ୍ରଥମ ଦିନରେ ଅମ୍ପାୟାରିଂ କରିଥିଲେ। ହେଲେ ଦ୍ୱିତୀୟ ଦିନରେ ତାଙ୍କ ଯନ୍ତ୍ରଣା ବଢ଼ିବାରୁ ସେ ପଡ଼ିଆକୁ ଆସି ନଥିଲେ। ଫଳରେ ବିସିସିଆଇ […]

ec

ec

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 05:00 PM IST

Sports

Latest News

ରାଜକୋଟ: ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ପ୍ରଥମ ଦିନରେ ଏକ ବଡ଼ ଅଘଟଣ ଘଟିଥିଲା। ହେଲେ ଆଜିର ମ୍ୟାଚ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପ୍ରଥମ ଦିନ ପଡ଼ିଆରେ ଅମ୍ପାୟାରିଂ କରୁଥିବା ସି ସାମସୁଦ୍ଦିନ ବଲ ମାଡ଼ରେ ଗୁରୁତର ଆହତ ହୋଇଛନ୍ତି। ବଲ ମାଡ଼ରେ ସେ ଆହତ ସତ୍ତ୍ୱେ ପ୍ରଥମ ଦିନରେ ଅମ୍ପାୟାରିଂ କରିଥିଲେ।

ହେଲେ ଦ୍ୱିତୀୟ ଦିନରେ ତାଙ୍କ ଯନ୍ତ୍ରଣା ବଢ଼ିବାରୁ ସେ ପଡ଼ିଆକୁ ଆସି ନଥିଲେ। ଫଳରେ ବିସିସିଆଇ ତାଙ୍କ ବଦଳରେ ଯଶବନ୍ତ ବାରଡେଙ୍କୁ ଅମ୍ପାୟାରିଂ ଦାୟିତ୍ୱ ଦେଇଛି। ସେ ଆସନ୍ତାକାଲି ଠାରୁ ଅମ୍ପାୟାରିଂ କରିବେ। ହେଲେ ଆଜି ପଡ଼ିଆରେ ଅମ୍ପାୟାର ଅଦଳ ବଦଳ ଡ୍ରାମ ଦେଖିବାକୁ ମିଳିଥିଲା।

ଗତକାଲି ପ୍ରଥମ ଦିନର ଶେଷ ବେଳକୁ ସ୍କୋୟାର ଲେଗରେ ଅମ୍ପାୟାରିଂ କରୁଥିବା ସାମୁସିଦ୍ଦିନ ଜଙ୍ଘରେ ବଲ ମାଡ଼ ହୋଇଥିଲା। ସେ ତୁରନ୍ତ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ଚିକିତ୍ସା କରାଯାଇଥିଲେ। ସେ କିଛି ସମୟ ପାଇଁ ପଡ଼ିଆରେ ଅମ୍ପାୟାରିଂ ମଧ୍ୟ କରିଥିଲେ।

ହେଲେ ରାତିରେ ତାଙ୍କ ଯନ୍ତ୍ରଣା ବଢ଼ିଥିଲା। ଫଳରେ ସେ ଦ୍ୱିତୀୟ ଦିନରେ ପଡ଼ିଆକୁ ଆସି ପାରି ନଥିଲେ। ଏଥିପାଇଁ ସ୍ଥାନୀୟ ଅମ୍ପାୟାର ପୀୟୂଷ ଖାଖରଙ୍କୁ ଦାୟିତ୍ୱ ମିଳିଥିଲା। ଦ୍ୱିତୀୟ ଦିନର ଲଞ୍ଚ ପର୍ଯ୍ୟନ୍ତ ସାମସୁଦ୍ଦିନଙ୍କ ସହ ଗତକାଲି ଅମ୍ପାୟାରିଂ କରୁଥିବା ଅନନ୍ତ ପଦ୍ମନାଭମ ମେନ୍‌ ଅମ୍ପାୟାର ଦାୟିତ୍ୱ ତୁଲାଇ ଥିଲେ।

ପୀୟୂଷ କେବଳ ଲେଗ ଅମ୍ପାୟାର ଭାବେ କାର୍ଯ୍ୟ କରିଥିଲେ। ଲଞ୍ଚ ପରେ ଏସ୍‌ ରବି ପଡ଼ିଆକୁ ଆସିଥିଲେ ଏବଂ ପୀୟୁଷ ବାହାରକୁ ଯାଇଥିଲେ। ରବି ଓ ପଦ୍ମନାଭମ ପୂରା ଦିନ ଅମ୍ପାୟାରିଂ କରିଥିଲେ। ପ୍ରଥମ ଦିନରେ ଏସ ରବି ଟିଭି ଅମ୍ପାୟାର ରହିଥିଲେ। ସେ ପଡ଼ିଆକୁ ଆସିବାରୁ ସାମସୁଦ୍ଦିନ ଟିଭି ଅମ୍ପାୟାର ଦାୟିତ୍ୱ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos