ଅନ୍ତର୍ଜାତୀୟ ମ୍ୟାଚରେ ଇତିହାସ: ହେଲମେଟ୍ ପିନ୍ଧି ଅମ୍ପାୟରିଂ କଲେ ୱାର୍ଡ

କାନବେରା: କାନବେରାରେ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆରେ ମ୍ୟାଚରେ ସୃଷ୍ଟି ହୋଇଛି ଏକ ଇତିହାସ। ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାଇଁ ହେଲମେଟ୍ ପିନ୍ଧି ପଡିଆକୁ ଓହ୍ଲାଇଥିଲେ ଅଷ୍ଟ୍ରେଲିଆର ଅମ୍ପାୟର ଜନ୍ ଡେଭିଡ ୱାର୍ଡ। ଏହାକୁ ନେଇ ଷ୍ଟାଡିୟମରେ ବେଶ୍ କିଛି ସମୟ ଧରି ଦର୍ଶକଙ୍କ ମଧ୍ୟରେ ହାସ୍ୟରୋଳ ଦେଖିବାକୁ ମିଳିଥିଲା।

ଏହି ମ୍ୟାଚରେ ହେଲମେଟ୍ ପିନ୍ଧିବା ନେଇ ୱାର୍ଡ ପୂର୍ବରୁ ସୂଚନା ଦେଇଥିଲେ। ଏହା ତାଙ୍କର ଷଷ୍ଠ ଅନ୍ତର୍ଜାତୀୟ ମ୍ୟାଚ୍।

ୱାର୍ଡ ହେଲମେଟ୍ ପିନ୍ଧି ଅମ୍ପାୟରିଂ କରିବା ପଛରେ ବିଶେଷ କାରଣ ବି ରହିଛି। ଗତବର୍ଷ ଭାରତରେ ଘରୋଇ ରଣଜୀ ଟ୍ରଫିର ଏକ ମ୍ୟାଚରେ ଅମ୍ପାୟରିଂ କରିବା ବେଳେ  ୫୩ ବର୍ଷିୟ ୱାର୍ଡଙ୍କ ମୁଣ୍ଡରେ ବଲ୍ ବାଜିଥିଲା।

ସେ ଆହତ ହୋଇ ହସ୍ପପିଟାଲରେ ଭର୍ତ୍ତି ହୋଇଥିଲେ। ସେ ଚଳିତ ମାସରେ ଅଷ୍ଟ୍ରେଲିଆର ବିଗ ବେସରେ ଅମ୍ପାୟରିଂ କରିଥିଲେ। ସେଥିରେ ମଧ୍ୟ  ସେ ହେଲମେଟ୍ ପିନ୍ଧିଥିଲେ। ସେ ୬ଟି ଟି -୨୦ ମ୍ୟାଚରେ ଅମ୍ପାୟରିଂ କରି ସାରିଛନ୍ତି।

ଆହୁରି ପଢ଼ନ୍ତୁ

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି