ଉନାଡକତ ପୁଣି ଆଇପିଏଲ୍‌ର ସବୁଠାରୁ ଦାମୀ ଖେଳାଳି

ଜୟପୁର: ବାମହାତୀ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଡକତ ପୁଣି ଥରେ ଆଇପିଏଲ୍‌ର ସବୁଠାରୀ ଦାମୀ ଭାରତୀୟ ଖେଳାଳି ହେବାର ରେକର୍ଡ କରିଛନ୍ତି। ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନିଲାମ ପ୍ରକ୍ରିୟାରେ ତାଙ୍କୁ ନେବା ପାଇଁ ସବୁ ଫ୍ରାଞ୍ଚାଇଜିମାନେ ଆଗ୍ରହ ପ୍ରକାଶ କରିଥିଲେ। ତେବେ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲସ୍‌ ଉନାଡକତଙ୍କୁ ୮.୪ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୧.୫ କୋଟି ଟଙ୍କା ଥିଲା। ଗତଥର ରାଜସ୍ଥାନ ରୟାଲ୍ସ ତାଙ୍କୁ […]

tu

tu

Hemant Lenka
  • Published: Tuesday, 18 December 2018
  • Updated: 18 December 2018, 05:23 PM IST

Sports

Latest News

ଜୟପୁର: ବାମହାତୀ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଡକତ ପୁଣି ଥରେ ଆଇପିଏଲ୍‌ର ସବୁଠାରୀ ଦାମୀ ଭାରତୀୟ ଖେଳାଳି ହେବାର ରେକର୍ଡ କରିଛନ୍ତି। ଆଜି ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନିଲାମ ପ୍ରକ୍ରିୟାରେ ତାଙ୍କୁ ନେବା ପାଇଁ ସବୁ ଫ୍ରାଞ୍ଚାଇଜିମାନେ ଆଗ୍ରହ ପ୍ରକାଶ କରିଥିଲେ।

ତେବେ ସମସ୍ତଙ୍କୁ ପଛରେ ପକାଇ ରାଜସ୍ଥାନ ରୟାଲସ୍‌ ଉନାଡକତଙ୍କୁ ୮.୪ କୋଟି ଟଙ୍କାରେ କିଣିଛି। ତାଙ୍କ ବେସ୍‌ ପ୍ରାଇସ୍‌ ବା ମୂଳଦର ୧.୫ କୋଟି ଟଙ୍କା ଥିଲା। ଗତଥର ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୧.୫ କୋଟି ଟଙ୍କାରେ କିଣିଥିଲା।

ସେହିପରି ମୋହିତ ଶର୍ମାଙ୍କୁ ଚେନ୍ନାଇ ୫ କୋଟି ଟଙ୍କାରେ କିଣିଛି। ତାଙ୍କର ମୂଳଦର ୫୦ ଲକ୍ଷ ଥିଲା। ମହମ୍ମଦ ଶାମିଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ୪.୮ କୋଟିରେ କିଣିଥିବା ବେଳେ ଇଶାନ୍ତ ଶର୍ମାଙ୍କୁ ୧.୧ କୋଟିରେ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି।

ଶ୍ରୀଲଙ୍କା ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ମୁମ୍ବାଇ ପୁଣି ୨ କୋଟି ଟଙ୍କାର ମୂଳଦରରେ ନିଜ ପାଖରେ ରଖିଛି। ବରୁନ ଆରୋନଙ୍କୁ ରାଜସ୍ଥାନ ରୟାଲ୍ସ ୨.୪ କୋଟିରେ ନିଜ ପାଖକୁ ଆଣିଛି। ସ୍ପିନର ରାହୁଲ ଶର୍ମା ଏବଂ ଆଡାମ ଝାମ୍ଫାଙ୍କୁ କୌଣସି ଫ୍ରାଞ୍ଚାଇଜି କିଣି ନାହାନ୍ତି। ଏମାନଙ୍କ ମୂଳଦର ଯଥାକ୍ରମେ ୫୦ ଲକ୍ଷ ଓ ୧ କୋଟି ରହିଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos