ଦୁଲୀପ ଟ୍ରଫି ଫାଇନାଲ୍: ଇଣ୍ଡିଆ ଗ୍ରୀନର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗାଲୁରୁ: ଚଳିତ ଦୁଲୀପ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ତେବେ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ବାମହାତୀ ପେସ୍ ବୋଲର ଜୟଦେବ ଉନାଦକତଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଣ୍ଡିଆ ଗ୍ରୀନ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ଇଣ୍ଡିଆ ଗ୍ରୀନ୍ ୪୯ ଓଭରରେ ୮ ୱିକେଟ୍ ହରାଇ ୧୪୭ […]

jaydev

jaydev

Ranjit Kumar Jena
  • Published: Wednesday, 04 September 2019
  • Updated: 04 September 2019, 07:55 PM IST

Sports

Latest News

ବେଙ୍ଗାଲୁରୁ: ଚଳିତ ଦୁଲୀପ ଟ୍ରଫିର ଫାଇନାଲ୍ ମ୍ୟାଚ୍ ଇଣ୍ଡିଆ ଗ୍ରୀନ୍ ଓ ଇଣ୍ଡିଆ ରେଡ୍ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ତେବେ ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷା ବାଧାପ୍ରାପ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ବାମହାତୀ ପେସ୍ ବୋଲର ଜୟଦେବ ଉନାଦକତଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଣ୍ଡିଆ ଗ୍ରୀନ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ଇଣ୍ଡିଆ ଗ୍ରୀନ୍ ୪୯ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମୟଙ୍କ ମାର୍କଣ୍ଡେ ୩୨ ଓ ତନବୀର ଉଲ୍-ହକ୍ ୮ ରନରେ ଅପରାଜିତ ରହିଛନ୍ତି।

ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଆ ଗ୍ରୀନକୁ ଆରମ୍ଭରୁ ହିଁ ଝଟକା ଲାଗିଥିଲା। ଟିମ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା ଏବଂ ଟିମ୍ ପାଇଁ ଗୋଟିଏ ବଡ଼ ଭାଗୀଦାରୀ ହୋଇନଥିଲା। ଉନାଦକତ୍ ୧୮ ଓଭରରେ ୫୮ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଆଭେଶ୍ ଖାନ୍, ସନ୍ଦୀପ ୱାରିୟର୍ ଓ ଆଦିତ୍ୟ ସରୱତେ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଛନ୍ତି।

ଇଣ୍ଡିଆ ରେଡ୍ ପକ୍ଷରୁ ଅକ୍ଷଦୀପ ନାଥ ୨୯, ଧ୍ରୁବ ଶୋରେ ୨୩, ଅକ୍ଷତ ରେଡ୍ଡି ୧୬, କ୍ୟାପଟେନ୍ ଫୈଜ୍ ଫଜଲ ୧୨ ଓ ଧର୍ମେନ୍ଦ୍ରସିଂ ଜାଡେଜା ୧୫ ରନ୍ କରିଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ଓଡ଼ିଶା ଖେଳାଳି ରାଜେଶ ମହାନ୍ତି ଖେଳିବାର ସୁଯୋଗ ପାଇଥିଲେ ହେଁ, ବ୍ୟାଟିଂରେ ଖାତା ଖୋଲିବାକୁ ସମର୍ଥ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos