ଆଇପିଏଲ ଉପରେ କଳା ବାଦଲ, ଧୋନିଙ୍କ ଭବିଷ୍ୟତ ନେଇ ମତ ରଖିଲେ କୋଚ

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିଲା। ହେଲେ ମହାମାରୀ କରୋନା ଭାଇରସ ଯୋଗୁ ଏହାକୁ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖାଯାଇଛି। କରୋନା ଭାଇରସ ଯେଉଁଭଳି ଭାବେ ବ୍ୟାପି ଚାଲିଛି, ଏପ୍ରିଲ ୧୫ରେ ବି ଆଇପିଏଲ ହେବା ଅସମ୍ଭବ ହୋଇପଡ଼ିଛି। ଏମିତି ଲାଗି ରହିଲେ, ଆଇପିଏଲର ୧୩ତମ ସଂସ୍କରଣ ବାତିଲ ମଧ୍ୟ ହୋଇପାରେ। ଆପିଏଲ ବାତିଲ ହେବା ନେଇ କ୍ରିକେଟ ଫ୍ୟାନମାନେ ଯେମିତି ଚିନ୍ତିତ ନୁହନ୍ତି ବରଂ ଟିମ୍‌ ଇଣ୍ଡିଆର ପୂର୍ବତନ […]

c

c

Hemant Lenka
  • Published: Saturday, 28 March 2020
  • Updated: 28 March 2020, 04:36 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିଲା। ହେଲେ ମହାମାରୀ କରୋନା ଭାଇରସ ଯୋଗୁ ଏହାକୁ ଏପ୍ରିଲ ୧୫ ଯାଏ ସ୍ଥଗିତ ରଖାଯାଇଛି। କରୋନା ଭାଇରସ ଯେଉଁଭଳି ଭାବେ ବ୍ୟାପି ଚାଲିଛି, ଏପ୍ରିଲ ୧୫ରେ ବି ଆଇପିଏଲ ହେବା ଅସମ୍ଭବ ହୋଇପଡ଼ିଛି। ଏମିତି ଲାଗି ରହିଲେ, ଆଇପିଏଲର ୧୩ତମ ସଂସ୍କରଣ ବାତିଲ ମଧ୍ୟ ହୋଇପାରେ।

ଆପିଏଲ ବାତିଲ ହେବା ନେଇ କ୍ରିକେଟ ଫ୍ୟାନମାନେ ଯେମିତି ଚିନ୍ତିତ ନୁହନ୍ତି ବରଂ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟିଂ କ୍ୟାରିୟରରୁ ନେଇ ଅଧିକ ବ୍ୟସ୍ତ। କାରଣ ଆଇପିଏଲରେ ଧୋନି କ୍ରିକେଟକୁ କମବ୍ୟାକ କରିଥାଆନ୍ତେ। ଏଠାରେ ଭଲ ପ୍ରଦର୍ଶନ କରିଥିଲେ, ତାଙ୍କୁ ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍‌ ଇଣ୍ଡିଆର ଚୟନ ତାଲିକାରେ ସାମିଲ କରାଯାଇଥାଆନ୍ତା।

ଚୟନକର୍ତ୍ତାମାନେ ମଧ୍ୟ ଏକଥା ସ୍ପଷ୍ଟ କରିଥିଲେ। ହେଲେ ଆଇପିଏଲ ହିଁ ବନ୍ଦ ହେବା ସ୍ଥିତିରେ ପହଞ୍ଚି ଯାଇଛି। ତେଣୁ ଧୋନିଙ୍କ କ୍ୟାରିୟରକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ୨୦୧୯ ଦିନିକିଆ ବିଶ୍ୱକପ ସେମି ଫାଇନାଲରେ ଭାରତ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲା। ଏହାପରେ ଧୋନିଙ୍କୁ ଆଉ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିନାହିଁ।

ଧୋନିଙ୍କ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଥିଲେ ହେଁ ତାଙ୍କ ପିଲା ବେଳର କୋଚ୍‌ କେଶବ ରଞ୍ଜନ ବାନାର୍ଜୀ କିନ୍ତୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସ୍ଥିତିରେ ଆଇପିଏଲ ଉପରେ ଅନିଶ୍ଚିତତା ଦେଖାଦେଇଛି। ଆମେ ବିସିସିଆଇ ନିଷ୍ପତ୍ତିକୁ ଅପେକ୍ଷା କରିବା ଦରକାର। ହଁ ଟିମ ଇଣ୍ଡିଆରେ ଧୋନିଙ୍କ ସ୍ଥାନ ବର୍ତ୍ତମାନ ସମୟରେ କଠିନ ଅବସ୍ଥାରେ ରହିଛି।

କିନ୍ତୁ ମୋ ମନ କହୁଛି, ଧୋନିଙ୍କୁ ଟିମ୍ ଇଣ୍ଡିଆରେ ନିଶ୍ଚିତ ସୁଯୋଗ ମିଳିବ। ଚଳିତ ବର୍ଷ ଟି-୨୦ ବିଶ୍ୱକପ ଖେଳିବା ପରେ ଧୋନି ନିଶ୍ଚିତ ଭାବେ ଅବସର ଘୋଷଣା କରିବେ।”

ସେ ଆହୁରି କହିଛନ୍ତି, “ବିଶ୍ୱକରେ ଆମକୁ ଅଭିଜ୍ଞତାକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଋଷଭ ପନ୍ତ ଏବେ ବି ଶିଖୁଛନ୍ତି ଓ କେଏଲ ରାହୁଲଙ୍କୁ ବିଶ୍ୱକପରେ କିପିଂ ଦାୟିତ୍ୱ ମିଳିବ ବୋଲି ମୁଁ ଭାବୁନାହିଁ। ଧୋନି ଏଯାଏ କ୍ରିକେଟକୁ ଅଲବିଦା କହିନାହାନ୍ତି। ତେଣୁ ମୋ ମତରେ ଚୟନକର୍ତ୍ତା ତାଙ୍କୁ ପୁଣି ବିଶ୍ୱକପ ଖେଳିବାକୁ ସୁଯୋଗ ଦେବେ।”

ଚୟନକର୍ତ୍ତା ଧୋନିଙ୍କ କମବ୍ୟାକ ନେଇ ଆଇପିଏଲକୁ ମାଧ୍ୟମ କରିଥିବା ବେଳେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ସମାନ କଥା କହିଥିଲେ। ଶାସ୍ତ୍ରୀ କହିଥିଲେ, ଧୋନି ନିଶ୍ଚିତ ଭାବେ ଟିମ୍‌ ଇଣ୍ଡିଆକୁ ଫେରିବେ। ହେଲେ ଏଥିପାଇଁ ତାଙ୍କୁ ଆଇପିଏଲରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos