ମହଙ୍ଗା ପଡ଼ିଲା ବେସ୍‌ ପ୍ରାଇସ୍‌: କ୍ରିସ ଗେଲ୍‌, ବିଜୟ, ଗୁପଟିଲ୍‌ଙ୍କଠୁ ଆରମ୍ଭ କରି ଅନେକ ଖେଳାଳି IPLରୁ ବିଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌-୧୧ ପାଇଁ ଆରମ୍ଭ ହୋଇଯାଇଛି ଖେଳାଳି ନିଲାମ। ଅନେକ ଖେଳାଳି କୋଟି କୋଟି ଟଙ୍କାରେ କିଣା ହେଉଛନ୍ତି ତ  କିଛି ଖେଳାଳି କେବଳ ନିଜ ବେସ୍ ପ୍ରାଇସ୍‌ ଅନୁସାରେ କିଣାଯାଉଛନ୍ତି। ହେଲେ ଏମିତି ଖେଳାଳି ଅଛନ୍ତି ଯେଉଁ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବା ପାଇଁ ଇଛା ପ୍ରାକଶ କରିନାହାଁନ୍ତି। ଏହି ଖେଳାଳିମାନେ ନିଲାମୀ ପୂର୍ବରୁ ବେଶ ଚର୍ଚ୍ଚାରେ ଥିଲେ କିନ୍ତୁ ନିଲାମୀରେ ସେମାନେ ଅଲୋଡ଼ା ହୋଇଯାଇଛନ୍ତି। ଏମଆନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି କିସ୍ […]

RCB-IANS

RCB-IANS

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 01:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌-୧୧ ପାଇଁ ଆରମ୍ଭ ହୋଇଯାଇଛି ଖେଳାଳି ନିଲାମ। ଅନେକ ଖେଳାଳି କୋଟି କୋଟି ଟଙ୍କାରେ କିଣା ହେଉଛନ୍ତି ତ  କିଛି ଖେଳାଳି କେବଳ ନିଜ ବେସ୍ ପ୍ରାଇସ୍‌ ଅନୁସାରେ କିଣାଯାଉଛନ୍ତି। ହେଲେ ଏମିତି ଖେଳାଳି ଅଛନ୍ତି ଯେଉଁ ଖେଳାଳିଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିବା ପାଇଁ ଇଛା ପ୍ରାକଶ କରିନାହାଁନ୍ତି। ଏହି ଖେଳାଳିମାନେ ନିଲାମୀ ପୂର୍ବରୁ ବେଶ ଚର୍ଚ୍ଚାରେ ଥିଲେ କିନ୍ତୁ ନିଲାମୀରେ ସେମାନେ ଅଲୋଡ଼ା ହୋଇଯାଇଛନ୍ତି। ଏମଆନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି କିସ୍ ଗେଲ୍‌। ଗେଲ୍‌ଙ୍କ ସହ ଭାରତୀୟ ଟେଷ୍ଟ ଟିମ୍‌ର ଓପନର୍‌ ମୁରଲୀ ବିଜୟ, ଦକ୍ଷିଣ ଆଫ୍ରିକାର ହାସିମ ଆମ୍‌ଲା, ନ୍ୟୁଜିଲାଣ୍ଡର ଗୁପଟିଲ୍‌ ଓ ଇଂଲଣ୍ଡର ଜୋ-ରୁଟ୍‌ଙ୍କ ଭଳି ଖେଳାଳିଙ୍କୁ ଏଥର କୌଣସି ଫ୍ରାଞ୍ଚାଇଜ୍‌ କିଣିନାହାଁନ୍ତି।

 ଅନ୍ୟପଟେ ଇଂଲଣ୍ଡର ବେନ ଷ୍ଟୋକସଙ୍କୁ ୧୨.୫କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ। ଗତଥର ଷ୍ଟୋକସ୍  ରାଇଜିଂ ପୁନେ ସୁପରଜାଏଣ୍ଟ ପକ୍ଷରୁ ଖେଳିଥିଲେ। କରଣ ପୋଲାର୍ଡଙ୍କୁ ୫.୪ କୋଟିରେ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ। କିଙ୍ଗ୍ସ ଏକାଦଶ ପଞ୍ଜାବରେ ୭.୬ କୋଟିରେ ସାମିଲ ହୋଇଛନ୍ତି ରବି ଚନ୍ଦ୍ରନ ଅଶ୍ୱିନ। ଗୌତମ ଗାମ୍ଭୀର ଦିଲ୍ଲୀ ଡେୟାର ଡେଭିଲସରେ ସାମିଲ ହୋଇଛନ୍ତି। ଯୁବରାଜ ସିଂଙ୍କୁ ୨ କୋଟି ଟଙ୍କାରେ କିଣିଛି କିଙ୍ଗ୍ସ ଏକାଦଶ ପଂଜାବ। ଚଳିତ ବର୍ଷ ନିଲାମୀରେ ୩୬୦ ଜଣ ଭାରତୀୟ କ୍ରିକେଟର ଭାଗନେଇଛନ୍ତି। ୧୬ଜଣ କ୍ରିକେଟରଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରଖାଯାଇଛି। ଦୁଇ ଦିନ ଧରି ଏହି ନିଲାମୀ ପ୍ରକ୍ରିୟା ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos