ଏଚ୍‌ଆଇଏଲ୍‌: ଆସନ୍ତାକାଲି ଉତ୍ତରପ୍ରଦେଶକୁ ଭେଟିବ ଦିଲ୍ଲୀ

ଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଏକ ମ୍ୟାଚରେ ଉତ୍ତରପ୍ରଦେଶ ୱିଜାର୍ଡସ୍‌କୁ ଦିଲ୍ଲୀ ୱେଭ ରାଇଡର୍ସ ଭେଟିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। ଚଳିତ ସିରିଜରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ତାଲିକାରେ ଏକ ନମ୍ୱରରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୯ଟି ମ୍ୟାଚ ଖେଳି ୨୩ ପଏଣ୍ଟ ପାଇ ଦ୍ୱିତୀୟ, ଦିଲ୍ଲୀ ୱେଭ ରାଇଡର୍ସ ୮ଟି ମ୍ୟାଚ ଖେଳି ୨୧ ପଏଣ୍ଟ ପାଇ […]

uttar-pradesh-wizards-

uttar-pradesh-wizards-

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 04:42 PM IST

Sports

Latest News

ଦିଲ୍ଲୀ: ଆସନ୍ତାକାଲି ନୂଆଦିଲ୍ଲୀରେ ଖେଳାଯିବାକୁ ଥିବା ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ଏକ ମ୍ୟାଚରେ ଉତ୍ତରପ୍ରଦେଶ ୱିଜାର୍ଡସ୍‌କୁ ଦିଲ୍ଲୀ ୱେଭ ରାଇଡର୍ସ ଭେଟିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ।

ଚଳିତ ସିରିଜରେ ଦବଙ୍ଗ ମୁମ୍ୱାଇ ୯ଟି ମ୍ୟାଚ ଖେଳି ୩୩ ପଏଣ୍ଟ ପାଇ ତାଲିକାରେ ଏକ ନମ୍ୱରରେ ରହିଛି। ସେହିପରି କଳିଙ୍ଗ ଲାନ୍‌ସର୍ସ ୯ଟି ମ୍ୟାଚ ଖେଳି ୨୩ ପଏଣ୍ଟ ପାଇ ଦ୍ୱିତୀୟ, ଦିଲ୍ଲୀ ୱେଭ ରାଇଡର୍ସ ୮ଟି ମ୍ୟାଚ ଖେଳି ୨୧ ପଏଣ୍ଟ ପାଇ ତୃତୀୟ, ଉତ୍ତରପ୍ରଦେଶ ୱିଜାର୍ଡସ୍ ୭ଟି ମ୍ୟାଚ ଖେଳି ୨୦ ପଏଣ୍ଟ ପାଇ ଚତୁର୍ଥ, ରାଞ୍ଚି ରୟ ୯ଟି ମ୍ୟାଚ ଖେଳି ୧୮ ପଏଣ୍ଟ ପାଇ ପଞ୍ଚମ, ଜେପି ପଞ୍ଜାବ ୮ଟି ମ୍ୟାଚ ଖେଳି ୧୭ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos