ମୟଙ୍କ ମିଶ୍ରାଙ୍କ ହ୍ୟାଟ୍ରିକରେ ଜିତିଲା ଉତ୍ତରାଖଣ୍ଡ

ବିଶାଖାପଟନମ: ବାମହାତୀ ସ୍ପିନ ବୋଲର ମୟଙ୍କ ମିଶ୍ରାଙ୍କ ହ୍ୟାଟ୍ରିକ ୱିକେଟ ଦଖଲ ବଳରେ ଉତ୍ତରାଖଣ୍ଡ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗୋଆକୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୟଙ୍କ ମୋଟ ୪ ଓଭରରେ ୬ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି। ଆଜିର ମ୍ୟାଚ୍‌ରେ ଉତ୍ତରାଖଣ୍ଡ ଟସ୍‌ ଜିତି ଗୋଆକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମ୍ୟାଚର ତୃତୀୟ ତଥା ନିଜର ଦ୍ୱିତୀୟ […]

r

r

Hemant Lenka
  • Published: Tuesday, 12 November 2019
  • Updated: 12 November 2019, 06:37 PM IST

Sports

Latest News

ବିଶାଖାପଟନମ: ବାମହାତୀ ସ୍ପିନ ବୋଲର ମୟଙ୍କ ମିଶ୍ରାଙ୍କ ହ୍ୟାଟ୍ରିକ ୱିକେଟ ଦଖଲ ବଳରେ ଉତ୍ତରାଖଣ୍ଡ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଗୋଆକୁ ୮ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୟଙ୍କ ମୋଟ ୪ ଓଭରରେ ୬ ରନ୍‌ ଦେଇ ୪ଟି ୱିକେଟ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ଉତ୍ତରାଖଣ୍ଡ ଟସ୍‌ ଜିତି ଗୋଆକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମ୍ୟାଚର ତୃତୀୟ ତଥା ନିଜର ଦ୍ୱିତୀୟ ଓଭରରେ ମୟଙ୍କ ୩ୟ ବଲରେ ଆଦିତ୍ୟ କୌଶିକ(୪)ଙ୍କ ୱିକେଟ ନେଇଥିଲେ। ଏହାପରେ ସେ ଅମିତ ବର୍ମା ଓ ସୁୟସ ପ୍ରଭୁଦେଶାଇଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ ୱିକେଟ ଦଖଲ କରିଥିଲେ।

୭ ରନ୍‌ରେ ୪ଟି ୱିକେଟ ହରାଇଥିବା ଗୋଆ ପାଇଁ ସେହ୍ନାଲ କୌତନକର ଓ ଦର୍ଶନ ମିଶାଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ତେବେ ମୟଙ୍କ ପୁଣିଥରେ ୧୧ ରନ୍‌ କରିଥିବା ଦର୍ଶନଙ୍କୁ ଆଉଟ୍‌ କରି ଗୋଆକୁ ୫ମ ଝଟ୍‌କା ଦେଇଥିଲେ।

ଲକ୍ଷ୍ୟ ଗର୍ଗ ୧୮ ଓ ଏଚ୍‌ ପର୍ବ(୨୨)ଙ୍କୁ ସାଥୀ କରି ସେହ୍ନାଲ ଦଳୀୟ ସ୍କୋରକୁ ୧୦୦ ପରା କରାଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ହେଲେ ଦଳୀୟ ସ୍କୋର ୧୧୧ ଥିବା ବେଳେ ୯ମ ବ୍ୟାଟସମ୍ୟାନ ଭାବେ ସେହ୍ନାଲ(୫୭) ମଧ୍ୟ ଆଉଟ ହୋଇଯାଇଥିଲେ। ଶେଷରେ ଗୋଆ ୨୦ ଓଭରରେ ୯ ୱିକେଟ ହରାଇ ୧୧୯ ରନ୍‌ ହିଁ କରିଥିଲା।

ଏହା ଜବାବରେ ଉତ୍ତାରଖଣ୍ଡ ତନ୍ମୟ ଶ୍ରୀବାସ୍ତବଙ୍କ ଅପରାଜିତ ୪୯ ଓ ସୌରଭ ରାୱତଙ୍କ ଅପରାଜିତ ୩୧ ରନ୍‌ ବଳରେ ୧୬.୪ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରି ନେଇଥିଲା। ଉତ୍ତରାଖଣ୍ଡ ପାଇଁ ଡି ନେଗୀ(୪) ଓ କରନ କୌଶଲ(୩୫) ରନ୍‌ କରି ଆଉଟ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos