୧୯ ବର୍ଷରୁ କମ୍ ଏସୀୟ ସ୍କ୍ୱାଶ୍ ଟାଇଟଲ୍ ଜିତିଲେ ଭେଲାଭାନ

ନୂଆଦିଲ୍ଲୀ: ମାଲେସିଆର ରାଜଧାନୀ କୁଆଲା ଲମ୍ପୁରରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ଏସୀୟ କନିଷ୍ଠ ଏକକ ସ୍କ୍ୱାଶ୍ ଚାମ୍ପିଅନ୍‌ସିପ୍‌ରେ ଟାଇଟଲ୍ ଜିତିଛନ୍ତି ଭାରତର ଉଦୀୟମାନ ଖେଳାଳି ଭେଲାଭାନ ସେନ୍ଥିଲକୁମାର।

ସେ ଜୋର୍ଡାନର ମହମ୍ମଦ ଅଲ୍-ସରାଜଙ୍କୁ ୧୨-୧୪,୯-୧୧,୧୧-୬,୧୧-୭ ହରାଇ ଚାମ୍ପିଅନ୍ ହୋଇଛନ୍ତି।

ଚେନ୍ନାଇର ଭେଲାଭାନ ଇଣ୍ଡିଆନ୍ ସ୍କ୍ୱାଶ ଏକାଡେମୀ (ଆଇଏସ୍‌ଏ)ରେ ପ୍ରଶିକ୍ଷଣ ନେଉଛନ୍ତି। ଏହି ଟାଇଟଲ୍ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ୨୦୧୦ରେ ରବି ଦୀକ୍ଷିତ ଏହି ଟାଇଟଲ୍ ଜିତି ଥିଲେ। ସେ ବି ଆଇଏସ୍‌ଏରେ ତାଲିମ ନେଉଥିଲେ।