ମହିଳା ଟି-୨୦ ଚ୍ୟାଲେଞ୍ଜ୍: ଫାଇନାଲରେ ମିତାଲୀ-ହରମନପ୍ରୀତ ମୁହାଁମୁହିଁ

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଅବତୀର୍ଣ୍ଣ ହୋଇଛନ୍ତି ମିତାଲୀ ରାଜଙ୍କ ଭେଲୋସିଟି ଓ ହରମନପ୍ରୀତ କୌରଙ୍କ ସୁପରନୋଭାଜ୍। ଗୁରୁବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମୁକାବିଲାରେ ସୁପରନୋଭାଜ୍ ୧୨ ରନରେ ଭେଲୋସିଟିକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ତେବେ ପରାଜୟ ସତ୍ତ୍ୱେ ଭେଲୋସିଟି ଉନ୍ନତ ନେଟ୍ ରନରେଟ୍ ଆଧାରରେ ଫାଇନାଲରେ ପହଞ୍ଚିଛି। ଶନିବାର ଫାଇନାଲ୍ ମୁକାବିଲା ଖେଳାଯିବ। ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସୁପରନୋଭାଜ୍ ପ୍ରଥମେ ବ୍ୟାଟିଂ କରି […]

w

w

Hemant Lenka
  • Published: Friday, 10 May 2019
  • Updated: 10 May 2019, 01:06 PM IST

Sports

Latest News

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ଅବତୀର୍ଣ୍ଣ ହୋଇଛନ୍ତି ମିତାଲୀ ରାଜଙ୍କ ଭେଲୋସିଟି ଓ ହରମନପ୍ରୀତ କୌରଙ୍କ ସୁପରନୋଭାଜ୍। ଗୁରୁବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମୁକାବିଲାରେ ସୁପରନୋଭାଜ୍ ୧୨ ରନରେ ଭେଲୋସିଟିକୁ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ତେବେ ପରାଜୟ ସତ୍ତ୍ୱେ ଭେଲୋସିଟି ଉନ୍ନତ ନେଟ୍ ରନରେଟ୍ ଆଧାରରେ ଫାଇନାଲରେ ପହଞ୍ଚିଛି। ଶନିବାର ଫାଇନାଲ୍ ମୁକାବିଲା ଖେଳାଯିବ।

ଗୁରୁବାର ଖେଳାଯାଇଥିବା ମ୍ୟାଚରେ ସୁପରନୋଭାଜ୍ ପ୍ରଥମେ ବ୍ୟାଟିଂ କରି ଜେମିମା ରୋଡ୍ରିଗ୍ସ (୭୭*)ଙ୍କ ଅର୍ଦ୍ଧଶତକ ବଳରେ ୩ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା। ଜବାବରେ ଭେଲୋସିଟି ନିର୍ଦ୍ଧାରିତ ଓଭରରେ ୩ ୱିକେଟ୍ ହରାଇ ୧୩୦ ରନ୍ କରିବାକୁ ସକ୍ଷମ ହୋଇଥିଲା।

୧୪୩ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭେଲୋସିଟିର ଆରମ୍ଭ ଖରାପ ରହିଥିଲା ଏବଂ ଟିମ୍ ୨୧ ରନରେ ହାଲେ ମାଥ୍ୟୁଜ୍ (୧୧) ଓ ଶେଫାଳୀ ବର୍ମା (୨)ଙ୍କ ୱିକେଟ୍ ହରାଇଥିଲା। ଏହା ପରେ ଡାନିଏଲ୍ ୱାଟ୍ଟ (୪୩) ଓ କ୍ୟାପଟେନ୍ ମିତାଲୀ ରାଜ ତୃତୀୟ ୱିକେଟ୍ ପାଇଁ ୫୬ ରନର ଭାଗୀଦାରୀ କରି ଟିମକୁ ବିପଦରୁ ରକ୍ଷା କରିଥିଲେ। ୱାଟ୍ଟ ନିଜର ୩୩ ବଲର ଇନିଂସ୍ ମଧ୍ୟରେ ୪ ଚୌକା ଓ ୨ ଛକା ମାରିଥିଲେ।

ଭେଲୋସିଟିକୁ ମ୍ୟାଚ୍ ଜିତିବା ପାଇଁ ଅନ୍ତିମ ୨୪ ବଲରେ ୪୩ ରନ୍ ଆବଶ୍ୟକ ହେଉଥିଲା, କିନ୍ତୁ ଟିମ୍ ନିର୍ଦ୍ଧାରିତ ଟାର୍ଗେଟରୁ ୧୨ ରନ୍ ପଛରେ ରହିଗଲା। ମିତାଲୀ ୪୨ ବଲରେ ୩ ଚୌକା ସହ ୪୦ ଓ ବେଦ କ୍ରିଷ୍ଣମୂର୍ତ୍ତି ୨୯ ବଲରେ ୩ ଚୌକା ସହ ୩୦ ରନ୍ କରି ଅପରାଜିତ ଥିଲେ। ସୁପରନୋଭାଜ୍ ପକ୍ଷରୁ ରାଧା ଯାଦବ, ଅନୁଜା ପାଟିଲ ଓ ପୁନମ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ସୁପରନୋଭଜ୍ ପାଇଁ ଜେମିମା ଦମଦାର ବ୍ୟାଟିଂ କରିଥିଲେ। ସେ ୪୮ ବଲରେ ୧୦ ଚୌକା ଓ ୧ ଛକା ସହ ଅପରାଜିତ ୭୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦୁଇ ଓପ୍ନର ପ୍ରିୟା ପୁନିଆ (୧୬) ଓ ଚମାରୀ ଆଟ୍ଟାପଟ୍ଟୁ (୩୧) ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ।

ତେବେ ଜେମିମାଙ୍କ ସହ ଆଟ୍ଟାପଟ୍ଟୁ ଦ୍ୱିତୀୟ ୱିକେଟ୍ ପାଇଁ ୫୫ ଏବଂ ସୋଫି ଡିଭାଇନ୍ ତୃତୀୟ ୱିକେଟ୍ ପାଇଁ ୫୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଟିମକୁ ମଜଭୁତ୍ ସ୍କୋରରେ ପହଞ୍ଚାଥିଲେ। ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର୍ ୧ ରନ୍ କରି ଅପରାଜିତ ଥିଲେ। ଭେଲୋସିଟି ପକ୍ଷରୁ ଆମେଲିଆ କେର୍ ୨ଟି ଓ ଶିଖା ପାଣ୍ଡେ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos