ଟାଇଟଲ୍ ଜିତିବା ପାଇଁ ସୁପରନୋଭାଜ୍‌କୁ ୧୨୨ ରନ୍‌ର ଟାର୍ଗେଟ୍

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ସୁପରନୋଭାଜ୍ ଓ ଭେଲୋସିଟି ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭେଲୋସିଟି ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିଛି। ଫଳରେ ଟାଇଟଲ୍ ଜିତିବା ପାଇଁ ସୁପରନୋଭାଜକୁ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୨ ରନ୍ କରିବାକୁ ପଡ଼ିବ। ୩୭ ରନରେ ୫ ୱିକେଟ୍ ହରାଇଥିବା ଭେଲୋସିଟିକୁ ସୁଷମା ବର୍ମା ଓ ଆମେଲିଆ ସଙ୍କଟରୁ […]

suprenovas

suprenovas

Hemant Lenka
  • Published: Saturday, 11 May 2019
  • Updated: 11 May 2019, 09:21 PM IST

Sports

Latest News

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ସୁପରନୋଭାଜ୍ ଓ ଭେଲୋସିଟି ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଭେଲୋସିଟି ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିଛି। ଫଳରେ ଟାଇଟଲ୍ ଜିତିବା ପାଇଁ ସୁପରନୋଭାଜକୁ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୨ ରନ୍ କରିବାକୁ ପଡ଼ିବ।

୩୭ ରନରେ ୫ ୱିକେଟ୍ ହରାଇଥିବା ଭେଲୋସିଟିକୁ ସୁଷମା ବର୍ମା ଓ ଆମେଲିଆ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ଷଷ୍ଠ ୱିକେଟ୍ ପାଇଁ ୭୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭେଲୋସିଟିକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି। ସୁଷମା ୩୨ ବଲରେ ୩ ଚୌକା ଓ ୧ ଛକା ସହ ସର୍ବାଧିକ ଅପରାଜିତ ୪୦ ଓ କେର୍ ୩୮ ବଲରେ ୪ ଚୌକା ସହ ୩୬ ରନ୍ କରି ଆଉଟ୍ ହୋଇଛନ୍ତି।

ଶନିବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ୍ ମୁକାବିଲାରେ ସୁପରନୋଭାଜ୍ ଦଳର କ୍ୟାପଟେନ୍ ହରମନପ୍ରୀତ କୌର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କୌରଙ୍କ ଏହି ନିଷ୍ପତ୍ତିକୁ ବୋଲରମାନେ ଯଥାର୍ଥତା ସାବ୍ୟସ୍ତ କରି ଟିମକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ।

ଭେଲୋସିଟି ଦଳର ଦୁଇ ଓପ୍ନର ହାଲେ ମାଥ୍ୟୁ (୦) ଓ ଶେଫାଳୀ ବର୍ମା (୧୧)ଙ୍କୁ ସୁପରନୋଭାଜ୍ ବୋଲର ଲିଆ ତାହୁହୁ ଆଉଟ୍ କରିଥିଲେ। ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଡାନିଏଲ୍ ୟାଟ୍ଟ୍ (୦), କ୍ୟାପଟେନ୍ ମିତାଲୀ ରାଜ (୧୨) ଓ ବେଦ କ୍ରିଷ୍ଣାମୂର୍ତ୍ତି (୮) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। ଫଳରେ ଭେଲୋସିଟି ମାତ୍ର ୩୭ ରନ୍ ମଧ୍ୟରେ ଅଧା ବ୍ୟାଟ୍ସୱିମେନଙ୍କୁ ହରାଇ ବୃହତ ସଙ୍କଟରେ ପଡ଼ିଥିଲା।

ତେବେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବଲ୍ ଖେଳିବାର ସୁଯୋଗ ପାଇଥିବା ସୁଷମା ଓ ଆମେଲିଆ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମ ସ୍କେରରକୁ ୧୭ତମ ଓଭରରେ ୧୦୦ ରନରେ ପହଞ୍ଚାଇଥିଲେ। ଟିମ୍ ସ୍କୋର ୧୦୮ ଥିବା ବେଳେ ଆମେଲିଆଙ୍କଚ ପୁନମ ଯାଦବ ଆଉଟ୍ କରିଥିଲେ। ଏହା ପରେ ସୁଷମା ଓ ଶିଖା ପାଣ୍ଡେ ଅନ୍ତିମ ଓଭରରେ ୧୩ ରନ୍ ଯୋଡ଼ି ଟିମକୁ ୧୨୧ ରନରେ ପହଞ୍ଚାଇଥିଲେ। ଶିଖା ୧ ରନ୍ କରି ଅପରାଜିତ ଥିଲେ।

ସୁପରନୋଭାଜର ସଫଳ ବୋଲର ଭାବେ ତାହୁହୁ ୨୧ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଜା ପାଟିଲ୍, ସୋଫି ଡିଭାଇନ୍, ନାଟାଲି ସ୍କିଭର୍ ଓ ପୁନମ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story