ଜୁନିୟର ଶୁଟିଂ ୱାର୍ଲ୍ଡ କପ୍: ତୃତୀୟ ସ୍ୱର୍ଣ୍ଣ ଜିତିଲେ ବିଜୟବୀର

ନୂଆଦିଲ୍ଲୀ: ଭାରତୀୟ ଶୁଟର୍ ବିଜୟବୀର ସିଦ୍ଧୁ ଜର୍ମାନୀର ସୁହୁଲଠାରେ ଚାଲିଥିବା ଜୁନିୟର ଶୁଟିଂ ବିଶ୍ୱକପରେ ନିଜର ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମଙ୍ଗଳବାର ସେ ରାଜକନୱର ସିଂହ ସାନ୍ଧୁ ଓ ଆଦର୍ଶ ସିଂହଙ୍କ ସହ ମିଶି ପୁରୁଷ ୨୫ମିଟର୍ ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ଆଦର୍ଶଙ୍କର ଏହା ଦ୍ୱିତୀୟ ସ୍ୱର୍ଣ୍ଣ। ଏଥିସହ ଚଳିତ ଚାମ୍ପିଅନଶିପରେ ଭାରତ ଏପର୍ଯ୍ୟନ୍ତ ୭ ସ୍ୱର୍ଣ୍ଣ ସହ ମୋଟ ୧୬ ପଦକ ଜିତି ପ୍ରଥମ ସ୍ଥାନରେ […]

vijay

vijay

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 08:19 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଶୁଟର୍ ବିଜୟବୀର ସିଦ୍ଧୁ ଜର୍ମାନୀର ସୁହୁଲଠାରେ ଚାଲିଥିବା ଜୁନିୟର ଶୁଟିଂ ବିଶ୍ୱକପରେ ନିଜର ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମଙ୍ଗଳବାର ସେ ରାଜକନୱର ସିଂହ ସାନ୍ଧୁ ଓ ଆଦର୍ଶ ସିଂହଙ୍କ ସହ ମିଶି ପୁରୁଷ ୨୫ମିଟର୍ ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଚଳିତ ପ୍ରତିଯୋଗିତାରେ ଆଦର୍ଶଙ୍କର ଏହା ଦ୍ୱିତୀୟ ସ୍ୱର୍ଣ୍ଣ। ଏଥିସହ ଚଳିତ ଚାମ୍ପିଅନଶିପରେ ଭାରତ ଏପର୍ଯ୍ୟନ୍ତ ୭ ସ୍ୱର୍ଣ୍ଣ ସହ ମୋଟ ୧୬ ପଦକ ଜିତି ପ୍ରଥମ ସ୍ଥାନରେ ରହିଛି। ମଙ୍ଗଳବାର ଭାରତକୁ ଦ୍ୱିତୀୟ ପଦକ ପୁରୁଷ ୧୦ ମିଟରରେ ହୃଦୟ ହଜାରିକା, ୟଶବର୍ଦ୍ଧନ ଓ ପାର୍ଥ ମଖିଜାଙ୍କ ଟିମ୍ ଦେଇଛନ୍ତି।

ଏହି ତିନି ଶୁଟର୍ ମୋଟ ୧୮୭୭.୪ ସ୍କୋର ସହ ରୌପ୍ୟ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ ଟିମର ସ୍କୋରଠାରୁ ଭାରତ ୦.୪ ପଛରେ ରହିଥିଲା। ଚୀନ ଏହା ମଧ୍ୟରେ ଜୁନିୟର ବିଶ୍ୱ ରେକର୍ଡର ବରାବର କରିଛନ୍ତି।

ଜୁନିୟର ବିଶ୍ୱ ଚାମ୍ପିଅନ୍ ହୃଦୟଙ୍କୁ ୧୦ ମିଟର ଏୟାର ରାଇଫଲ୍ ବ୍ୟକ୍ତିଗତ ଇଭେଣ୍ଟରେ ଝଟକା ଲାଗିଛି। ସେ ୨୪ ଶଟ୍ ବିଶିଷ୍ଟ ଫାଇନାଲରେ ୧୮ତମ ଶଟ୍ ପର୍ଯ୍ୟନ୍ତ ଆଗୁଆ ଥିଲେ, କିନ୍ତୁ ୧୯ତମ ଶଟରେ ସେ ୯.୬ ସ୍କୋର ସହ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ସେ ଶେଷରେ ୨୦୭.୩ ସ୍କୋର ସହ ଚତୁର୍ଥ ସ୍ଥାନରେ ରହିଥିଲେ। ରୁଷର ଗ୍ରିଗୋରିଲ୍ ଶାମାକୋଭ୍ ୨୫୦.୦ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos