ଏପ୍ରିଲ୍ ୧୨ରେ ଆମେରିକାରେ ଡେବ୍ୟୁ କରିବେ ବିଜେନ୍ଦର

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ ଆସନ୍ତା ଏପ୍ରିଲ୍ ୧୨ ତାରିଖରେ ଆମେରିକାରେ ପେସାଦାର ବକ୍ସିଂ ସର୍କିଟରେ ଡେବ୍ୟୁ କରିବେ । ଏଥିପାଇଁ ବିଜେନ୍ଦର ମାଇକ ଟାଇସନ୍ ଓ ମ୍ୟାନି ପାକ୍ୱିଓଙ୍କୁ ତାଲିମ୍ ଦେଇଥିବା ହଲ୍ ଅଫ୍ ଫେମ୍ କୋଚ୍ ଫ୍ରେଡି ରୋଚଙ୍କ ମାର୍ଗଦର୍ଶନରେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ତେବେ ବିଜେନ୍ଦରଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ପେସାଦାର ବକ୍ସିଂରେ ୧୦ଟି ମୁକାବିଲାରେ ଅପରାଜେୟ ରହିଥିବା ବିଜେନ୍ଦର ଭାସିଲି ଲୋମାଚେଙ୍କୋ-ଆନ୍ଥୋନୀ କ୍ରୋଲା […]

v

v

Hemant Lenka
  • Published: Wednesday, 06 March 2019
  • Updated: 06 March 2019, 04:25 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବକ୍ସର୍ ବିଜେନ୍ଦର ସିଂହ ଆସନ୍ତା ଏପ୍ରିଲ୍ ୧୨ ତାରିଖରେ ଆମେରିକାରେ ପେସାଦାର ବକ୍ସିଂ ସର୍କିଟରେ ଡେବ୍ୟୁ କରିବେ । ଏଥିପାଇଁ ବିଜେନ୍ଦର ମାଇକ ଟାଇସନ୍ ଓ ମ୍ୟାନି ପାକ୍ୱିଓଙ୍କୁ ତାଲିମ୍ ଦେଇଥିବା ହଲ୍ ଅଫ୍ ଫେମ୍ କୋଚ୍ ଫ୍ରେଡି ରୋଚଙ୍କ ମାର୍ଗଦର୍ଶନରେ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି । ତେବେ ବିଜେନ୍ଦରଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ।

ପେସାଦାର ବକ୍ସିଂରେ ୧୦ଟି ମୁକାବିଲାରେ ଅପରାଜେୟ ରହିଥିବା ବିଜେନ୍ଦର ଭାସିଲି ଲୋମାଚେଙ୍କୋ-ଆନ୍ଥୋନୀ କ୍ରୋଲା ଅଣ୍ଡରକାର୍ଡର ଷ୍ଟେପଲ୍ସ ସେଣ୍ଟରେ ପଦାର୍ପଣ କରିବେ । ଏହା ୮ ରାଉଣ୍ଡ ବିଶିଷ୍ଟ ହେବ ଏବଂ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ନାମରେ ଶୀଘ୍ର ଘୋଷଣା କରାଯିବ । ୩

୩ ବର୍ଷୀୟ ବିଜେନ୍ଦର ନିକଟରେ ନିଜର ଟ୍ରେନିଂ ବେସ୍ ଲସ୍ ଆଞ୍ଜେଲ୍ସରୁ ସ୍ଥାନାନ୍ତର କରି ବର୍ତ୍ତମାନ ‘ଦି ୱାଇଲ୍ଡ କାର୍ଡ ବକ୍ସିଂ କ୍ଲବ୍’ରେ ରୋଚଙ୍କ ଅଧୀନରେ ଟ୍ରେନିଂ ନେଉଛନ୍ତି । ରୋଚଙ୍କୁ ୨୦୧୨ରେ ଇଣ୍ଟରନ୍ୟାଶନାଲ୍ ବକ୍ସିଂ ହଲ୍ ଅଫ୍ ଫେମ୍ (ଆଇବିଏଚ୍ଓଏଫ୍)ରେ ସମ୍ମାନିତ କରାଯାଇଥିଲା ।

ଟ୍ରେନର୍ ଭାବେ ରୋଚଙ୍କ ପାଖରେ ୩୨ ବର୍ଷର ଲମ୍ବା ଅଭିଜ୍ଞତା ରହିଛି, ଯେଉଁଥିରେ ସେ ୩୬ ବିଶ୍ୱ ଚାମ୍ପିୟନର ମେଣ୍ଟର ରହିସାରିଛନ୍ତି । ରୋଚଙ୍କ ଟ୍ରେନିଂରେ ଟାଇସନ୍, ୮ଥର ଡିଭିଜନ୍ ୱାର୍ଲ୍ଡ ଚାମ୍ପିୟନ ମ୍ୟାନି ପାକ୍ୱିଓ, ପାଞ୍ଚଥର ଏବଂ ଚାରିଥର ଡିଭିଜନ୍ ୱାର୍ଲ୍ଡ ଚାମ୍ପିୟନ୍ ମିଜୁଏଲ୍ କୋଟ୍ଟୋ ଏବଂ ମଲଟିପୁଲ୍ ୱାର୍ଲ୍ଡ ଚାମ୍ପିୟନ୍ ଓସ୍କାର ଡି’ ଲା ହୋୟା ବିପୁଳ ସଫଳତା ଅର୍ଜନ କରିଥିଲେ ।

ଆମେରିକାରେ ଡେବ୍ୟୁ କରିବା ନେଇ ବିଜେନ୍ଦର ବହୁତ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି, ଆମେରିକାରେ ପେସାଦାର ବକ୍ସିଂର ସ୍ତର ବହୁତ ଉପରେ । ମୋ ପାଇଁ ରୋଚ୍ ହିଁ ଉପଯୁକ୍ତ ଟ୍ରେନର୍ । ତାଙ୍କ ଅଧୀନରେ ଟ୍ରେନିଂ ନେଇ ମୁଁ ବକ୍ସିଂ ଫ୍ୟାନଙ୍କୁ ନୂଆ କିଛି କରି ଦେଖାଇବି ବୋଲି ବିଜେନ୍ଦର କହିଛନ୍ତି । ଅନ୍ୟପକ୍ଷରେ ରୋଚ୍ କହିଛନ୍ତି, ବିଜେନ୍ଦରଙ୍କ ପାଖରେ ପ୍ରତିଭା ଭରପୂର ରହିଛି । ତାଙ୍କ ପାଖରେ ଯେଉଁ ଅଭିଜ୍ଞତା ରହିଛି, ସେଥିରେ ସେ ସୁପର୍ ମିଡିଲ୍-ୱେଟ୍ ବର୍ଗର ବକ୍ସରଙ୍କୁ ସମସ୍ୟାରେ ପକାଇପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story