ଏସିଆନ ବକ୍ସିଂ କ୍ୱାଲିଫାୟର୍ସ: ଫାଇନାଲରେ ଭାରତର ବିକାଶ କ୍ରିଷ୍ଣା

ଅମ୍ମାନ: ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରି ନେଇଥିବା ଭାରତୀୟ ବକ୍ସର ବିକାଶ କ୍ରିଷ୍ଣା ଆଉ ଏକ ସଫଳତା ପାଇଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ ବକ୍ସିଂ କ୍ୱାଲିଫାୟର୍ସରେ ସେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଗତକାଲି ବିକାଶ କ୍ୱାର୍ଟର ଫାଇନାଲ ଜିତି ସେମିରେ ପ୍ରବେଶ କରିଥିଲେ। ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଆଜି ୬୯ କେଜି ବର୍ଗର ସେମି ଫାଇନାଲରେ […]

fa

fa

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 06:46 PM IST

Sports

Latest News

ଅମ୍ମାନ: ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ ହାସଲ କରି ନେଇଥିବା ଭାରତୀୟ ବକ୍ସର ବିକାଶ କ୍ରିଷ୍ଣା ଆଉ ଏକ ସଫଳତା ପାଇଛନ୍ତି। ଜୋର୍ଡାନରେ ଚାଲିଥିବା ଏସିଆନ ବକ୍ସିଂ କ୍ୱାଲିଫାୟର୍ସରେ ସେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି।

ଗତକାଲି ବିକାଶ କ୍ୱାର୍ଟର ଫାଇନାଲ ଜିତି ସେମିରେ ପ୍ରବେଶ କରିଥିଲେ। ସେମି ଫାଇନାଲରେ ପ୍ରବେଶ କରିବା କ୍ଷଣି ସେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଆଜି ୬୯ କେଜି ବର୍ଗର ସେମି ଫାଇନାଲରେ ବିକାଶଙ୍କ ମୁକାବିଲା ଦୁଇଥରର ବିଶ୍ୱ ବ୍ରୋଞ୍ଜ ବିଜେତା କାଜାଖସ୍ତାନର ଅବଲାଇଖାନ ଝୁସୁପୋଭଙ୍କ ସହ ହୋଇଥିଲା। ମ୍ୟାଚ୍‌ରେ ଦୁଇ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ଶେଷରେ ଭାରତର ବିକାଶ ୩-୨ରେ ଅବଲାଇଖାନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏବେ ୨୮ ବର୍ଷୀୟ ବିକାଶ ସ୍ୱର୍ଣ୍ଣ ପଦକ ପାଇଁ ଜୋର୍ଡାନର ଇଶାହି ହୁସେନଙ୍କ ସହ ଲଢ଼େଇ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos