ରବିବାର ଦ୍ୱିତୀୟ ଦିନକିଆ: ପୂରା ମ୍ୟାଚ୍‌ ଖେଳିବା ଅପେକ୍ଷାରେ ବିରାଟ୍‌ ବାହିନୀ

ଗାଏନା: ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ତେବେ ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇ ଯାଇଥିବାରୁ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ ଓ ଫ୍ୟାନ୍‌ମାନେ ପୂରା ମ୍ୟାଚ୍‌ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆ ଦିନିକିଆ ମ୍ୟାଚ୍‌ ଖେଳିବାକୁ ୮ ତାରିଖରେ ଗାଏନା ମଇଦାନକୁ ଓହ୍ଲାଇଥିଲା। ତେବେ ତୁହାକୁ […]

c

c

Hemant Lenka
  • Published: Saturday, 10 August 2019
  • Updated: 10 August 2019, 05:29 PM IST

Sports

Latest News

ଗାଏନା: ଆସନ୍ତାକାଲି ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ତେବେ ପ୍ରଥମ ଦିନିକିଆ ବର୍ଷା ଯୋଗୁ ଧୋଇ ଯାଇଥିବାରୁ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ ଓ ଫ୍ୟାନ୍‌ମାନେ ପୂରା ମ୍ୟାଚ୍‌ ଦେଖିବାକୁ ଅପେକ୍ଷା କରି ରହିଛନ୍ତି।

ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ବରଣ କରିବା ପରେ ଟିମ୍‌ ଇଣ୍ଡିଆ ଦିନିକିଆ ମ୍ୟାଚ୍‌ ଖେଳିବାକୁ ୮ ତାରିଖରେ ଗାଏନା ମଇଦାନକୁ ଓହ୍ଲାଇଥିଲା। ତେବେ ତୁହାକୁ ତୁହା ବର୍ଷା ଯୋଗୁ ୧୩ ଓଭର ପରେ ମ୍ୟାଚ୍‌କୁ ବାତିଲ କରିଦିଆ ଯାଇଥିଲା। ଏହି ସମୟ ଭାରତ କେବଳ ୧୩ ଓଭର ବୋଲିଂ କରିପାରି ଥିଲା।

ଅନ୍ୟପକ୍ଷରେ, ଟିମ୍‌ ଇଣ୍ଡିଆ ତା’ର ଚୂଡ଼ାନ୍ତ ଏକାଦଶରେ ଶ୍ରେୟସ ଆୟରଙ୍କୁ ୪ ନଂ ସ୍ଥାନରେ ଖେଳାଇବାକୁ ନିଷ୍ପତ୍ତି ନେଇଛି। ବିଶ୍ୱକପ୍‌ରେ ଏହି ନଂ୪ ସ୍ଥାନକୁ ନେଇ ଦଳକୁ ବେଶ କିଛି କସରତ କରିବାକୁ ପଡ଼ିଥିଲା। ହେଲେ କେହି ବି ସନ୍ତୋଷଜନକ ପ୍ରଦର୍ଶନ କରିପାରି ନଥିଲେ।

ଭାରତ ୨୦୨୩ ବିଶ୍ୱକପ୍‌ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି। ତେଣୁ ୪ନଂ ସ୍ଥାନରେ ଦଳ ଶ୍ରେୟସ ଆୟରଙ୍କୁ ଖେଳାଇ ତାଙ୍କ ପ୍ରଦର୍ଶନ ଦେଖିବାକୁ ଚାହିଁବ। ପୂର୍ବରୁ ଶ୍ରେୟସ ଆୟର ଭାରତ ପାଇଁ ଏକାଧିକ ମ୍ୟାଚ୍‌ ଖେଳିଛନ୍ତି। ତେବେ ଖରାପ ଫର୍ମ ପାଇଁ ଟିମ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ହେଲେ ଏବେ ତାଙ୍କ ପାଖରେ ଭରପୂର ସୁଯୋଗ ରହିଛି।

ସେହିପରି କେଦାର ଯାଦବ ମଧ୍ୟ ଖରାପ ପ୍ରଦର୍ଶନ କରି ବିଶ୍ୱକପର କିଛି ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିଲେ। ଏବେ ପୁରୁଣା ଫର୍ମକୁ ଫେରିବାକୁ ତାଙ୍କ ପାଖରେ ମଧ୍ୟ ସୁଯୋଗ ରହିବ।

ଅନ୍ୟମାନଙ୍କ କଥା ବିଚାରକୁ ନେଲେ ଶିଖର ଧୱନ କମ୍‌ବ୍ୟାକ୍‌ କରିଥିଲେ ହେଁ ଟି-୨୦ରେ ଆଦୌ ଭଲ ବ୍ୟାଟିଂ କରିପାରି ନାହାନ୍ତି। ଆସନ୍ତାବର୍ଷ ବିଶ୍ୱକପ୍‌ ଟି-୨୦ ଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏହାବାଦ୍‌ ଶେଷ ଟି-୨୦ରେ ଅପରାଜିତ ଅର୍ଦ୍ଧଶତକ ମାରିଥିବା ରିଷଭ ପନ୍ତ ପଞ୍ଚମ କିମ୍ବା ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିପାରନ୍ତି। ଏଭଳି ସ୍ଥିତିରେ କେଦାର ଯାଦବ କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତାହା ଏକ ବଡ଼ ପ୍ରଶ୍ନ।

ମିଡିଲ ଅର୍ଡରର ଦାୟିତ୍ୱ ବିରାଟ୍‌ କୋହଲି ଓ ଶ୍ରେୟସ ଆୟରଙ୍କ ଉପରେ ରହିବ। ଟିମ୍ ଇଣ୍ଡିଆର ପ୍ରମୁଖ ପେସ୍ ବୋଲର ଭୁବନେଶ୍ୱର କୁମାର ତିନୋଟି ଯାକ ଟି-୨୦ ମ୍ୟାଚ୍ ଖେଳିଥିଲେ। ସେ ମହମ୍ମଦ ଶାମିଙ୍କ ସହ ଦିନିକିଆରେ ବୋଲିଂର ଶୁଭାରମ୍ଭ କରିବେ। ତୃତୀୟ ପେସର୍ ଭାବେ ନଭଦୀପ ସାଇନି ଦିନିକିଆ ଡେବ୍ୟୁ କରିପାରନ୍ତି।

ଅନ୍ୟପକ୍ଷରେ ଟି-୨୦ରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା ୱେଷ୍ଟଇଣ୍ଡିଜ୍ ଦିନିକିଆରେ ବିଜୟଧାରାକୁ ଫେରିବାକୁ ଚାହିଁବ। ଘରୋଇ ପଡ଼ିଆରେ ଦଳ ବିସ୍ଫୋରକ ଓପ୍ନର କ୍ରିସ୍ ଗେଲଙ୍କ ଠାରୁ ଭଲ ବ୍ୟାଟିଂ ପାଇଁ ଆଶା ରଖିବ। ପ୍ରଥମ ମ୍ୟାଚ୍‌ରେ ଗେଲ କୁଲଦୀପ ଯାଦବଙ୍କ ବଲରେ ଆଉଟ୍‌ ହୋଇଥିଲେ। ଟି-୨୦ରେ ୱେଷ୍ଟଇଣ୍ଡିଜ୍ ପାଇଁ ଏକମାତ୍ର ସକାରାତ୍ମକ ଥିଲା କିଏରନ୍ ପୋଲାର୍ଡଙ୍କ ବ୍ୟାଟିଂ।

ପୋଲାର୍ଡ ପ୍ରଥମ ଓ ତୃତୀୟ ମୁକାବିଲାରେ ଦମଦାର ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଅପରାଜିତ ଥିଲେ। କିନ୍ତୁ ପୋଲାର୍ଡ ଦିନିକିଆ ଟିମରେ ନାହାନ୍ତି। ଦିନିକିଆ କ୍ୟାପଟେନ୍ ଜେସନ୍ ହୋଲ୍ଡରଙ୍କ ବୋଲିଂ ଉପରେ ଇଣ୍ଡିଜ ଦଳ ନିର୍ଭର କରିବ। ସେହିପରି ବ୍ୟାଟିଂରେ ଏଭିନ୍ ଲୁଇସ୍, ଜନ୍ କ୍ୟାମ୍ପବେଲ୍, ଶାଇ ହୋପ୍, ଶିମରନ୍ ହେଟମେୟର୍ ଏବଂ ନିକୋଲାସ ପୁରନଙ୍କ ଉପରେ ସବୁ ଦାୟିତ୍ୱ ରହିବ।

ସ୍କ୍ୱାଡ୍

ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍: ଜେସନ୍ ହୋଲ୍ଡର୍ (କ୍ୟାପଟେନ୍), କ୍ରିସ୍ ଗେଲ୍, ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶାଇ ହୋପ୍, ଶିମରନ୍ ହେଟମେୟର୍, ନିକୋଲାସ ପୁରନ୍, ରୋଷ୍ଟନ୍ ଚେଜ୍, ଫାବିଆନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, କୀମୋ ପଲ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, କେମାର ରୋଚ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story