ଆଇପିଏଲ୍‌ରେ ଟିମ ଇଣ୍ଡିଆ ବୋଲରଙ୍କ ଖେଳିବା ନେଇ ଧୋନି-ବିରାଟ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୧୯ ମେ’ ୩୦ରୁ ବିଶ୍ୱକପ୍‌ କ୍ରିକେଟ୍‌ ଇଂଲଣ୍ଡରେ ଆରମ୍ଭ ହେବ। ଏଥିପାଇଁ ଦଳରେ ସ୍ଥାନ ପାଇବାକୁ ଥିବା ଦ୍ରୁତ ବୋଲରଙ୍କୁ ବିଶ୍ରାମ ସ୍ୱରୂପ ବିସିସିଆଇ ଆଇପିଏଲ୍‌ରେ ନ ଖେଳିବା ପାଇଁ କହିବାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମତ ଦେଇଥିଲେ। ତେବେ ବିରାଟ୍‌ଙ୍କ ଏଭଳି ମତ ସହ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପ୍ଟେନ୍‌ କୁଲ୍‌ ଏକମତ ହୋଇନାହାନ୍ତି। ସେ କହିଛନ୍ତି, “ ଆଇପିଏଲ୍‌ରେ ଜଣେ ବୋଲର ୪ ଓଭର୍‌ […]

aaaa

aaaa

Hemant Lenka
  • Published: Tuesday, 01 January 2019
  • Updated: 01 January 2019, 08:59 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥାତ ୨୦୧୯ ମେ’ ୩୦ରୁ ବିଶ୍ୱକପ୍‌ କ୍ରିକେଟ୍‌ ଇଂଲଣ୍ଡରେ ଆରମ୍ଭ ହେବ। ଏଥିପାଇଁ ଦଳରେ ସ୍ଥାନ ପାଇବାକୁ ଥିବା ଦ୍ରୁତ ବୋଲରଙ୍କୁ ବିଶ୍ରାମ ସ୍ୱରୂପ ବିସିସିଆଇ ଆଇପିଏଲ୍‌ରେ ନ ଖେଳିବା ପାଇଁ କହିବାକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମତ ଦେଇଥିଲେ। ତେବେ ବିରାଟ୍‌ଙ୍କ ଏଭଳି ମତ ସହ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ୟାପ୍ଟେନ୍‌ କୁଲ୍‌ ଏକମତ ହୋଇନାହାନ୍ତି।

ସେ କହିଛନ୍ତି, “ ଆଇପିଏଲ୍‌ରେ ଜଣେ ବୋଲର ୪ ଓଭର୍‌ ବୋଲିଂ କରେ। ତେଣୁ ଏହି ୪ଓଭର୍‌ରେ କେହି ହାଲିଆ ହୁଅନ୍ତି ନାହିଁ। ଏହି ୪ ଓଭର୍‌ରେ ବୋଲରମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବା ସହ ୟର୍କର୍ସ, ବୋଲିଂରେ ଭ୍ୟାରିଏସନ୍‌ ଓ ଚାପରେ କେମିତି ବୋଲିଂ କରିବାକୁ ହୁଏ, ସେକଥା ଶିଖିଥାଆନ୍ତି। ମୁଁ ଭାବୁଛି ବୋଲରମାନେ ଆଇପିଏଲ୍‌ ଖେଳିବା ଦରକାର। କିନ୍ତୁ ସେମାନେ କ’ଣ ଖାଉଛନ୍ତି ଏବଂ କେତେବେଳେ ଶୋଉଛନ୍ତି ଓ ଉଠୁଛନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।”

ଅନ୍ୟପକ୍ଷରେ ବିସିସିଆଇର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, “ ଯଦି ଯଶପ୍ରୀତ ବୁମ୍ରାଙ୍କ ଭଳି ଦ୍ରୁତ ବୋଲରଙ୍କୁ ବିଶ୍ରାମ ଦିଆଯିବା ଉଚିତ୍‌ ବୋଲି କେହି କହେ, ତା’ହେଲେ ବିରାଟ୍‌ କୋହଲିଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବା ଦରକାର। କାରଣ ବିରାଟ୍‌ ମଧ୍ୟ ଟିମ୍‌ ଇଣ୍ଡିଆର ଜଣେ ଦକ୍ଷ ବ୍ୟାଟସ୍‌ମ୍ୟାନ୍‌। ଯଦି ଆଇପିଏଲ୍‌ ସମୟରେ କୌଣସି ଅଘଟଣ ଘଟେ, ତା’ହେଲେ ବିଶ୍ୱକପ୍‌ କେମିତି ଖେଳିବା ସମ୍ଭବ ହେବ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos