ବିରାଟ ଓ ଶଙ୍କର ଦେଲେ ଭାରତକୁ ୫୦୦ତମ ବିଜୟ

ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ଏହା ଟିମ୍‌ ଇଣ୍ଡିଆର ୫୦୦ତମ ବିଜୟ। ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ବିରାଟ (୧୧୬)ଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ […]

g

g

Hemant Lenka
  • Published: Tuesday, 05 March 2019
  • Updated: 05 March 2019, 10:00 PM IST

Sports

Latest News

ନାଗପୁର: ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ଓ ଶେଷ ଓଭର୍‌ରେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ଶାଣିତ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ର ଅଗ୍ରଣୀ ହାସଲ କରିନେଇଛି । ଦିନିକିଆରେ ଏହା ଟିମ୍‌ ଇଣ୍ଡିଆର ୫୦୦ତମ ବିଜୟ।

ଜାମଥାର ଭିସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ବିରାଟ (୧୧୬)ଙ୍କ ଶତକୀୟ ଇନିଂସ୍ ସତ୍ତ୍ୱେ ୪୮.୨ ଓଭରରେ ୨୫୦ ରନ୍ କରି ଅଲ୍ ଆଉଟ୍‌ ହୋଇଯାଇଥିଲା।

ଏହାର ଜବାବରେ ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୨ ରନ୍ କରିବାକୁ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୧୧ ରନ୍ ଆବଶ୍ୟକ ହେଉଥିବା ବେଳେ ବିଜୟ ଶଙ୍କର ଚମତ୍କାର ବୋଲିଂ କରି ଦୁଇଟି ୱିକେଟ୍ ଦଖଲ କରିବା ସହ ଭାରତକୁ ୮ ରନ୍‌ର ରୋମାଞ୍ଚକର ବିଜୟ ଦେଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ସର୍ବାଧିକ ୫୨ ରନ୍ କରିଥିବା ବେଳେ ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି ଓ ଯଶପ୍ରୀତ ବୁମ୍ରା ୨ଟି ୱିକେଟ୍ ନେଇଥିଲେ। କୋହଲି ନିଜର ୧୧୬ (୧୨୦ ବଲ୍, ୧୦ ଚୌକା) ରନ୍‌ର ଇନିଂସ୍ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

୨୫୧ ରନ୍‌ ଟାର୍ଗେଟର ପିଛା କରୁଥିବା ଅଷ୍ଟ୍ରେଲିଆକୁ ଖରାପ ଫର୍ମ ଦେଇ ଗତି କରୁଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ (୩୭) ଓ ଉସମାନ୍ ଖ୍ୱାଜା (୩୮) ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ିବା ପରେ ଆଉଟ୍ ହୋଇଯାଇଥିଲେ। ସିରିଜରେ ପ୍ରଥମଥର ଖେଳୁଥିବା ଶନ୍ ମାର୍ଶ (୧୬) ସୁଯୋଗର ଫାଇଦା ଉଠାଇପାରି ନଥିଲେ।

ସେ ଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ୍ ମ୍ୟାକ୍ସୱେଲ୍ ମାତ୍ର ୪ ରନ୍ କରି କୁଲଦୀପ ଯାଦବଙ୍କ ବଲ୍‌ରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ସେଟ୍ ବ୍ୟାଟ୍ସମ୍ୟାନ୍ ପିଟର୍ ହ୍ୟାଣ୍ଡସ୍କମ୍ବ ୪୮ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ଏକ ଥ୍ରୋରେ ରନ୍‌ ଆଉଟ୍ ହୋଇଯାଇଥିଲେ।  ତେବେ ଏହି ସମୟରେ ମାର୍କସ୍ ଷ୍ଟୋଇନିସ୍ ଓ ଆଲେକ୍ସ କ୍ୟାରିଙ୍କ ଯୋଡ଼ି ଘରୋଇ ଦଳର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ମୁକାବିଲା କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ । କିନ୍ତୁ ଦଳର ସ୍କୋର ୨୧୮ ଥିବା ବେଳେ କ୍ୟାରି (୨୨)ଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ନିର୍ଣ୍ଣାୟକ ବେକ୍ରଥ୍ରୁ’ ଦେଇଥିଲେ।

ଏହା ପରେ ବୁମ୍ରା ୪୬ତମ ଓଭରରେ ନେଥନ କୁଲ୍ଟର-ନାଇଲ୍ (୪) ଓ ପ୍ୟାଟ୍ କମିନ୍ସ (୦)ଙ୍କୁ ଆଉଟ୍ କରି ଭାରତକୁ ବିଜୟ ଆଡ଼ୁକୁ ଅଗ୍ରସର କରାଇଥିଲେ। କିନ୍ତୁ ଅନ୍ୟପଟେ କ୍ରିଜ୍‌ରେ ସେଟ୍‌ ହୋଇସାରିଥିବା ଷ୍ଟୋଇନିସ୍ (୫୨) ଅର୍ଦ୍ଧଶତକ ମାରି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ।

ତେବେ ତାଙ୍କୁ ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା ବିଜୟ ଶଙ୍କର ଆଉଟ୍ କରି ଭାରତକୁ ନବମ ସଫଳତା ଦେଇଥିଲେ। ଏହି ୱିକେଟ୍‌ ପରେ ଭାରତ ବିଜୟ ଏକପ୍ରକାରର ପକ୍କା ହୋଇସାରିଥିଲା। ଏହାପରେ ଶଙ୍କର ଆଡାମ ଜାମ୍ପା (୨)ଙ୍କୁ କ୍ଲିନ୍ ବୋଲ୍ଡ କରି ଅଷ୍ଟ୍ରେଲିଆକୁ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ରୋହିତ ଶର୍ମା ପୁଣିଥରେ ନିରାଶ କରିଥିଲେ । ରୋହିତ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ତାଙ୍କୁ ମ୍ୟାଚ୍‌ର ପ୍ରଥମ ଓଭରର ଶେଷ ବଲରେ ପ୍ୟାଟ୍ କମିନ୍ସ ଆଉଟ୍ କରିଥିଲେ ।

ପ୍ରଥମ ଦିନିକିଆରେ ଶୂନରେ ଆଉଟ୍ ହୋଇଥିବା ଧୱନ୍ (୨୧) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ । ତାଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ ଏଲବିଡବ୍ଲ୍ୟୁ କରିଥିଲେ । ଅମ୍ବାତି ରାୟୁଡୁ (୧୮) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ଏହି ସମୟରେ ଅଧିନାୟକ କୋହଲିଙ୍କୁ ଭରପୂର ସହଯୋଗ କରିଥିଲେ ବିଜୟ ଶଙ୍କର।

ଦୁହେଁ ମିଶି ଚତୁର୍ଥ ୱିକେଟ୍ ପାଇଁ ୮୧ ରନ୍‌ର ଲଢ଼ୁଆ ପାର୍ଟନରଶିପ୍ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ବିଜୟ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ମାତ୍ର ୪୧ ବଲ୍‌ରେ ଦ୍ରୁତ ୪୬ (୫ ଚୌକା, ୧ ଛକା) ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ ।

ଏହା ପରେ ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ ଜାମ୍ପା ପ୍ରଥମ ମ୍ୟାଚର ଦୁଇ ହିରୋ କେଦାର ଯାଦବ (୧୧) ଓ ମହେନ୍ଦ୍ର ସିଂହ ଧୋନି (୦) ଲଗାତାର ଦୁଇଟି ବଲ୍‌ରେ ଆଉଟ୍ କରି ଭାରତକୁ ବ୍ୟାକ୍‌ଫୁଟ୍‌କୁ  ଠେଲି ଦେଇଥିଲେ।

ଏହି ସମୟରେ ଘରୋଇ ଦଳର ସ୍କୋର ୬ ୱିକେଟରେ ୧୭୧ ରନ୍‌ ଥିଲା ଏବଂ ସବୁ ଦାୟିତ୍ୱ ବିରାଟଙ୍କ ଉପରକୁ ଚାଲିଆସିଥିଲା । ବିରାଟଙ୍କୁ ରବୀନ୍ଦ୍ର ଜାଡେଜା (୨୧) ପରିସ୍ଥିତି ଅନୁଯାୟୀ ସହାୟତା କରିଥିଲେ ।

ବିରାଟ ଓ ଜାଡେଜା ସପ୍ତମ ୱିକେଟ୍ ପାଇଁ ୬୭ ରନ୍ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରି କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ । ଜାଡେଜା ଭୁଲ୍ ଶଟ୍ ଖେଳି କମିନ୍ସଙ୍କ ଶିକାର ହୋଇଥିଲେ । ବିରାଟ ୧୦୭ ବଲ୍‌ରେ ୪୦ତମ ଶତକ ମାରିଥିଲେ ହେଁ, ଶେଷ ପର୍ଯ୍ୟନ୍ତ କ୍ରିଜରେ ଛିଡ଼ା ହୋଇପାରିନଥିଲେ ।

ଭାରତର ସ୍କୋର ୨୪୮ ଥିବା ବେଳେ ବିରାଟଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇଦେଇଥିଲେ । ଭାରତ ଆଉ ୨ ରନ୍ ଯୋଡ଼ି ୨୫୦ ରନ୍‌ରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ କମିନ୍ସ ୨୯ ରନ୍ ଦେଇ ୪ଟି ଓ ଜାମ୍ପା ୨ଟି ୱିକେଟ୍ ନେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story