ଏହି ରେକର୍ଡରେ ଟପ୍‌-10 ତାଲିକାରେ ନାହାଁନ୍ତି ବିରାଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ଅଧିନାୟକ ବିରାଟ କୋହଲି ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି। ବିରାଟ ଅଳ୍ପ ଦିନ ମଧ୍ୟରେ ଅନେକ କ୍ରିକେଟରଙ୍କ ରେକର୍ଡ ଭାଙ୍ଗିସାରିଛନ୍ତି। ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଆକର୍ଷଣୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଦିନିକିଆ ଆଇସିସି ମାନ୍ୟତାରେ ୧ନମ୍ବର, ଟେଷ୍ଟ ମାନ୍ୟତାରେ ୨ ନମ୍ବର ଏବଂ ଟି-ଟ୍ୱେଣ୍ଟି ମାନ୍ୟତାରେ ୩ ନମ୍ବର ସ୍ଥାନରେ ଅଛନ୍ତି। ଏଭଳି ପରିସ୍ଥିତିରେ ଫେଡରେସନ ଅଫ୍‌ ଇଣ୍ଟରନେସନାଲ୍‌ କ୍ରିକେଟର୍‌ ଆସୋସିଏସନ୍‌ ଟି-ଟ୍ୱେଣ୍ଟିରେ ଖେଳାଳିଙ୍କ ପ୍ରଦର୍ଶନ ଇଣ୍ଡେକ୍ସ ଜାରି କରିଛି। ଯେଉଁଥିରେ ବିରାଟ କୋହଲି ଟପ୍‌-୧୦ ଲିଷ୍ଟରେ ନଥିବା କଥା ସମସ୍ତଙ୍କୁ ଚକିତ କରିଛି।

୧୮ ମାସ ଧରି ଅନୁଧ୍ୟନ କରି ଫେଡରେସନ ଅଫ୍‌ ଇଣ୍ଟରନେସନାଲ୍‌ କ୍ରିକେଟର୍‌ ଆସୋସିଏସନ୍‌ ଏହି ତାଲିକା ଜାରି କରିଛନ୍ତି। କ୍ରିକେଟର୍‌ର ୩ଟି ଫର୍ମାଟରେ ବିରାଟ ୧୩ ତମ ସ୍ଥାନରେ ରହିଛନ୍ତି। ବିଭିନ୍ନ ଦିଗ ଉପରେ ଧ୍ୟନ ଦେଇ ଏହି ତାଲିକା ତିଆରି କରାଯାଇଥିବା କୁହାଯାଇଛି। ଯେଉଁ ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ର ଶେଷ ଆଡକୁ ୧୦ଟି ବଲରୁ ୨୦ରନ ସଂଗ୍ରହ କରିଥିବେ ସେମାନଙ୍କୁ ଏହି ଲିଷ୍ଟରେ ଅଗ୍ରାଧିକାର ଦିଆଯାଇଛି।