ବିରାଟଙ୍କୁ ପ୍ରଶଂସା କରି ଅଡ଼ୁଆରେ ଏହି ପାକିସ୍ତାନ କ୍ରିକେଟର୍‌: ନିଜ ଦେଶରେ ସମାଲୋଚନାର ଶିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନର ୨ଜଣ ପୂର୍ବ କ୍ରିକେଟର୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି। ଆଫ୍ରିଦି ଓ ଜାଭେଦ ମିଆଁମାଦ ବିରାଟଙ୍କୁ ପ୍ରଶଂସା କରିଛନ୍ତି। ମିଆଁମାଦ ବିରାଟଙ୍କ ସହ କେବେ ମ୍ୟାଚ୍‌ ଖେଳିନଥିବା ବେଳେ ଆଫ୍ରିଦି କିନ୍ତୁ କୋହଲିଙ୍କ ବିପକ୍ଷରେ ଅନେକ ମ୍ୟାଚ୍ ଖେଳିଛନ୍ତି। ମିଆଁମାଦ କୋହଲିଙ୍କୁ ଦୁନିଆର ଶ୍ରେଷ୍ଠ ଖେଳାଳି କହିଥିବା ବେଳେ ଆଫ୍ରିଦି କୋହଲିଙ୍କ ବ୍ୟାଟିଂ ଓ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି। ଆଫ୍ରିଦି କହିଛନ୍ତି, କୋହଲିଙ୍କ ଅନ୍ଦାଜ ଅନେକ ଆକ୍ରମଣାତ୍ମକ […]

1510471416-Kohli_PTI

1510471416-Kohli_PTI

Rakesh Mallick
  • Published: Saturday, 10 February 2018
  • Updated: 10 February 2018, 10:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନର ୨ଜଣ ପୂର୍ବ କ୍ରିକେଟର୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି। ଆଫ୍ରିଦି ଓ ଜାଭେଦ ମିଆଁମାଦ ବିରାଟଙ୍କୁ ପ୍ରଶଂସା କରିଛନ୍ତି। ମିଆଁମାଦ ବିରାଟଙ୍କ ସହ କେବେ ମ୍ୟାଚ୍‌ ଖେଳିନଥିବା ବେଳେ ଆଫ୍ରିଦି କିନ୍ତୁ କୋହଲିଙ୍କ ବିପକ୍ଷରେ ଅନେକ ମ୍ୟାଚ୍ ଖେଳିଛନ୍ତି। ମିଆଁମାଦ କୋହଲିଙ୍କୁ ଦୁନିଆର ଶ୍ରେଷ୍ଠ ଖେଳାଳି କହିଥିବା ବେଳେ ଆଫ୍ରିଦି କୋହଲିଙ୍କ ବ୍ୟାଟିଂ ଓ ଅଧିନାୟକତ୍ୱକୁ ପ୍ରଶଂସା କରିଛନ୍ତି। ଆଫ୍ରିଦି କହିଛନ୍ତି, କୋହଲିଙ୍କ ଅନ୍ଦାଜ ଅନେକ ଆକ୍ରମଣାତ୍ମକ ଏବଂ ଏହା ଖରାପ ମଧ୍ୟ ନୁହେଁ।

ମିଆଁମାଦ କହିଛନ୍ତି କୋହିଲଙ୍କ ବ୍ୟାଟିଂରେ କୌଣସି ମୁକାବିଲା ନାହିଁ। ସେ ଏଥିପାଇଁ ଏତେ କମ ଦିନ ମଧ୍ୟରେ ପାହଡ଼ ପରି ରନ କରିସାରିଲେଣି। ସେ ଯେତେବେଳେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥାନ୍ତି ସର୍ବଦା ରନ୍‌ କରିଥାନ୍ତି। ଏବଂ ଆଜିକାଲି ପ୍ରତ୍ୟେକ ମ୍ୟାଚ୍‌ରେ ସେ ଶତକ ହାସଲ କରୁଛନ୍ତି। ସେ ଏମିତ ଜଣେ କ୍ରିକେଟର୍‌ ଯିଏକି ପରିସ୍ଥିତି ଅନୁସାରେ ନିଜକୁ ଖାପଖୁଆଇ ପାରିଥାନ୍ତି ଏବଂ ଏଥିପାଇଁ ସେ ଶ୍ରେଷ୍ଠ ବୋଲି ମାଆଁମାଦ କହିଛନ୍ତି।

ଏହା ସହ ମିଆଁମାଦ ଭାରତୀୟ ଅଣ୍ଡର-19 ଟିମ୍‌କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତ ନିଜ ଟ୍ୟାଲେଣ୍ଟ ଅନୁସାରେ ଅଣ୍ଡର-19 ବିଶ୍ୱକପ ଜିତିଛି। ଭାରତ ସାମ୍ନାରେ ଅଣ୍ଡର-19 ପାକିସ୍ତାନ ଟିମ୍‌ର ସାମର୍ଥ୍ୟ ଅନେକ କମ। ଭାଗ୍ୟଭଲ ଥିବାରୁ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିଥିଲା। ସେମିଫାଇନାଲରେ ଭାରତ ଠାରୁ ପାକିସ୍ତାନ ୨୦୩ ରନରେ ହାରି ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଥିଲା। ମିଆଁମାଦ ଓ ଆଫ୍ରିଦି ଭାରତୀୟ ଟିମ ଓ ବିରାଟ କୋହଲିଙ୍କୁ ପ୍ରଶଂସା କରିଥିବାରୁ ନିଜ ଦେଶରେ ସେମାନଙ୍କୁ ସମାଲୋଚନା କରାଯାଇଛି। ସୋସିଆଲ ମିଡ଼ିଆରେ ଏହି ଦୁଇଜଣ ପବର୍ବ କ୍ରିକେଟର୍‌ ସୋମାଲଚାନ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos